ଉପରମୁହାଁ ପାରଦ…ଆଗକୁ କଲବଲ କରିବ ଖରା, ସରକାର କହିଲେ…

by newsroom MAR-24-2026 11:43 AM IST in ଆଜିର ପାଗ

ସାରା ରାଜ୍ୟକୁ ଏଥର କଲବଲ କରିବ ଖରା। ଘରୁ ବାହାରିବା ମୁସ୍କିଲ ହୋଇପଡିବ। ଏବେଠୁ ଜୋର ତାତି ଅନୁଭବ ହେଲାଣି । ଏପ୍ରିଲ ମାସ ବେଳକୁ ସ୍ଥିତି ଆହୁରି ସଂଗୀନ ହେବ ।

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ ରାଜ୍ୟରେ ଆଗକୁ ଗ୍ରୀଷ୍ଣ ପ୍ରବାହ ବଢିବାକୁ ଥିବାରୁ ଶ୍ରମ ବିଭାଗ ଆଣିଛି ନୂଆ ଗାଇଡଲାଇନ୍।

ଅଂଶୁଘାତ ଆଶଙ୍କାକୁ ଏଡାଇବାକୁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ପାଇଁ ବିଶେଷ ପଦକ୍ଷେପ ନେବାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏପ୍ରିଲ ୧ରୁ ଜୁନ୍ ୧୫ ତାରିଖ ଯାଏଁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ନିଯୁକ୍ତିଦାତା ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସବୁ ରାଜସ୍ବ କମିଶନର, ଜିଲ୍ଲାପାଳ ଓ ଶ୍ରମ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।