• Latest
  • Trending

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

Aug-09-2025 07:20 AM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

by M M
Aug-09-2025 07:20 AM IST
in ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

ଆପଣମାନେ କୋକାକୋଲା ପିଉଥିବେ । କେଏଫସିକୁ ଯାଉଥିବେ । ପିଜା ହଟରୁ ପିଜା ଖାଉଥିବେ । ଆଉ ସବ୍ ଓ୍ବେରୁ ବର୍ଗରୁ କିଣି ପେପସି ପିଇ ଘରକୁ ଫେରୁଥିବେ । କିନ୍ତୁ ଆପଣ ହୁଏତ ଜାଣିନଥିବେ ଆପଣ ଖର୍ଚ କରୁଥିବା ଟଙ୍କାରୁ ଯେଉଁ ଲାଭ ମିଳିଲା ସେହି ଲାଭର ସିଂହଭାଗ ସିଧା ଆପଣଙ୍କ ପକେଟରୁ ଆମେରିକା ଚାଲିଯାଉଛି ।

ଟ୍ରମ୍ପ 50 ପ୍ରତିଶତ ଟାରିଫ ବୃଦ୍ଧି କଲାପରେ ଏବେ ସୋସିଆଲ ମିଡିଆରେ ଗୋଟିଏ ଦାବି ଜୋର ଧରିଛି । ଏହି ବିଦେଶୀ ଫୁଡ ଚେନକୁ ବୟକଟ କରାଯାଉ । ଏବେ ବିଦେଶୀ ନୁହେଁ ସ୍ବଦେଶୀ । ଏତିକି ବେଳେ ଆପଣଙ୍କୁ ପ୍ରଶ୍ନ ଆସିବ  , ଆପଣ ସକାଳୁ ରାତି ପର୍ଯ୍ୟନ୍ତ ଯାହା ସବୁ ପିନ୍ଧୁଛନ୍ତି, ଯାହା ସବୁ ଖାଉଛନ୍ତି ଏସବୁ କାହା ଦ୍ବାରା ପ୍ରସ୍ତୁତ ।

ମୋଦି ବହୁଦିନରୁ କହିଲେଣି ଆତ୍ମନିର୍ଭର ଭାରତର କଥା । ଭୋକାଲ ଫର ଲୋକାଲ କଥା । ଅର୍ଥାତ ଦେଶୀ ଜିନିଷ ଉପରେ ଭରସା ରଖନ୍ତୁ । ବିଦେଶୀ ଅପେକ୍ଷା ଦେଶୀକୁ ଗୁରୁତ୍ବ ଦିଅନ୍ତୁ । ଭାରତର ବେପାରୀମାନଙ୍କ ପାଇଁ ଏବେ ଆମେରିକାର ଦ୍ବାର ବନ୍ଦ ହୋଇ ଯାଉଛି । କିନ୍ତୁ ଭାରତ ବର୍ଷରେ ଯେଉଁ ସାମଗ୍ରୀ ପ୍ରସ୍ତୁତ ହୁଏ ସେଥିରୁ 70 ଭାଗ ଦେଶ ଭିତରେ ଲୋକମାନଙ୍କ ଦ୍ବାରା ବ୍ୟବହୃତ ହୁଏ । ଅର୍ଥାତ ଭାରତର ମାର୍କେଟ ବହୁତ ବଡ଼ । କିନ୍ତୁ ଏଠି ଦେଶୀଠାରୁ ବିଦେଶୀ ସାମଗ୍ରୀର ଚାହିଦା ରହିଛି । ମୁଁ ଆପଣଙ୍କୁ ବରୋଲିନ ଆଉ ସୁଲେଖା କାଳିର ଉଦାହରଣ ଦେବି । ଆପଣ ପିଲାଦିନେ ସୁଲେଖା କାଳିରେ ଲେଖିଥିବେ, ଆଉ ମୁହଁରେ ବରୋଲିନ ଲଗାଇଥିବେ । ସ୍ବାଧୀନତା ପୂର୍ବରୁ ଦେଶରେ ପ୍ରସ୍ତୁତ ହେଉଥିବା ଏହି ଦେଶୀ ବ୍ରାଣ୍ଡ ସ୍ବଦେଶୀ ଆନ୍ଦୋଳନର ଗୁରୁତ୍ବକୁ ବୁଝାଇଥାଏ । ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଦାଦାଭାଇ ନାରୋଜୀଙ୍କ ପର୍ଯ୍ୟନ୍ତ, ବ୍ରିଟିଶମାନଙ୍କ ଶୋଷଣରୁ ରକ୍ଷା ପାଇବା ପାଇଁ ଖଦୀ ଉପରେ ଗୁରୁତ୍ବ ଦେଇଥିଲେ । ଏବେ ସମୟ ଆସିଛି କି ସେହି ପୁରୁଣା କଥା ମନେପକାଇବା ପାଇଁ । ସେହି ବରୋଲିନ ଆଉ ସୁଲେଖା କାଳୀକୁ ଆମ ଅର୍ଥନୈତିକ ସ୍ବାଧୀନତାର ପ୍ରତୀକ ଭାବରେ ବ୍ୟବହାର କରିବା ପାଇଁ । ଦେଶରେ ଯେତେବେଳେ ଆମେରିକା କେଏଫସି ଚିକେନ କଥା ଚର୍ଚା ହେଉଛି, ସବଓ୍ବେ ର ବେକେରୀ ଆଇଟମ କଥା ଚର୍ଚା ହେଉଛି, ସେତିକି ବେଳେ ଆମ ଦେଶୀ ବ୍ରାଣ୍ଡ ହଳଦୀଗ୍ରାମ ଆଉ ପାତଞ୍ଜଳିର କଥା କମ ଆଲୋଚନା ହେଉଛି । ଆମ ଯୁବପିଢ଼ି ବିଦେଶୀ ବ୍ରାଣ୍ଡ ପ୍ରତି ଯେତେ ଆକୃଷ୍ଟ, ଦେଶୀ ବ୍ରାଣ୍ଡ ପ୍ରତି ସେତେ ଆକୃଷ୍ଣ ନୁହଁନ୍ତି । ଆମ ଭିତରେ ଧାରଣା ହେଉଛି ଆମେରିକାରୁ ଆସୁଥିବା ବା ବିଦେଶୀରୁ ଆମଦାନୀ ହେଉଥିବା ସବୁ ଜିନିଷରେ କ୍ବାଲିଟି ଅଛି । ଆଉ ଯିଏ କେଏଫସିରୁ ଚିକେନ ଖାଉଛି ବା ମ୍ୟାକ୍ ଡୋନାଲଡରୁ ଫ୍ରେଞ୍ଚ ଫ୍ରାଇଜ ଖାଇ କୋକାକୋଲା ପିଇ ଘରକୁ ଫେରୁଛି, ତାକୁ ଆଉ ଦେଶର କୈାଣସି ଫାଷ୍ଟଫୁଡ୍ ଭଲ ଲାଗୁନାହିଁ । ଲାଗୁଛି ସତେ ଯେମିତି ସେ ବିଦେଶୀ ଜିନିଷ ଖାଇଲେ ବା ବ୍ୟବହାର କଲେ, ତାର ଭାଉ ବଢ଼ିଯିବ । ତେଣୁ ଏସବୁକୁ ବୟକଟ୍ କରିବା ଜରୁରୀ କି ?  । ବଡ଼ କଥା ହେଉଛି ଏସବୁ ସାମଗ୍ରୀର ସିଂହଭାଗ ଲାଭ ଆମେରିକା କଂପାନୀ କୁ ଯାଉଥିଲେ ବି ଏଥିରେ ଭାରତୀୟମାନେ କାମ କରନ୍ତି । ଆଉ ଏହି କଂପାନୀର ବ୍ରାଣ୍ଡଗୁଡ଼ିକ ଆମ ଦେଶର ଲୋକମାନେ ଫ୍ରାଞ୍ଚାଇଜ ଜରିଆରେ ଚଲାଉଛନ୍ତି । ତେଣୁ ଦେଶର ହଜାର ହଜାର ଛୋଟ ବ୍ୟବସାୟୀ, ଚାଷୀ, ଆଉ କାମ କରୁଥିବା ଯୁବକ, ଯୁବତୀଙ୍କ ଉପରେ ଏହି ବୟକଟ୍ ର ପ୍ରଭାବ ପଡ଼ିବ । ଆଉ ଏତିକି ବେଳେ ପ୍ରଶ୍ନ ଉଠୁଛି କେଏଫସି ଆଉ ମ୍ୟାକ୍ ଡୋନାଲ୍ଡର ଦେଶୀ ବିକଳ୍ପ କଣ ?  । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଦେଶୀ ବ୍ରାଣ୍ଡର ପ୍ରଚାର ଆଉ ପ୍ରସାର । ଏଥିପାଇଁ ସରକାର ସବସିଡ ଦେବା ଜରୁରୀ । ସ୍ଥାନୀୟ ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ଜରୁରୀ । ଯାହା ଫଳରେ ଏମାନେ ବିଦେଶୀ ବ୍ରାଣ୍ଡର ବିକଳ୍ପ ହୋଇ ସାମନାକୁ ଆସିବେ । ଆରଏସଏସର ମୁଖ୍ୟ ମୋହନ ଭାଗବତ ମଧ୍ୟ ସେହି କଥା କହିଥିଲେ । ବିଦେଶରୁ ଆସୁଥିବା ସାମଗ୍ରୀକୁ ବୟକଟ୍ ନକରି, ଦେଶର ଉତ୍ପାଦିତ ସାମଗ୍ରୀ ଉପରେ ଆମେ ଅଧିକ ଗୁରୁତ୍ବ ଦେବା । ତେଣୁ ଆମେରିକାର କେଏଫସି ଓ ମ୍ୟାକଡୋନାଲଡକୁ ବୟକଟ୍ କରି ଅର୍ଥନୈତିକ ଜାତୀୟତାବାଦର କଥା କହିପାରୁ , କିନ୍ତୁ ଏହାଦ୍ବାରା ଅନେକ ଭାରତୀୟ ବେକାର ହୋଇପାରନ୍ତି । ଏହି ବ୍ୟବସାୟ ସହ ସଂଶ୍ଲିଷ୍ଟ ଅନେକ ବ୍ୟକ୍ତି ନିଜର କାମ ଆଉ ବ୍ୟବସାୟ ହରାଇପାରନ୍ତି । ଏସବୁ ସତ୍ବେ ଆମର ଅର୍ଥନୈତିକ ସଫଳତା ସେତିକିବେଳେ ସଂଭବ, ଯେତେବେଳେ ଆମେ ଦେଶ ଭିତରେ ଆମ ବ୍ରାଣ୍ଡ ଗୁଡ଼ିକୁ ବିଦେଶୀ ବ୍ରାଣ୍ଡ ସହିତ ସମକକ୍ଷ କରିପାରିବୁ, ଯାହାର କ୍ବାଲିଟି ଉଚ୍ଚମାନର ଥିବ । ଫଳରେ ବିଦେଶୀ ବ୍ରାଣ୍ହ ଗୁଡ଼ିକ ଦେଶୀ ବ୍ରାଣ୍ଡକୁ ଟପି ପାରିବେ ନାହିଁ । ସ୍ବଦେଶୀ ସରକାରଙ୍କ ନୀତି ହେବ  । ସବୁ ଜନସାଧାରଣଙ୍କୁ ଦେଶୀ ବ୍ରାଣ୍ଡ ବ୍ୟବହାର କରିବା ପାଇଁ ଉତ୍ସାହିତ କରାଯିବ । କିନ୍ତୁ ପୃଥିବୀର ବିଭିନ୍ନ ଦେଶ ସହ ଥିବା ବାଣିଜ୍ୟ ସଂପର୍କକୁ ସଂପୂର୍ଣ୍ଣ ବନ୍ଦ କରାଯିବ ନାହିଁ । ଏହା ଭାରତର ସାଂସ୍କୃତିକ , ଅର୍ଥନୈତିକ ପରିଚୟକୁ ଅଧିକ ସୁଦୃଢ଼ କରିବ । ଯା ହେଉ ଟ୍ରମ୍ପଙ୍କ ଟାରିଫ ବଢ଼ାଇବା ଘୋଷଣା ଆମ ଦେଶୀ ବ୍ରାଣ୍ଡକୁ ମନେ ପକାଇବା ପାଇଁ ଏବେ ଆମକୁ ବାଧ୍ୟ କରୁଛି । ଏହା ଆମର ସ୍ବଦେଶୀ ଆନ୍ଦୋଳନ ପାଇଁ ସବୁଠାରୁ ବଡ଼ ସଫଳତା ।

 

 

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 11:28 PM
 

SSW
Clear sky
27°C
2.9 m/s
Apparent: 30°C
Pressure: 1009 mb
Humidity: 94%
Winds: 2.9 m/s SSW
Windgusts: 9.1 m/s
UV-Index: 0
Precip.: 0mm /55% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom