ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୬ ଜଣଙ୍କ ମୃତ୍ୟୁ

by newsroom NOV-24-2025 6:44 PM IST in ଦେଶ ବିଦେଶ

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ। ପେଶାୱରରେ ଥିବା ପାରାମିଲିଟାରି ହେଡ୍ କ୍ଵାର୍ଟର ନିକଟରେ ଦୁଇଟି ବ୍ଲାଷ୍ଟ କରାଯାଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି କମାଣ୍ଡୋ। ୩ ଆତ୍ମଘାତୀ ଆକ୍ରମଣକାରୀଙ୍କ ମଧ୍ୟ ଜୀବନ ଯାଇଛି। ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବ୍ଲାଷ୍ଟ କରିବା ଆଗରୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା ବି କରିିଥିଲେ। ପ୍ରଥମେ ସେମାନେ ପାରାମିଲିଟାରି ବିଲଡିଂର ଦୁଇ ମୁଖ୍ୟ ଗେଟରେ କରିଥିଲେ ବିସ୍ଫୋରଣ। ଏହା ପରେ ହୋଇଥିଲା ଗୁଳି ବିନିମୟ, ଯାହାକି ବହୁ ସମୟ ଧରି ଚାଲିଥିଲା। ଆଜି ସକାଳ ୮ଟାରେ ଘଟିଥିଲା ଏହି ଘଟନା। ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରାଯାଉଛି।