ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା :ତାରା

by nwradmin MAR-09-2025 11:08 AM IST in ବଡ଼ ଖବର

ଓଡ଼ିଶାକୁ ଭାଗ ଭାଗ କରିବା କଣ ଓଡ଼ିଆ ଅସ୍ମିତା। ଓଡ଼ିଶାକୁ ଭାଗ ଭାଗ କଲା ଭଳି ପ୍ରତିକ୍ରିୟା ସେ ଦେଉଛନ୍ତି। ଆଜି କୋଶଲ କଥା କହୁଛନ୍ତି କାଲି ଦକ୍ଷିଣାଞ୍ଚଳ କଥା ଉଠିବ ତାପରେ ଉତ୍ତରାଞ୍ଚଳ କଥା ଉଠିବ। ତାହେଲେ ଓଡ଼ିଶାକୁ ଭାଗ ଭାଗ କରିଦେବା କି ? ଜୟ ଦାଦା ଟିକେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ସହିତ ଆଲୋଚନା କରି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରି ଦିଅନ୍ତୁ, ସିଏ ଆଉ ଏଇଭଳି ମନ୍ତବ୍ୟ ଦେବେ ନାହିଁ। ତାଙ୍କ ଦଳରେ ପାଣ୍ଡିଆନ କଥା ପ୍ରଥମେ ଉଠେଇବା ଲୋକ ସିଏ, ତାଙ୍କୁ ଅଣଦେଖା କରାଯାଉଛି । ଜୟନାରାୟଣ ମିଶ୍ରଙ୍କ ବୟାନକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି।