ମହାରାଷ୍ଟ୍ରର କଲ୍ୟାଣ-ଅହଲ୍ୟାନଗର (ମୁର୍ବାଡ୍) ଜାତୀୟ ରାଜପଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ମିକ୍ସର ଟ୍ରକ୍ ଏବଂ ଏକ ଇକୋ କାର୍ ମଧ୍ୟରେ ଭୀଷଣ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସଂପୃକ୍ତ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି ।
ଆଜି ସକାଳ ପ୍ରାୟ ୧୧:୧୫ ମିନିଟ୍ ସମୟରେ କଲ୍ୟାଣ -ମୁର୍ବାଡ୍ ଜାତୀୟ ରାଜପଥ-୬୧ର ରାୟତେ ପୁଲ୍ (ପାଞ୍ଜରା ବ୍ରିଜ୍) ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ମୁର୍ବାଡ୍ ଠାରୁ କଲ୍ୟାନ୍ ଆସୁଥିବା ଇକୋ କାର୍ରେ ୧୨ ଜଣ ଯାତ୍ରୀ ଥିଲେ। ସିମେଣ୍ଟ ମିକ୍ସର ଟ୍ରକ୍ ବିପରୀତ ଦିଗରୁ ଆସୁଥିଲା। ଉଭୟ ଯାନ ମଧ୍ୟରେ ଜୋର୍ ଧକ୍କା ହେବାରୁ ଇକୋ କାର୍ ଚୁରମାର ହୋଇଯାଇଥିଲା।କାର୍ରେ ଥିବା ୧୧ ଜଣ ଯାତ୍ରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ। ମୃତଦେହଗୁଡ଼ିକୁ ଉଦ୍ଧାର କରି ସରକାରୀ ହସ୍ପିଟାଲ୍କୁ ପଠାଯାଇଛି। ପରିଚୟ ଚିହ୍ନଟ ପ୍ରକ୍ରିୟା ଚାଲିଛି।ଟିଟୱାଲା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକ ବେଗ, ଓଭରଲୋଡିଂ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ପରେ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଥିଲା, ପରେ ପରିସ୍ଥିତି ସ୍ୱାଭାବିକ ହୋଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି।





/odishatv/media/media_files/2025/10/10/shree-2025-10-10-13-26-37.jpg?w=640&resize=640,375&ssl=1)





