• Latest
  • Trending

ଗୁପ୍ତ ଡାଏରୀ ତାଲିକାରେ ବିଶିଷ୍ଟ ବ୍ୟକ୍ତି !

Nov-20-2024 08:46 AM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
  • About
  • Careers
  • Contact Us
Wednesday, March 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଗୁପ୍ତ ଡାଏରୀ ତାଲିକାରେ ବିଶିଷ୍ଟ ବ୍ୟକ୍ତି !

by M M
Nov-20-2024 08:46 AM IST
in ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ରାଜଧାନୀରେ ଆଶ୍ରମ ବିବାଦ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ଆସୁଛି । ବାବାଙ୍କୁ ନେଇ ବିତର୍କ ଚାଲିଛି । ସପକ୍ଷ ବିପକ୍ଷରେ ଆଲୋଚନା ହେଉଛି । ତୁଳସୀ ପତ୍ର ପାଦ ତଳେ ରଖି ପୂଜାକୁ ବିରୋଧ କରିଛନ୍ତି ବୁଦ୍ଧିଜୀବୀ, ଧର୍ମିକ ଅନୁଷ୍ଠାନ ।  ଭରତପୁର ଥାନାରେ ଅଭିଯୋଗ ହେବା ପରେ ଏନେଇ ମାମଲା ରୁଜୁ କରିଛି ପୋଲିସ ।  ଆଶ୍ରମ ବାହାରେ ଉତ୍ତେଜନାମୂଳକ ସ୍ଥିତି ପରିସ୍ଥିତି ଉପୁଜିଛି ।

ସେପଟେ ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଗୋଟେ ପରେ ଗୋଟେ ଖୋଲୁଛି ଗୁମର । ଆଶ୍ରମଟି ସରକାରୀ ଜମିରେ ଠିଆ ହୋଇଥିବା ଜିଏ ବିଭାଗ ସ୍ପଷ୍ଟ କରିବା ପରେ ଏବେ ବାବାଙ୍କର ବିଭିନ୍ନ ଅବତାରର ପୂଜାର୍ଚ୍ଚନାର ଭିଡିଓ ଭାଇରାଲ ହେଉଛି ।

ଆଶ୍ରମରେ ବାବାଙ୍କୁ କିପରି ପୂଜା କରାଯାଉଥିଲା ତାହାର ଭିଡିଓ ମିଳିଛି ।  ଫୁଲ ବିଛାଇ କିଭଳି ବାବାଙ୍କୁ ମହିଳାମାନେ ପୂଜା କରୁଥିଲେ ତାହା ଦେଖିବାକୁ ମିଳିଛି । ଏହାସହ ମହିଳାମାନେ ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିବାର ଭିଡିଓ ଭାଇରାଲ ହୋଇଛି ।

ବାବା ନିଜେ ଭକ୍ତଙ୍କ ସହ ସେଲ୍ଫି ନେଇଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ କିଭଳି ପୂଜାର୍ଚ୍ଚନା କରିବାକୁ ହେବ ତାହାର ତାଲିକା ମଧ୍ୟ ଏକ ଡାଏରୀରେ ରହିଛି । ଏହି ଡାଏରୀରେ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଏବଂ ଅନେକ ଗୁପ୍ତ ତଥ୍ୟ ରହିଛି ।

ବିଶେଷ କରି ବାବାଙ୍କ ପାଖକୁ କିଏ ଆସନ୍ତି । କୋଉଠି ରହନ୍ତି ।  ଆସିଲେ କ’ଣ କ’ଣ ଖାଇବାକୁ ପଡିବ ତାର ମେନ୍ୟୁ ରହିଛି । ବାବା ସ୍ପର୍ଶ ମାଧ୍ୟମରେ କି କି ରୋଗ ଭଲ କରନ୍ତି ତାହାର ମଧ୍ୟ ଏକ ତାଲିକା ରହିଛି ।

ସେହିପରି ଡାଏରୀରେ ରହିଛି ଅନେକ ରୋଚକ ତଥ୍ୟ । ବାବାଙ୍କୁ ଲାଗି ହେଉଥିଲା ଦାମୀ ଫୁଲମାଳ,ଯାହାକି ୩୫ ହଜାର ଟଙ୍କାର ଫୁଲ । ତାଲିକାରେ ଗେଣ୍ଡୁ, ରଜନୀଗନ୍ଧା, ପଳାସ, ଗୋଲାପ ଦାମ ଅଧିକ ଥିବା ଲେଖାରହିଛି ।

ବିଭିନ୍ନ ରାଜ୍ୟରୁ ଆସୁଥିଲେ ଭକ୍ତ ସେଥିରେ ଥିଲେ ବ୍ୟବସାୟୀ, ବିଧାୟକ, ସାଂସଦ, ପରିବା ବ୍ୟବସାୟୀ ଓ ଶିଳ୍ପପତି । ରିଷ୍ଟ ଖଣ୍ଡନ ପାଇଁ  ଯଜ୍ଞ ତାଲିକା ରହିଛି । ଟଙ୍କା ଦେଲେ ଭକ୍ତଙ୍କର ହେଉଥିଲା ସମସ୍ୟା ସମାଧାନ ।  ବାବା ନିଜେ କେଟିଏମ୍ ବାଇକ ଚଢି କାଫେରେ ଯୁବତୀମାନଙ୍କ ସହ ସମୟ ବିତାଉଥିବା କହିଛନ୍ତି ସ୍ଥାନୀୟ ଲୋକ ।

ବାବାଙ୍କୁ ଘେରି ରହୁଥିଲେ ସୁରକ୍ଷା କର୍ମୀ  । ପାଣି ଢାଳି ବାବାଙ୍କୁ ଗାଧେଇ ଦେଉଥିଲେ ଭକ୍ତ । ସିଂହାସନରେ ବସି ବାବା ଦେଖାଉଥିଲେ ରାଜକୀୟ ଠାଣୀ । ଯାହାକୁ ପାଉଥିଲେ ମନଇଛା ଦେଉଥିଲେ ନିର୍ଦ୍ଦେଶ । ବାବାଙ୍କ ସାନ୍ନିଧ୍ୟ ଲାଭ କରିବାକୁ ହେଲେ ଭକ୍ତମାନେ ଆମିଷ ଛାଡିବାକୁ କୁହାଯାଉଥିଲା ।

ବାବାଙ୍କ ପାଖକୁ ଯିବାକୁ ହେଲେ ଜଣେ ଭକ୍ତ କ’ଣ କ’ଣ ଖାଇବେ ତା’ର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଆଶ୍ରମର ଟ୍ରଷ୍ଟି । କ୍ଷୀରି, ସର୍ବତ, ହାଲୁଆ, ଖୁଆଠାରୁ ଆରମ୍ଭ କରି ମିଠା ଖେଚୁଡି ଓ ଖିଲିପାନ ବି ତାଲିକାରେ ରହିଛି ।

ସେହିଭଳି ବାବାଙ୍କ ସ୍ପର୍ଶ ମିଳିଲେ ରକ୍ତଚାପଠାରୁ ଆରମ୍ଭ କରି କୁଷ୍ଠ, ମହାମାରୀ, ହଇଜା, ଆନ୍ତ୍ରିକ ବ୍ୟାଧି, ପକ୍ଷାଘାତ ଓ ପାଗଳାମୀ ଭଳି ରୋଗ ଛାଡି ଚାଲିଯାଏ । ସେହିଭଳି ବାବାଙ୍କ ଗୁଣଗାନ ପାଇଁ ବିଭିନ୍ନ ବହି ଛପାଯାଇଛି ।

ସେପଟେ ଆଶ୍ରମ ସରକାରୀ ଜମିରେ ଠିଆ ହୋଇଥିବା ଜଣାପଡିବା ପରେ ଏବେ ପୋଲିସ ଆଶ୍ରମକୁ ଜଗି ରହିଛନ୍ତି । ଟ୍ରଷ୍ଟି ପାଣ୍ଡବ ପରିଡା ଏବେ ଫେରାର ଥିବା ବେଳେ ବାବା ବି ଫେରାର ହୋଇଯାଇଛନ୍ତି । ତେବେ ଅପେକ୍ଷା ପ୍ରଶାସନ ଆଶ୍ରମ ଉପରେ କେବେ ବୁଲଡୋଜର ବୁଲାଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 18, 2026, 1:44 AM
 

S
Partly cloudy
24°C
1.3 m/s
Apparent: 29°C
Pressure: 1010 mb
Humidity: 87%
Winds: 1.3 m/s S
Windgusts: 7.6 m/s
UV-Index: 0
Precip.: 0mm /25% / Rain
Sunrise: 5:52 AM
Sunset: 5:56 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

March 17, 2026
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

March 16, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

March 16, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom