ରାଶି ଶୁଭାଶୁଭ ଫଳ
ମେଷ ଆଜି ଆତ୍ମବିଶ୍ୱାସରେ ଭରପୂର ରହିବେ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିବ, କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ ଅଧୁରା ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରିବାରରେ ସୁଖ-ଶାନ୍ତି ବଜାୟ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ମିଥୁନ ବ୍ୟବସାୟରେ ପ୍ରତିଯୋଗିତା ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦୂରଯାତ୍ରା କରନ୍ତୁ ନାହିଁ।
କର୍କଟ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରିବେ।
ସିଂହ ଅଯଥା ଖର୍ଚ୍ଚ ବଢ଼ିପାରେ, ତେଣୁ ବ୍ୟୟ ଉପରେ ରୋକ ଲଗାନ୍ତୁ। ଶତ୍ରୁମାନେ ସକ୍ରିୟ ରହିପାରନ୍ତି, ସତର୍କ ରୁହନ୍ତୁ।
କନ୍ୟା ଶୁଭ ଖବର ପ୍ରାପ୍ତ ହେବ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।
ତୁଳା ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ଅଛି। ଜମିବାଡ଼ି ମାମଲାରେ ସଫଳତା ମିଳିପାରେ।
ବିଛା ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ସମାଜରେ ପ୍ରତିଷ୍ଠା ବଢ଼ିବ।
ଧନୁ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଗୁପ୍ତଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ବାଣୀ ଉପରେ ସଂଯମତା ରଖନ୍ତୁ।
ମକର ଜୀବନସାଥୀଙ୍କ ସହ ସମ୍ପର୍କ ସୁଧୁରିବ। ନୂତନ ବ୍ୟବସାୟିକ ଚୁକ୍ତି ହୋଇପାରେ। ଶୁଭ ରଙ୍ଗ: ନୀଳ।
କୁମ୍ଭ ପରିଶ୍ରମର ଫଳ ମିଳିବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଶରୀର ସୁସ୍ଥ ରହିବ।
ମୀନ ସନ୍ତାନ ସୁଖ ମିଳିବ। କଳା ଓ ସାହିତ୍ୟ କ୍ଷେତ୍ରରେ ସଫଳତା ପାଇବେ। ମନ ପ୍ରସନ୍ନ ରହିବ।


















