ଯୋଗପ୍ରେମୀଙ୍କୁ ବିତରଣ କରାଗଲା ୫,୦୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ

by nwradmin APR-07-2025 2:26 PM IST in ବଡ଼ ଖବର

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ସାଧାରଣ ଯୋଗ ଅଭ୍ୟାସ (ସିୱାଇପି) ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬,୦୦୦ରୁ ଅଧିକ ଯୋଗପ୍ରେମୀ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଧବ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ‘ହରିତ ଯୋଗ’ ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶିଷ୍ଟ ଅତିଥିମାନେ ଔଷଧୀୟ ଉଦ୍ଭିଦ ରୋପଣ କରିବା ସହିତ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିବା ସବୁ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ଔଷଧୀୟ ଉଦ୍ଭିଦ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ସହିତ ଆସନ୍ତା ୨୧ ଜୁନ୍‌ ଅନ୍ତର୍ଜାତୀୟ ଯୋଗଦିବସ ନିମନ୍ତେ ୭୫ ଦିନିଆ ଅବଗଣନା ଆରମ୍ଭ ହୋଇଛି।