ମୋବାଇଲ ନେବେ ହେଲେ ଭିଡିଓଗ୍ରାଫି ମନା

by nwradmin MAR-12-2025 10:59 AM IST in ବଡ଼ ଖବର

ଶେଷରେ ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବୁଝାସୁଝା ପରେ ଧାରଣାରୁ ଓହରିଛନ୍ତି । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଯାହାକୁ ବିରୋଧ କରିବା ବିଧାନସଭାରେ ପ୍ରଶ୍ନକାଳକୁ ବଏକଟ କରିଥିଲେ ସାମ୍ବାଦିକ। ପୂର୍ବରୁ ସମାନ ଢଙ୍ଗରେ ବିଧାନସଭାକୁ ସାମ୍ବାଦିକଙ୍କ କ୍ୟାମେରା ଉପରେ କଟକଣା ଲଗାଇଥିଲେ ପୂର୍ବ ସରକାର। ଆଉ ଏବେ ବିଜେଡି ଭଳି ବିଜେପି ମଧ୍ୟ ସାମ୍ବାଦିକଙ୍କ ମୋବାଇଲ ଉପରେ କଟକଣା ଲଗାଇଛି ବୋଲି କହିଥିଲେ |