ଇସଲାମାବାଦ ହାଇକୋର୍ଟ ନିକଟରେ କାର୍ ବିସ୍ଫୋରଣ, ୯ ମୃତ

by newsroom NOV-11-2025 3:56 PM IST in ଦେଶ ବିଦେଶ

ପାକିସ୍ତାନର ଇସଲାମାବାଦରେ ହାଇକୋର୍ଟ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏକ କାର୍‌ରେ ହୋଇଛି। ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହା ସହିତ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ବହୁତ ଭିଡ଼ ହୋଇଥିଲା ଏବଂ କିଛି ଆଇନଜୀବୀ ଆହତ ହୋଇଥିବା କୁହାଯାଉଛି। ଏହା ଯୋଗୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସମସ୍ତ କୋର୍ଟ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି, ଏବଂ ପୁଲିସ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ଗୁଜବରୁ ଦୂରେଇ ରହିବାକୁ ଅନୁରୋଧ କରିଛି।