ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣନାହିଁ

by newsroom AUG-23-2025 10:31 AM IST in ଦେଶ ବିଦେଶ

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୫ରେ ଯୋଗ ଦେଇ ଜୟଶଙ୍କର ଆମେରିକା ଉପରେ ବର୍ଷିଛନ୍ତି ।  କହିଛନ୍ତି, “ବ୍ୟବସାୟ-ସମର୍ଥକ ଆମେରିକୀୟ ପ୍ରଶାସନ ପାଇଁ କାମ କରୁଥିବା ଲୋକମାନେ ଅନ୍ୟ ଲୋକମାନଙ୍କ ଉପରେ ବ୍ୟବସାୟ କରୁଥିବାର ଅଭିଯୋଗ ଆଣିବା ହାସ୍ୟସ୍ପଦ। ଯଦି ଆପଣଙ୍କର ଭାରତରୁ ତେଲ କିମ୍ବା ରିଫାଇନ୍ ଉତ୍ପାଦ କିଣିବାରେ ସମସ୍ୟା ହେଉଛି, ତେବେ ଏହାକୁ କିଣନ୍ତୁ ନାହିଁ। କେହି ଆପଣଙ୍କୁ କିଣିବାକୁ ବାଧ୍ୟ କରୁ ନାହାନ୍ତି।

ଯଦି ଆମ ଜିନିଷ ପସନ୍ଦ ନୁହେଁ, ତେବେ କିଣିନାହିଁ। ଆମେ କାହାକୁ କିଣିବାକୁ ବାଧ୍ୟ କରୁନାହୁଁ। ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏବେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଓ ରୁଷିଆ ତେଲ କ୍ରୟକୁ ନେଇ ଉତ୍ତେଜନା ଚାଲିଛି। ଭାରତ, ରୁଷରୁ ତେଲ କିଣୁଥିବାରୁ ଆମେରିକା ଏହାକୁ ବିରୋଧ କରି ଭାରତ ଉପରେ ୫୦% ଶୁଳ୍କ ଲଗାଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ ପସନ୍ଦ ନଥିଲେ ଆମ ଜିନିଷ କିଣ ନାହିଁ ବୋଲି କହିଛନ୍ତି ଏସ ଜୟଶଙ୍କର।