ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

by newsroom SEP-05-2025 4:46 AM IST in ବଡ଼ ଖବର

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଆର୍ଥିକ ଢାଞ୍ଚା ଏବଂ ବୈଶ୍ୱିକ ସ୍ଥିତିକୁ ନୂଆ ରୂପ ଦେଇଥିବା, ସାହସିକ ଅର୍ଥନୈତିକ ସଂସ୍କାର ପ୍ରତି ସରକାରଙ୍କ ଦଶନ୍ଧି-ଦୀର୍ଘ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛନ୍ତି। ନିବେଶକୁ ତ୍ୱରାନ୍ୱିତ କରିଥିବା କର୍ପୋରେଟ କର ହ୍ରାସରୁ ଆରମ୍ଭ କରି, ଜାତୀୟ ବଜାରକୁ ଏକୀକୃତ କରିଥିବା ଜିଏସଟିର କାର୍ଯ୍ୟାନ୍ୱୟନ ଓ ସହଜ ଜୀବନଶୈଳୀକୁ ବୃଦ୍ଧି କରିଥିବା ବ୍ୟକ୍ତିଗତ ଆୟକର ସଂସ୍କାର ପର୍ଯ୍ୟନ୍ତ— ସଂସ୍କାରର ଗତିପଥ ନିରନ୍ତର ଏବଂ ନାଗରିକମୁଖୀ ରହିଛି।

ସେ ଜିଏସ୍‍ଟି ସଂସ୍କାରର ସଦ୍ୟତମ ପର୍ଯ୍ୟାୟକୁ ପ୍ରଶଂସା କରିଥିଲେ, ଯାହା ଟିକସ ଢାଞ୍ଚାକୁ ସରଳ କରି, ଦରକୁ ଯୁକ୍ତିସଙ୍ଗତ କରି ଏବଂ ବ୍ୟବସ୍ଥାକୁ ଅଧିକ ନ୍ୟାୟସଙ୍ଗତ ଏବଂ ଅଭିବୃଦ୍ଧି ଭିତ୍ତିକ କରି ଏହି ଯାତ୍ରାକୁ ଜାରି ରଖିଛି। ଏହି ପଦକ୍ଷେପଗୁଡ଼ିକ ଭାରତର ଦୃଢ଼ ଆର୍ଥିକ ଶୃଙ୍ଖଳା ଦ୍ୱାରା ପରିପୂରକ, ଯାହା ବିଶ୍ୱବ୍ୟାପୀ ଆତ୍ମବିଶ୍ୱାସ ଅର୍ଜନ କରିଛି ଏବଂ ସାର୍ବଭୌମ କ୍ରେଡିଟ୍ ରେଟିଂରେ ଉନ୍ନତି ଆଣିଛି।

‘‘ଏକ୍ସ “ରେ ଶ୍ରୀ ବିଜୟଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

“ଗତ ଦଶନ୍ଧି ଭାରତର ଆର୍ଥିକ ପରିଦୃଶ୍ୟକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ସାହସୀ ସଂସ୍କାର ରହିଛି, କର୍ପୋରେଟ ଟିକସ ହ୍ରାସ, ଯାହା ନିବେଶକୁ ଉତ୍ସାହିତ କରିଥିଲା, ଜିଏସଟି ଏକ ଏକୀକୃତ ବଜାର ସୃଷ୍ଟି କରିବା, ବ୍ୟକ୍ତିଗତ ଆୟକର ସଂସ୍କାରକୁ ସହଜ ଜୀବନଶୈଳୀ ବୃଦ୍ଧି କରିବା ପର୍ଯ୍ୟନ୍ତ।

ଜିଏସ୍‍ଟି ସଂସ୍କାର ଏହି ଯାତ୍ରାକୁ ଜାରି ରଖିଛି, ଯାହା ବ୍ୟବସ୍ଥାକୁ ସରଳ, ସ୍ୱଚ୍ଛ ଏବଂ ଅଧିକ ଅଭିବୃଦ୍ଧି ଭିତ୍ତିକ କରିଛି, ଯେତେବେଳେ କି ଆମର ଆର୍ଥିକ ଶୃଙ୍ଖଳା ବିଶ୍ୱବ୍ୟାପୀ ଆତ୍ମବିଶ୍ୱାସ ଏବଂ ଉନ୍ନତ କ୍ରେଡିଟ୍ ରେଟିଂ ଅର୍ଜନ କରିଛି।

ଏହି ପ୍ରୟାସ ଦ୍ୱାରା ଆମେ ଏକ ବିକଶିତ ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇବା “।