• Latest
  • Trending

ମହାରାଷ୍ଟ୍ର ଭୋଟ : କିଏ ମାରିବ ବାଜି ?

Nov-20-2024 08:28 AM IST
ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

May-09-2026 08:32 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-09-2026 07:10 AM IST
କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

May-08-2026 07:21 PM IST
ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

May-08-2026 07:11 PM IST
ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

May-08-2026 05:05 PM IST
ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

May-08-2026 12:14 PM IST
ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

May-08-2026 10:35 AM IST
ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

May-08-2026 10:11 AM IST
ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

May-08-2026 09:26 AM IST
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

May-07-2026 07:32 PM IST
  • About
  • Careers
  • Contact Us
Saturday, May 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ମହାରାଷ୍ଟ୍ର ଭୋଟ : କିଏ ମାରିବ ବାଜି ?

by M M
Nov-20-2024 08:28 AM IST
in ଦେଶ ବିଦେଶ
0
491
SHARES
1.4k
VIEWS
Share on FacebookShare on Twitter

ଆଜି ମହାରାଷ୍ଟ୍ର ମତଦାନ ଚାଲିଛି। ୨୮୮ ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ସକାଳୁ ଆରମ୍ଭ ହୋଇଛି। ମଇଦାନରେ ଅଛନ୍ତି ମୋଟ ୪ ହଜାର ୧୩୬ ପ୍ରାର୍ଥୀ । ଏଥର ପ୍ରଚାର ବେଳେ ମହାୟୁତି ଓ ମହା ଅଗାଡ଼ି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ।

ବିରୋଧୀ ମହାବିକାଶ ଅଘାଡି (ଏମ୍‌ଭିଏ)  ଏବଂ ଶାସକ ମହାୟୁତି ମେଣ୍ଟ ପାଇଁ କରବା ମର ସ୍ଥିତି ହୋଇଛି । ଏହି ନିର୍ବାଚନର ପରିଣାମ ସେମାନଙ୍କ ଦଳ ଓ ମେଣ୍ଟର ଭାଗ୍ୟ ନିର୍ଣ୍ଣୟ କରିବ।

ଏମ୍‌ଭିଏ ମେଣ୍ଟ ଜାତିଗତ ଜନଗଣନାକୁ ଗୁରୁତ୍ବ ଦେଇଛି ।  ରାଜ୍ୟ ଛାଡି ଗୁଜରାଟକୁ ଯାଇଥିବା ପ୍ରମୁଖ ପୁଞ୍ଜିନିବେଶ ପ୍ରକଳ୍ପଗୁଡିକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଦର୍ଶାଇଛି। ଶାସକ ମହାୟୁତି ମହିଳାଙ୍କ ପାଇଁ ମାସିକ ଭତ୍ତା ଓ  ଲଡକୀ ବହିନ ଯୋଜନା ଦ୍ବାରା ପୁଣି ସରକାର ଗଠନ କରିବାକୁ ଦାବି ରଖିଛି ।

ବିଜେପି ‘ବଟେଙ୍ଗେ ତୋ କଟେଙ୍ଗେ’ ଏବଂ ‘ଏକ ହୈ ତୋ ସେଫ୍ ହୈ’ ଭଳି ସ୍ଲୋଗାନ୍ ଚର୍ଚାର ବିଷୟ ହୋଇଛି ।   ବିଜେପି ୧୪୯, ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ୫୯ ଆସନରେ ନିର୍ବାଚନ ଲଢ଼ୁଛି।

ଏମ୍‌ଭିଏ ପାଇଁ କଂଗ୍ରେସ ୧୦୧, ଶିବସେନା (ୟୁବିଟି) ୯୫ ଏବଂ ଏନ୍‌ସିପି (ଏସପି) ୮୬ ଜଣ ପ୍ରାର୍ଥୀ ଦେଇଛନ୍ତି। ମହାରାଷ୍ଟ୍ରରେ ସମୁଦାୟ ୯୭.୦୨ ନିୟୁତ ମତଦାତା ଅଛନ୍ତି।

ଗୋଟିଏ ପଟରେ ଉଦ୍ଧବ ଠାକରେ, ଶରଦ ପାୱାର ଓ କଂଗ୍ରେସ। ଆରପଟେ ବିିଜେପି, ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନ୍ଦେ ଓ ଏନସିପିର ବିଦ୍ରୋହୀ ଗୋଷ୍ଠୀ ଅଜିତ ପାୱାର ନିର୍ବାଚନରେ ଜିତିବା ପାଇଁ ରଣନୀତି କରିଛନ୍ତି ।

ଏଥର ନିର୍ବାଚନ ରୋମାଞ୍ଚକର ହେବାକୁ ଯାଉଛି । ଏହି ନିର୍ବାନଚ ବିଶେଷ କରି ଉଦ୍ଧବ ଠାକରେ ଓ ଅଜିତ ପାୱାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ନ ଜିତିଲେ ଅସଲି ଶିବସେନାର ଟ୍ୟାଗ୍ ନେଇଯିବେ ଏକନାଥ ସିନ୍ଦେ। ସେହିପରି ଅଜିତ ପାୱାର ଗୋଷ୍ଠୀ ନ ଜିତିଲେ ହୁଏତ, ଅଜିତଙ୍କ ରାଜନୈତିକ ଭବିଷ୍ୟତ ଉପରେ ଉଠିବ ପ୍ରଶ୍ନ।

ରାଜ୍ୟର ଭୋଟର ୯ କୋଟି ୬୩ ଲକ୍ଷ ଥିବା ବେଳେ ପୁରୁଷ ଭୋଟରଙ୍କ  ସଂଖ୍ୟା ୪ କୋଟି ୯୭ ଲକ୍ଷ । ମହିଳା ଭୋଟର ଅଛନ୍ତି ୪ କୋଟି ୬୬ ଲକ୍ଷ। ଯୁବ ଭୋଟରଙ୍କ ସଂଖ୍ୟା ୧ କୋଟି ୮୫ ଲକ୍ଷ ରହିଛନ୍ତି ।  ମୋଟ ପୋଲିଂ ଷ୍ଟେସନ ଅଛି ୧ ଲକ୍ଷ ୧୮୬।

ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିଛନ୍ତି ।  ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ବିଧାୟକ ସଂଖ୍ୟା ୨୦୨ ରହିଛି । ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି। ସେହିପରି ମହାବିକାଶ ଅଘାଡିର ବିଧାୟକ ସଂଖ୍ୟା ରହିଛି ୬୯ । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର ନିଜ ନିଜର ପତିଆରା ପାଇଁ ଏଥର ମଇଦାନରେ ବେଶ ଝାଳ ବୁହାଇଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 9, 2026, 9:49 AM
 

SSW
Clear sky
32°C
1.8 m/s
Apparent: 33°C
Pressure: 1009 mb
Humidity: 96%
Winds: 1.8 m/s SSW
Windgusts: 8.9 m/s
UV-Index: 0
Precip.: 0mm /47% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom