ବିଜେଡିର ସମଦୂରତା , ଅଧା ଦେଲେ ସମର୍ଥନ ଅଧା କଲେ ବିରୋଧ

by nwradmin APR-04-2025 11:32 AM IST in ଦେଶ ବିଦେଶ

ୱାକଫ୍ ସଂଶୋଧନ ବିଲ୍ ୨୦୨୫ ପାରିତ ହୋଇଥିଲେ ହେଁ ରାଜ୍ୟସଭାରେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ରଙ୍କ ଭୋଟ୍ ପରେ ଓଡ଼ିଶାରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିଜେଡିର ଆଭିମୁଖ୍ୟକୁ ନେଇ କଂଗ୍ରେସ ଦଳ ତୀବ୍ର ସମାଲୋଚନା କରିବା ସହ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଜୋର ଧରିଛି। ଏହି ବିଲ୍ ଉପରେ ବିଜେଡିର ଆଭିମୁଖ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି କାରଣ ଗୁରୁବାର ରାଜ୍ୟସଭା ଅଧିବେଶନ ସମୟରେ ଦଳୀୟ ସଦସ୍ୟମାନଙ୍କ ମଧ୍ୟରେ ଏକମତତା ଦେଖିବାକୁ ମିଳିଥିଲା, ସାଂସଦ ମୁନ୍ନା ଖାଁ ଏହି ବିଲ୍‍କୁ ଖୋଲାଖୋଲି ବିରୋଧ କରିଥିଲେ। ପରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ସାଂସଦମାନେ ନିଜ ବିବେକ ଅନୁଯାୟୀ ଭୋଟ୍ ଦେବେ ବୋଲି ଦଳ ନିଷ୍ପତ୍ତି ନେଇଛି ଏବଂ ନିଷ୍ପତ୍ତି ନେବା ସାଂସଦଙ୍କ ଉପରେ ଛାଡ଼ି ଦେଇଛି। ମୁଁ ଏହି ବିଲ୍‍କୁ ସମର୍ଥନ କରିଛି। ବିଜେଡି ସାଂସଦମାନେ ସେମାନଙ୍କ ବିବେକ ଶୁଣି ଓ୍ଵାକଫ୍ ବିଲ୍ ଉପରେ ଭୋଟ୍ ଦେବା ଉଚିତ ଥିଲା। ସେମାନଙ୍କର ସବୁଠାରୁ ବରିଷ୍ଠ ନେତା ସସ୍ମିତ ପାତ୍ର ସରକାରଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ। ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଅତୁଟ ରହିଛି। ସେମାନେ କୌଶଳ ଖେଳି ଓଡ଼ିଶାବାସୀଙ୍କୁ ଠକି ପାରିବେ ନାହିଁ। ଓଡ଼ିଶାରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଓଡ଼ିଶା କଂଗ୍ରେସ ତା’ର ଏକ୍ସ ପୋଷ୍ଟରେ ଲେଖିଛି।  ତେବେ ବିଜେଡିର ଏପରି ନିଷ୍ପତ୍ତିକୁ ନେଇ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି ।