Fact Check: ସବୁ ରବିବାର ବନ୍ଦ ରହିବ ପେଟ୍ରୋଲ ପମ୍ପ, PM ମୋଦିଙ୍କ ଏହି ଅପିଲ ପଛର ସତ କଣ ଜାଣନ୍ତୁ…

by newsroom MAY-16-2026 4:21 AM IST in ଦେଶ ବିଦେଶ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବଂ ପେଟ୍ରୋଲ-ଡିଜେଲ ସଂକଟକୁ ନେଇ ସୋସିଆଲ ମିଡିଆରେ ଏବେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ସେହି ପୋଷ୍ଟରେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲ ସଞ୍ଚୟ ପାଇଁ ପ୍ରତ୍ୟେକ ରବିବାର ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ଭାଇରାଲ ଫଟୋରେ ମୋଦୀଙ୍କ ଫଟୋ ସହ ପେଟ୍ରୋଲ ପମ୍ପର ଚିତ୍ର ରହିଛି। ସେଥିରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଳନାଡୁ, କେରଳ, ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଇଛି।

https://x.com/PIBFactCheck/status/2054896701593588032?s=20

କଣ କହିଲା PIB?

ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ଏହି ଭାଇରାଲ ପୋଷ୍ଟକୁ ଯାଞ୍ଚ କରି କହିଛି ଯେ, ଏହା ସମ୍ପୂର୍ଣ୍ଣ ଭୁଲ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି କୌଣସି ଘୋଷଣା କିମ୍ବା ଅନୁରୋଧ କରିନାହାନ୍ତି।

PIB ନିଜ ସୋସିଆଲ ମିଡିଆ ହାଣ୍ଡଲରେ ଲେଖିଛି ଯେ ଏହି ଦାବି ମିଥ୍ୟା ଏବଂ ଲୋକମାନେ ଏପରି ଅନବୈଧ ମେସେଜ୍‌କୁ ଶେୟାର ନ କରନ୍ତୁ। ସବୁବେଳେ ବିଶ୍ୱସନୀୟ ସୂତ୍ରରୁ ଖବର ନିଅନ୍ତୁ।

ଫେକ୍ ନ୍ୟୁଜ୍ ଦେଖିଲେ କେଉଁଠି ଜଣାଇବେ?

PIB ଲୋକମାନଙ୍କୁ ଅନୁରୋଧ କରିଛି ଯେ ଯଦି ଏପରି କୌଣସି ଭୁଲ ଖବର ଦେଖନ୍ତି, ତେବେ Email: factcheck@pib.gov.in, WhatsApp: +91 8799711259 ମାଧ୍ୟମରେ PIB ସହ ସମ୍ପର୍କ କରନ୍ତୁ।