ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ

by newsroom MAR-24-2026 12:08 PM IST in ଦେଶ ବିଦେଶ

ଟ୍ରମ୍ପ ଙ୍କ ଯୁଦ୍ଧ ବିରତି ଘୋଷଣାର କିଛି ଘଣ୍ଟା ନପୂରୁଣୁ ଆଜି ଷ୍ଟକ ମାର୍କେଟରେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି। ନିବେଶକମାନଙ୍କ ମନରେ ଖୁସି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ମୂଲ୍ୟ କମି ଯାଇଛି । ସୁନା ମୂଲ୍ୟ ମଧ୍ୟ କମିବାରେ ଲାଗିଛି ।

ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିବାକୁ ଟ୍ରମ୍ପଙ୍କ ଘୋଷଣା ପରେ ବଜାରରେ ଦେଖାଦେଇଛି ଜବରଦସ୍ତ ଉତ୍ସାହ। କମ୍ପୁଛି ସେୟାର ମାର୍କେଟ୍‌, ମାଲେମାଲ୍ ହେଉଛନ୍ତି ନିବେଶକ।

ଆଜି ବଜାର ଖୋଲୁ ଖୋଲୁ ସେନସେକ୍ସରେ ୧୫୦୦ ପଏଣ୍ଟର ବଡ଼ ଲମ୍ଫ ଦେଖିବାକୁ ମିଳିଛି। ସୂଚକାଙ୍କ ୭୪ ହଜାର ୨୧୨ରେ ପହଞ୍ଚିବା ସହ ନିବେଶକଙ୍କ ପକେଟକୁ ମାତ୍ର କିଛି ସମୟ ମଧ୍ୟରେ ଆସିଛି ୫ ଲକ୍ଷ କୋଟି ଟଙ୍କା। ସେହିପରି ନିଫ୍ଟି ମଧ୍ୟ ୪୦୦ ପଏଣ୍ଟ ବୃଦ୍ଧି ସହ ୨୨ ହଜାର ୯୦୦ ଉପରେ କାରବାର କରୁଛି।

ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ଆଶାରେ ନିବେଶକଙ୍କ ମଧ୍ୟରେ ଭରିଛି ଆତ୍ମବିଶ୍ୱାସ। ଡୋନାଲ୍ଡ ଟ୍ରମ୍ପଙ୍କ ‘ଶାନ୍ତି ଡିଲ୍’ ପ୍ରଭାବରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଭାରତୀୟ ବଜାରରେ ଆଜି ଗ୍ରୀନ୍ ସିଗନାଲ୍ ଦେଖିବାକୁ ମିଳିଛି। ସବୁ ସେକ୍ଟରରେ ଏବେ କେବଳ ବୃଦ୍ଧି ଆଉ ବୃଦ୍ଧି ଦେଖିବାକୁ ମିଳୁଛି ।