ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ:-ଆଜି ଧନ ଓ କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।
ମିଥୁନ:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
କର୍କଟ:-ଆଜି ଅଫିସ୍ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।
କନ୍ୟା :-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ। ଆଜି ଦିନଟି ଦେହଭଲ ରହିବା ସହିତ ମନ ଆନନ୍ଦିତ ରହିବ।
ତୁଳା: କାର୍ଯ୍ୟକ୍ଷେତ୍ରରେ କୌଣସି ବଡ଼ ଚାଲେଞ ଆସିବ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ଧନଲାଭର ସୁଯୋଗ ଅଛି। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।
ବିଛା: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଗାଡ଼ି ବାଇକ ସାବଧାନତାର ସହ ଚଳାନ୍ତୁ। ଲୋଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।
ଧନୁ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ କୌଣସି ଭଲ ଖବର ପାଇବେ। ଶତ୍ରୁ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। କ୍ୟାରିୟରରେ ଆଗକୁ ବଢ଼ିବେ।
ମକର: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଖାଦ୍ୟ ପାଦୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।
କୁମ୍ଭ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ନୂଆ ବାଇକ କିଣିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।
ମୀନ: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ ଲାଭ ହେବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ଅଫିସରେ ନୂଆ ଦାୟିତ୍ବ ପାଇବେ। ଆଇନି ଛାତ୍ରଙ୍କ ଲାଗି ଦିନଟି ଭଲ।