ଆଜି ରାତି ୧୨ଟା ବାଜିବା ମାତ୍ରେ ଘଣ୍ଟା ଶବ୍ଦ ଓ କ୍ୟାରୋଲ୍ ଗାନରେ ଚର୍ଚ୍ଚ ପରିସର କମ୍ପିଉଠିବ। ଶ୍ରଦ୍ଧାଳୁମାନେ ସାମୂହିକ ପ୍ରାର୍ଥନାରେ ଯୋଗଦେଇ ବିଶ୍ୱଶାନ୍ତି ଓ ଭାଇଚାରା ପାଇଁ କାମନା କରିବେ । ଆଜି ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ। ଶାନ୍ତି, ମୈତ୍ରୀ ଓ କାରୁଣ୍ୟର ଅବତାର ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସାରା ବିଶ୍ୱ ଉତ୍ସବମୁଖର ହୋଇଉଠିଛି। ଆଜି ମଧ୍ୟରାତ୍ରିରେ ଚର୍ଚ୍ଚଗୁଡ଼ିକରେ ପ୍ରାର୍ଥନା ଓ ସ୍ୱତନ୍ତ୍ର ନୀତିକାନ୍ତି ସହ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯିବ। ଓଡ଼ିଶାର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ କନ୍ଧମାଳ ସମେତ ସବୁ ଅଞ୍ଚଳରେ ଥିବା ଚର୍ଚ୍ଚଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜାଯାଇଛି। ଖ୍ରୀଷ୍ଟମାସ ଟ୍ରି ଏବଂ ପ୍ରଭୁଙ୍କ ଜନ୍ମର କାହାଣୀ ବର୍ଣ୍ଣନା କରୁଥିବା ‘ଗୁହାଳ ଘର’ ବା ଗୁମ୍ଫା ଦର୍ଶକଙ୍କ ମନ ମୋହୁଛି। ଆଜି ରାତି ୧୨ଟା ବାଜିବା ମାତ୍ରେ ଘଣ୍ଟା ଶବ୍ଦ ଓ କ୍ୟାରୋଲ୍ ଗାନରେ ଚର୍ଚ୍ଚ ପରିସର କମ୍ପିଉଠିବ। ଶ୍ରଦ୍ଧାଳୁମାନେ ସାମୂହିକ ପ୍ରାର୍ଥନାରେ ଯୋଗଦେଇ ବିଶ୍ୱଶାନ୍ତି ଓ ଭାଇଚାରା ପାଇଁ କାମନା କରିବେ। ପିଲାମାନଙ୍କ ମଧ୍ୟରେ ସାନ୍ତାକ୍ଲଜ୍ଙ୍କୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଘରେ ଘରେ ପିଠା ଓ କେକ୍ ପ୍ରସ୍ତୁତି ସହ ପରସ୍ପରକୁ ବଡ଼ଦିନର ଶୁଭକାମନା ଜଣାଉଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ।
















