ମେଷ ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ହେବ। ପାରିବାରିକ ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।
ବୃଷ ପୂର୍ବର କିଛି ଜିନିଷ ଆପଣଙ୍କ ଆଗରେ ଛିଡ଼ା ହେବାରୁ ଚିନ୍ତା ବଢ଼ିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ରାଜନୀତିରେ ଥିବା ଲୋକଙ୍କର ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ।
କର୍କଟ ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। ଧନଲାଭର ସମ୍ଭାବନା ରହିଛି, କିନ୍ତୁ ଖର୍ଚ୍ଚ ଭାବିଚିନ୍ତି କରନ୍ତୁ। ବ୍ୟାଙ୍କ କର୍ମଚାରୀଙ୍କୁ ଭଲ ଖବର ମିଳିବ।
ସିଂହ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ଶତ୍ରୁ ଆପଣଙ୍କ ଆଗରେ ନତ ମସ୍ତକ ହେବେ। ଜରୁରୀ କାମ ସମୟ ପୂର୍ବରୁ ସମ୍ପୂର୍ଣ୍ଣ ହେବ। ଛାତ୍ରୀଙ୍କ ପଢ଼ାରେ ମନ ଲାଗିବ।
କନ୍ୟା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂଆ ବିଚାରକୁ ଗ୍ରହଣ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।
ତୁଳା ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ପେଟଜନିତ ସମସ୍ୟାରୁ ଆରାମ ପାଇବେ। ଜମି ଦଲାଲ ବକେୟା ଅର୍ଥ ପାଇବେ। ଘରକୁ ବନ୍ଧୁ ଆସିବେ।
ବିଛା ମନରେ ସକାରାତ୍ମକ ଭାବନା ବୃଦ୍ଧି ପାଇବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଗୃହିଣୀଙ୍କ ଲାଗି ଉତ୍ତମ ସମୟ। ଧନପ୍ରାପ୍ତିର ଯୋଗ ରହିଛି।
ଧନୁ ଆପଣ ଯାହା ଚାହିଁବେ ତାହା ହାସଲ କରିପାରିବେ। ବ୍ୟବସାୟରେ ସ୍ଥିରତା ବଜାୟ ରହିବ। ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଶୁଭ।
ମକର ଚାକିରି ଖୋଜୁଥିବା ବ୍ୟକ୍ତିବିଶେଷଙ୍କୁ ଭଲ ସ୍ଥାନରେ ଚାକିରି ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନ। ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ।
କୁମ୍ଭ ଆତ୍ମବିଶ୍ୱାସ ଏବଂ ଆଶାଭରା ଦିନଟିଏ। କିଛି ନୂଆ ଅନୁଭବ ପ୍ରାପ୍ତି ହେବ। ବ୍ୟବସାୟ ଆରମ୍ଭ କରିବା ପାଇଁ ନୂଆ ଯୋଜନା ସଫଳ ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ।
ମୀନ କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଜାୟ ରହିବ। ଛାତ୍ର କିଛି ନୂଆ ଶିଖିବେ।
















