ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

by nwradmin JUN-30-2025 1:13 PM IST in ବଡ଼ ଖବର

ଆସନ୍ତା ୧ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନୂଆ ସଭାପତି ମିଳିବ ନାହିଁ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି। ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆସନ୍ତା ଜୁଲାଇ ୧ରେ ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ପୂର୍ବରୁ ଏହି ସୂଚନା ଦେଇଥିଲେ।