ଗଙ୍ଗାସ୍ନାନ କରିବାକୁ ଯାଉଥିବା ମହିଳାଙ୍କୁ ଧକ୍କାଦେଲା ଏକ୍ସପ୍ରେସ, ଚାଲିଗଲା 7 ଜୀବନ

by newsroom NOV-05-2025 11:58 AM IST in ଦେଶ ବିଦେଶ

କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ କରିବାକୁ ଗଲାବେଳେ ଘଟିଲା ବଡ଼ ଅଘଟଣ। ଗଙ୍ଗାରେ ବୁଡ଼ ପକାଇବା ପୂର୍ବରୁ ଚାଲିଗଲା 7 ମହିଳାଙ୍କ ଜୀବନ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ମିର୍ଜାପୁରର ଚୁନାର ରେଳ ଷ୍ଟେସନରେ ପ୍ରାୟ 7ଜଣ କଟି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଚୁନାର ରେଳ ଷ୍ଟେସନରେ, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ କରିବାକୁ ଯାଉଥିବା କାଲକା ଏକ୍ସପ୍ରେସ ଟ୍ରେନରେ ସାତ କିମ୍ବା ଆଠ ଜଣ ଭକ୍ତ ମାଡ଼ି ଯାଇଥିଲେ। ଘଟଣାସ୍ଥଳେ ଛଅ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଘଟଣା ପରେ ଷ୍ଟେସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା।

ସକାଳ ୯:୩୦ ରେ ତିନି ନମ୍ବର ପ୍ଲାଟଫର୍ମରେ ଏହି ଦୁର୍ଘଟଣା ଘଟିଥିଲା। ଚୋପାନରୁ ଯାତ୍ରୀବାହୀ ଟ୍ରେନ୍ ରେଳ ଷ୍ଟେସନରେ ପହଞ୍ଚିବା ପରେ, ଭିଡ଼ ଯୋଗୁଁ କିଛି ଭକ୍ତ ଟ୍ରେନ୍ ରୁ ନ ଓହ୍ଲାଇ ଅନ୍ୟ ପାର୍ଶ୍ୱରେ ଥିବା ଟ୍ରାକ ଉପରେ ଚଢ଼ି ଯାଇଥିଲେ। ସେହି ମୁହୂର୍ତ୍ତରେ, କାଲକା ଏକ୍ସପ୍ରେସ ଦ୍ରୁତ ଗତିରେ ସେହି ଲାଇନ ଦେଇ ଚାଲିଗଲା। ଯାତ୍ରୀମାନେ କିଛି ବୁଝିବା ପୂର୍ବରୁ, ସାତ  ଜଣ ଲୋକ ଟ୍ରେନ୍ ଦ୍ୱାରା ଧକ୍କା ଖାଇଲେ।

ମୃତକମାନେ ୪ନମ୍ବର ପ୍ଲାଟଫର୍ମରେ ନଓହ୍ଲାଇ ଚୋପନ-ପ୍ରୟାଗରାଜ ପାସେଞ୍ଜର ଟ୍ରେନରୁ ତିନି ନମ୍ବର ପ୍ଲାଟଫର୍ମ ପଟକୁ ଓହ୍ଲାଇଥିଲେ।  ଟ୍ରେନରୁ ଓହ୍ଲାଇବା ପରେ 3 ନମ୍ବର ପ୍ଲାଟଫର୍ମରେ ଏକ୍ସପ୍ରେସ ଆସୁଥିଲା ଯାତ୍ରୀମାନେ ଦ୍ରୁତଗତିରେ ରେଳ ଟ୍ରାକ ପାର ହେବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ସେତେବେଳେ ବିପରୀତ ଦିଗରୁ ଆସୁଥିବା ଏକ ଏକ୍ସପ୍ରେସ ଟ୍ରେନ (କାଲକା ମେଲ) ସେମାନଙ୍କୁ ଧକ୍କା ଦେଇଥିଲା। ସମସ୍ତ ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିବା ପାଇଁ ବାହାରିଥିଲେ ବୋଲି ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ 7ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିବା ବେ‌ଳେ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଉଛି।