• Latest
  • Trending

ଭୋଟ ଚୋରି

Aug-09-2025 07:14 AM IST
ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

Mar-29-2026 10:55 PM IST
ପାକିସ୍ତାନରେ ଦୁଇଦିନ ଲକଡାଉନ!

ପାକିସ୍ତାନରେ ଦୁଇଦିନ ଲକଡାଉନ!

Mar-29-2026 10:52 PM IST
ଆମେ ରାଜତନ୍ତ୍ର ସହିବୁନୁ 

ଆମେ ରାଜତନ୍ତ୍ର ସହିବୁନୁ 

Mar-29-2026 10:50 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-29-2026 12:27 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
  • About
  • Careers
  • Contact Us
Monday, March 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଭୋଟ ଚୋରି

by M M
Aug-09-2025 07:14 AM IST
in ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ, ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ‘ଭୋଟର ତାଲିକାରେ ବଡ଼ ଧରଣର ହେରଫେର ହୋଇଛି।  ରାହୁଲ ଗାନ୍ଧୀ କହିଛନ୍ତି, ନିର୍ବାଚନ କମିଶନ ମହାରାଷ୍ଟ୍ରରେ ଭୋଟ ଚୋରି କରିବା ପାଇଁ ବିଜେପି ସହିତ ମିଶିଛନ୍ତି।

ରାହୁଲ କହିଛନ୍ତି ଯେ ଲକ୍ଷ ଲକ୍ଷ କାଗଜପତ୍ରକୁ ମାନୁଆଲୀ ଯାଞ୍ଚ କରିବା ପରେ ଆମେ ଏହି ପ୍ରମାଣ ସଂଗ୍ରହ କରିଛୁ। ଯଦି ଏହି କାଗଜଗୁଡ଼ିକୁ ଏକ ଗଦାରେ ରଖାଯାଏ, ତେବେ ଏହା 7 ଫୁଟ ଉଚ୍ଚ ହେବ। ପ୍ରମାଣ ସଂଗ୍ରହ କରିବାକୁ ପ୍ରାୟ 6 ମାସ ଲାଗିଥିବା ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ  ନିର୍ବାଚନ କମିଶନଙ୍କ ଉପରେ କଣ ଅଭିଯୋଗ ଆଣିଛନ୍ତି ଆସନ୍ତୁ ଦେଖିବା । ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରେଜଣ୍ଟେସନ ଦେଇ ରାହୁଲ ଗାନ୍ଧୀ ଏହି ଅଭିଯୋଗ ଆଣିଛନ୍ତି । ରାହୁଲ ଭୋଟର ତାଲିକାରେ ହୋଇଥିବା ଗଡବଡ ଉପରେ ୧ ଘଣ୍ଟା ୧୧ ମିନିଟ୍ କହିବା ସହ ୨୨ ପୃଷ୍ଠାର ତାଲିକା ଉପସ୍ଥାପନ କରିଥିଲେ। ରାହୁଲ ସ୍କ୍ରିନରେ କର୍ଣ୍ଣାଟକର ଭୋଟର ତାଲିକା ଦେଖାଇ କହିଥିଲେ ଯେ ଭୋଟର ତାଲିକାରେ 5 ପ୍ରକାର ସନ୍ଦିଗ୍ଧ ଭୋଟର,ଜାଲି ଭୋଟର  ଅଛନ୍ତି । ଡୁପ୍ଲିକେଟ ଭୋଟର 11,965 ଜଣ । ଫେକ୍ ଆଡ୍ରେସରେ 40,009 ଭୋଟର ଅଛନ୍ତି । ଗୋଟିଏ ଆଡ୍ରେସରେ ଏକାଧିକ ଭୋଟର 10,452 ଜଣ ଅଛନ୍ତି । ଇନଭାଲିଡ୍ ଫଟୋ ଥିବା 4132 ଜଣ ଭୋଟରଙ୍କର ରହିଛି । ଏବଂ ଫର୍ମ 6କୁ ଏକାଧିକ ବାର ବ୍ୟବହାର କରି  33,692 ଭୋଟରଙ୍କ ନାମ ସାମିଲ ରହିଛି ।

ରାହୁଲ ଗାନ୍ଧୀ ମହାରାଷ୍ଟ୍ର, କର୍ଣ୍ଣାଟକ ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଧ୍ୟରେ ଭୋଟର ତାଲିକାରେ ପରିବର୍ତ୍ତନ କଥା ଦେଖାଇଥିଲେ ।  ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକରେ ଭୋଟ କିପରି  ବୃଦ୍ଧି ଘଟିଲା ପ୍ରଶ୍ନ କରିଥିଲେ ।

ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ରରେ, ଆମେ ନିର୍ବାଚନ କମିଶନଙ୍କୁ  କହିଥିଲୁ ଯେ ପାଞ୍ଚ ମାସରେ କିଭଳି ଏତେ ଭୋଟ ବଢ଼ିଲେ । କିନ୍ତୁ ତାହାର ଉତ୍ତର ମିଳିଲା ନାହିଁ । ପାଞ୍ଚ ବର୍ଷରେ ଯେତେ ଭୋଟ ବଢ଼ିନଥିଲା ନିର୍ବାଚନ ପୂର୍ବରୁ ହଠାତ କିପରି ବୃଦ୍ଧି ପାଇଲା ପ୍ରଶ୍ନ କରିଛନ୍ତି ରାହୁଲ।

ରାହୁଲ କହିଛନ୍ତି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆମର ମେଣ୍ଟ ସମ୍ପୂର୍ଣ୍ଣ ଭାବରେ ପୋଛି ହୋଇଗଲା । ଯେତେବେଳେ ସେହି ମେଣ୍ଟ କିଛି ମାସ ପୂର୍ବରୁ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଅଧିକ ଆସନ ଜିତିଥିଲା। ଏହା ବହୁତ ସନ୍ଦେହଜନକ ଥିଲା। ମହାରାଷ୍ଟ୍ରରେ ରାଜ୍ୟ ସ୍ତରରେ, ଆମେ ଦେଖିଲୁ ଯେ ଲୋକସଭା ନିର୍ବାଚନ ପରେ  ବିଧାନସଭା ନିର୍ବାଚନରେ ଏକ କୋଟି ନୂତନ ଭୋଟର ଯୋଡା ହୋଇଛି। ମହାରାଷ୍ଟ୍ରରେ 40 ଲକ୍ଷ ନକଲି ନାମ ରହିଛି । ମହାରାଷ୍ଟ୍ରରେ, କିଛି ମାସ ମଧ୍ୟରେ ତାଲିକାରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ଯୋଡା ଯାଇଥିଲା । ଯାହା ବହୁତ ଚିନ୍ତାଜନକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ। ସନ୍ଧ୍ୟା 5 ଟା ପରେ ଭୋଟଦାନ କାହିଁକି ବୃଦ୍ଧି ପାଇଲା? ନିର୍ବାଚନ କମିଶନ ଏହାର ଉତ୍ତର ଦେବା ଉଚିତ। କଂଗ୍ରେସ ଦଳ ଭୋଟ ଜାଲିଆତି ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ ପଚାରିଛି । କିନ୍ତୁ କମିଶନ ଗୋଟିଏ ବି ଉତ୍ତର ଦେଇନାହିଁ। ଭୋଟ ଚୋରି ଧରିବାକୁ ଆମକୁ ଛଅ ମାସ ଲାଗିଲା।

ରାହୁଲ ପୁଣି କହିଥିଲେ କର୍ଣ୍ଣାଟକ ଲୋକସଭା ନିର୍ବାଚନରେ ତାଙ୍କ ଦଳ ୧୬ଟି ଆସନରେ ବିଜୟୀ ହେବାର ପୂର୍ବାନୁମାନ କରାଯାଇଥିଲା ।  କିନ୍ତୁ କଂଗ୍ରେସ ମାତ୍ର ୯ଟି ଆସନ ଜିତିଥିଲା। କର୍ଣ୍ଣାଟକର ମହାଦେବପୁରା ଆସନରେ ଏକ ଲକ୍ଷରୁ ଅଧିକ ଡୁପ୍ଲିକେଟ୍ ଭୋଟର ଥିବା ରାହୁଲ କହିଛନ୍ତି ।  ନକଲି ଠିକଣାରେ ବହୁ ଭୋଟର ଭୋଟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ବେଙ୍ଗାଲୁରୁର କର୍ଣ୍ଣାଟକର ମହାଦେବପୁରା ବିଧାନସଭା ଆସନରେ ୬.୫ ଲକ୍ଷ ଭୋଟ ମଧ୍ୟରୁ ଏକ ଲକ୍ଷରୁ ଅଧିକ ଭୋଟ ‘ଚୋରି’ ହୋଇଥିବା ସେ ଅଭିଯୋଗ କରିଛନ୍ତି। କର୍ଣ୍ଣାଟକରେ ପ୍ରାୟ ୧୧ ହଜାର ଜାଲି ଭୋଟର ଥିବା ଦେଖିବାକୁ ମିଳିଛି ଯେଉଁମାନେ ବିଭିନ୍ନ ରାଜ୍ୟରେ ଭୋଟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ରାହୁଲ କହିଛନ୍ତି ଯେ ଆମ ପାଖରେ ଏହି ଭୋଟରଙ୍କ ନାମ, ବୁଥ୍ ନମ୍ବର ଏବଂ ଠିକଣାର  ତାଲିକା ଅଛି।

 

ଆମେ ଏହି ସାତଟି ପରାଜିତ ଆସନ ମଧ୍ୟରୁ ଗୋଟିଏର ତଦନ୍ତ କରିଥିଲୁ । ସେହି ଆସନଟି ଥିଲା ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନ। ଏହି ଆସନରେ କଂଗ୍ରେସକୁ 6,26,208 ଭୋଟ ମିଳିଥିଲା। ବିଜେପିକୁ 6,58,915 ଭୋଟ ମିଳିଥିଲା। ଉଭୟ ଦଳ ଦ୍ୱାରା ପ୍ରାପ୍ତ ଭୋଟ ମଧ୍ୟରେ ପାର୍ଥକ୍ୟ କେବଳ 32,707 ଥିଲା। ମହାଦେବପୁରା ବିଧାନସଭା ଆସନରେ ଭୋଟିଂ ହେବା ସମୟରେ ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ 1,14,046 ଥିଲା। ରାହୁଲ କହିଥିଲେ – ଯଦି ଆମେ ଏହାକୁ ଏହିପରି ଦେଖିବା, ତେବେ 1 ଲକ୍ଷରୁ ଅଧିକ ଭୋଟ ଚୋରି ହୋଇଥିଲା। ବେଙ୍ଗାଲୁରୁ ସେଣ୍ଟ୍ରାଲରେ 40 ହଜାରରୁ ଅଧିକ ଭୋଟରଙ୍କ ଠିକଣା ନକଲି ବୋଲି ଜଣାପଡିଥିଲା। ସେହି ଠିକଣାରେ କେହି ରହୁ ନଥିଲେ, ତା’ପରେ କିଏ ଭୋଟ ଦେଇଥିଲେ। ସମାନ ଠିକଣାରେ 46 ଜଣ ଭୋଟର ଅଛନ୍ତି।

ଏପରିକି କିଛି ଘର ଠିକଣାରେ 80 ଏବଂ 46 ଭୋଟର ପଞ୍ଜୀକୃତ ହୋଇଛନ୍ତି। ଏକକ ଘରେ ବହୁ ସଂଖ୍ୟାରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା 10 ହଜାରରୁ ଅଧିକ ଥିଲା। ନୂତନ ଭୋଟର ହେବା ପାଇଁ ବ୍ୟବହୃତ ଫର୍ମ 6 କୁ ବହୁ ପରିମାଣରେ ଅପବ୍ୟବହାର କରାଯାଇଥିଲା। ଏପରି 33,692 ମାମଲା ମିଳିଥିଲା।

ହରିୟାଣା ବିଧାନସଭା ନିର୍ବାଚନ ଉପରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ହରିଆଣାର ଭୋଟ ଚୋରି ହୋଇଛି । ଆଠଟି ଆସନରେ ବିଜୟ ଏବଂ ପରାଜୟର ବ୍ୟବଧାନ ମୋଟ ଦୁଇ କୋଟି ଭୋଟରଙ୍କ ମଧ୍ୟରୁ ମାତ୍ର ୨୨,୭୭୯ ଥିଲା। ଏଠାରେ ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ଲକ୍ଷ ଭୋଟ ଚୋରି ହୋଇଥିଲା। ଏକଜିଟ୍ ପୋଲଗୁଡ଼ିକ  କଂଗ୍ରେସକୁ ଜିତିବା ଦେଖାଇ ଥିଲେ ।  ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ କଂଗ୍ରେସ ପ୍ରାୟ ୬୦ ଆସନ ପାଇବ ବୋଲି ମଧ୍ୟ ଦାବି କରିଥିଲେ। ବିଜେପି ପ୍ରାୟ ସମସ୍ତ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରିଥିଲା ।  ଆରାମରେ ସଂଖ୍ୟାଗରିଷ୍ଠତା ଅଙ୍କ ଅତିକ୍ରମ କରି ୪୮ ଆସନ କିପରି ଜିତିଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ରାହୁଲ ଗାନ୍ଧୀ ପୁଣି କହିଥିଲେ   “୨୦୨୪ ଲୋକସଭା ନିର୍ବାଚନ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମତାରେ ରହିବା ପାଇଁ, ୨୫ଟି ଆସନ ଚୋରି କରିବାକୁ ପଡିଥିଲା। ଏବଂ ସେହି ନିର୍ବାଚନରେ ବିଜେପି ୩୩ ହଜାରରୁ କମ୍ ଭୋଟ ବ୍ୟବଧାନରେ ୨୫ଟି ଆସନ ଜିତିଥିଲା।” ସେ କହିଛନ୍ତି, “ଆମେ ନିର୍ବାଚନ କମିଶନଙ୍କୁ କହୁଛୁ ଯେ ଆପଣ ଭାରତୀୟ ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ନୁହେଁ, ସୁରକ୍ଷା ପାଇଁ କାମ କରନ୍ତୁ।

ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ, କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ଅଭିଯୋଗର ଜବାବ ଦେଇଛନ୍ତି । ସେ ଏକ ବିବୃତ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି, କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପାଇଁ ସମୟ ମାଗିଥିଲା। ଏହା ପରେ, 8 ଅଗଷ୍ଟ ମାନେ ଆଜି ଦିନ 1 ଟାରୁ 3 ଟା ପର୍ଯ୍ୟନ୍ତ ସମୟ ନିଶ୍ଚିତ କରାଯାଇଛି। ଭୋଟର ତାଲିକା କଂଗ୍ରେସକୁ ନଭେମ୍ବର 2024 ଏବଂ ଜାନୁଆରୀ 2025 ରେ ଉପଲବ୍ଧ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ, ଏହାକୁ କେବଳ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ନିର୍ବାଚନ ଆବେଦନ ମାଧ୍ୟମରେ ଚ୍ୟାଲେଞ୍ଜ କରାଯାଇପାରିବ।” ଆପଣ କୋର୍ଟ ଯାଆନ୍ତୁ । ଭୋଟର ତାଲିକାରେ ଅଯୋଗ୍ୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ଯୋଗ୍ୟ ଭୋଟରମାନଙ୍କୁ ବାଦ ଦେବା ବିଷୟରେ ଯାହା ଅଭିଯୋଗ ଆଣିଛନ୍ତି ତାହା ଲିଖିତ ସତ୍ୟପାନ କରି ଦିଅନ୍ତୁ । ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାହୁଲ ଗାନ୍ଧୀ ତାଙ୍କ ଅଭିଯୋଗରେ ଆଦିତ୍ୟ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଥିଲେ । ରାହୁଲ ଦାବି କରିଥିଲେ ଯେ ଆଦିତ୍ୟ ଶ୍ରୀବାସ୍ତବଙ୍କ ନାମ ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ଅଛି।

ଆଦିତ୍ୟ କହିଛନ୍ତି ଯେ ଏବେ ତାଙ୍କର ଗୋଟିଏ ଭୋଟର ଆଇଡି ଅଛି ।  ସେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବାସିନ୍ଦା। ସେ ୨୦୧୬ ମସିହାରେ ମୁମ୍ବାଇରେ ରହୁଥିଲେ। ୨୦୨୧ ମସିହା ପରେ, ଆଦିତ୍ୟ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଥିଲେ ତେଣୁ ସେଠାରେ ଥିବା ବେଳେ ସେ ଭୋଟ ଦେଇଥିଲେ । ଆଦିତ୍ୟ ଦାବି କରିଥିଲେ ଯେ ସେ ମୁମ୍ବାଇରେ ଚାକିରି ସମୟରେ ସେଠାରେ ଭୋଟର ହୋଇଥିଲେ। ଏହା ବେନିୟମ ନୁହେଁ ।

ରାହୁଲ ଦାବି କରିଛନ୍ତି- ଭୋଟର ପରିଚୟପତ୍ରରେ 4132 ଜଣ ଭୋଟରଙ୍କ ଫଟୋ ଅବୈଧ ଥିଲା। କିଛି ଫଟୋ ଏତେ ଛୋଟ ଥିଲା ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ଥିଲା, ତା’ପରେ ସେମାନେ କିପରି ଭୋଟ ଦେଲେ।

ଭାରତର ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ‘ବିଭ୍ରାନ୍ତିକର’ ବୋଲି ବର୍ଣ୍ଣନା କରିଛନ୍ତି। କମିଶନ କହିଛନ୍ତି ଯେ ସେ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବରେ ତାଙ୍କର ଅଭିଯୋଗ ଦେବା ଉଚିତ ଥିଲା। କିନ୍ତୁ ସେ ତାହା କରିନାହାଁନ୍ତି  । ଭାରତୀୟ ନିର୍ବାଚନ କମିଶନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ଯେ ଯଦି ସେ ଭୋଟ ଚୋରିର  ଦାବି କରୁଛନ୍ତି ।  ତେବେ ତାଙ୍କୁ ଏକ ଶପଥପତ୍ରରେ ଦସ୍ତଖତ କରିବା  ଉଚିତ ।  ଯଦି ସେ ତାଙ୍କ ଦାବିରେ ବିଶ୍ୱାସ କରନ୍ତି ନାହିଁ, ତେବେ ତାଙ୍କୁ ଦେଶ ନିକଟରେ କ୍ଷମା ମାଗିବା ଉଚିତ। ଏଭଳି ବାହାରେ ଅଭିଯୋଗ କରିବାର କିଛି ମାନେ ନାହିଁ । କାରଣ ଭୋଟର ତାଲିକା ନିର୍ବାଚନ ହେବାର 6 ମାସ ପୂର୍ବରୁ ପ୍ରସ୍ତୁତ କରାଯାଉଛି । ସଂଶୋଧନ ପାଇଁ ମଧ୍ୟ ରାଜନୈତିକ ଦଳଙ୍କୁ ଭୋଟର ଲିଷ୍ଟ ପଠାଯାଉଛି । ସେତେବେଳେ କାହିଁକି ରାହୁଲ ଗାନ୍ଧୀ କହୁନାହାଁନ୍ତି । ଯଦି ତାଙ୍କର ଅଭିଯୋଗ ଅଛି ସେ କୋର୍ଟ ମଧ୍ୟ ଯାଇପାରିବେ । ନିର୍ବାଚନ କମିଶନ ଆଇନ ଅନୁଯାୟୀ କାମ କରୁଛନ୍ତି । ସେ ସମସ୍ତ ଅଧିକାରୀଙ୍କୁ ନିର୍ବାଚନ ସ୍ବଚ୍ଛତାର ସହ କରିବା ପାଇଁ ଆହ୍ବାନ ଦେଇଛନ୍ତି । ତେବେ ଆଗକୁ ବିହାର ନିର୍ବାଚନ ହେବାକୁ ଯାଉଛି । ସେଠାରେ 60 ଲକ୍ଷ ଜାଲି ଓ ମୃତ ଭୋଟରଙ୍କ ନାମ କାଟିଛନ୍ତି ନିର୍ବାଚନ କମିଶନ । ଏହାକୁ ନେଇ ରାଜନୀତି ଚାଲିଛି । ବିରୋଧୀ ଦଳମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ବିହାର ଭଳି ଅନ୍ୟ ରାଜ୍ୟରେ ମଧ୍ୟ ଜାଲି ଭୋଟର କାଟିବା ପାଇଁ ନିର୍ବାଚନ କମିଶନ ଚିନ୍ତା କରୁଥିବା କହିଛନ୍ତି । ତେଣୁ ରାହୁଲ ଗାନ୍ଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଲିଖିତ ଭାବେ ଅଭିଯୋଗ କରି ସତ୍ୟପାଠ ଦାଖଲ କରିବେ କି ନାହିଁ ତାହା ସମୟ କହିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 30, 2026, 1:06 AM
 

S
Partly cloudy
27°C
2.9 m/s
Apparent: 32°C
Pressure: 1007 mb
Humidity: 87%
Winds: 2.9 m/s S
Windgusts: 11.4 m/s
UV-Index: 0
Precip.: 0mm /5% / Rain
Sunrise: 5:41 AM
Sunset: 6:00 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom