ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପୁଛି

by nwradmin JUN-15-2025 12:19 PM IST in ବଡ଼ ଖବର

ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଧର୍ମଶାଳାରେ ପହଞ୍ଚି ରୋଗୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସରକାର ଡାଇରିଆକୁ ପ୍ରତିହିତ କରିବାକୁ ପୁରାପୁରି ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, କଟକ ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାମ କରୁଛନ୍ତି। ଝାଡ଼ାବାନ୍ତି ହେଉଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଆସିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଜି କେନ୍ଦ୍ରୀୟ ଟିମ୍‌ ବି ଓଡ଼ିଶାଗସ୍ତରେ ଆସୁଛନ୍ତି। ଯାଜପୁର ଜିଲ୍ଲାରେ ଡାଇରିଆର ବ୍ୟାପିବାର କାରଣ ହଇଜା (କଲେରା) ଜୀବାଣୁ ହୋଇଥାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଜିଲ୍ଲାର ପରିସ୍ଥିତି ସଂପର୍କରେ ଅବଗତ ହେବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶାଗସ୍ତରେ ଆସୁଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।