• Latest
  • Trending
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

Aug-09-2025 07:27 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

by M M
Aug-09-2025 07:27 AM IST
in ବିଶେଷ
0
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା
491
SHARES
1.4k
VIEWS
Share on FacebookShare on Twitter

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 50 ପ୍ରତିଶତ ଆମଦାନୀ ଟ୍ୟାକ୍ସ ଲଗାଇବାକୁ ଘୋଷଣା କରିଛନ୍ତି । ବର୍ଦ୍ଧିତ ଟ୍ୟାକ୍ସ ଅଗଷ୍ଟ 27 ତାରିଖରୁ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ଏହି ମାସ ଶେଷ ସୁଦ୍ଧା, ଭାରତରୁ ଆମେରିକା ଯାଉଥିବା ଉତ୍ପାଦ ଉପରେ ମୋଟ ଟ୍ୟାକ୍ସ 50 ପ୍ରତିଶତରେ ପହଞ୍ଚିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା କଥା ଭାରତ ଆମେରିକୀୟ ସାମଗ୍ରୀ ଉପରେ ବହୁତ ଅଧିକ ଶୁଳ୍କ ଆଦାୟ କରୁଛି । ଆମେରିକା ଭାରତୀୟ ସାମଗ୍ରୀ ଉପରେ କମ୍ ଟିକସ ଆଦାୟ କରୁଛି ।  ତେଣୁ ପ୍ରଥମେ ସେ 25 ପ୍ରତିଶତ ଟ୍ୟାକ୍ସ ଲଗାଇଥିଲେ । ପରେ ଭାରତ  ରୁଷରୁ ତେଲ ଏବଂ ସାମରିକ ଉପକରଣ କିଣୁଥିବାରୁ  ଆହୁରି ଅଧିକ 25 ପ୍ରତିଶତ ତାରିଫ ଲଗାଇବାକୁ ସେ ନିଷ୍ପତ୍ତି ନେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ଭାରତ ପୂର୍ବଭଳି ରୁଷ ଠାରୁ ତେଲ ଆଣୁଛି । ଟ୍ୟାକ୍ସ ମଧ୍ୟ ପୂର୍ବ ଭଳି ରହିଛି । କିନ୍ତୁ ଏବେ କାହିଁକି ଟ୍ରମ୍ପ ଏଭଳି ବ୍ୟବହାର କରୁଛନ୍ତି । ଯେଉଁ ଟ୍ରମ୍ପ ଭାରତକୁ ବନ୍ଧୁ ରାଷ୍ଟ୍ର କହୁଥିଲେ । ମୋଦିଙ୍କୁ ଟ୍ରୁ ଫ୍ରେଣ୍ଡ କହୁଥିଲେ  । ସେହି ଟ୍ରମ୍ପ ଏବେ ଭାରତକୁ ଡେଡ ଇକୋନୋମି କିପରି କହୁଛନ୍ତି । ଅଧିକ ଟ୍ୟାକ୍ସ କିପରି ଲଗାଉଛନ୍ତି ।

ଶାସନକୁ ଆସିବା ପରେ ଟ୍ରମ୍ପ ଏଥର ବଦଳିଯାଇଥିବା ଦେଖାଯାଉଛି । ୨୦୧୭ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପୂର୍ବରୁ ବାରମ୍ବାର ସେ ଭାରତକୁ  ଅତ୍ୟନ୍ତ ପ୍ରଶଂସା କରୁଥିଲେ । କାରଣ ଆମେରିକାରେ ରହୁଥିବା ଭାରତୀୟଙ୍କ ଭୋଟ ତାଙ୍କର ସେତେବେଳେ ଆବଶ୍ୟକ ଥିଲା । ପ୍ରଥମ ଥର ରାଷ୍ଟ୍ରପତି ହେବାପରେ  ଭାରତୀୟ-ଆମେରିକୀୟ ସମୁଦାୟଙ୍କୁ ସମ୍ବୋଧିତ କରି ମୋଦୀଙ୍କ ନେତୃତ୍ୱର ପ୍ରଶଂସା ଅନେକ ଥର କରିଛନ୍ତି ।  ଟ୍ରମ୍ପ ମୋଦୀଙ୍କୁ ଜଣେ “ଶକ୍ତିଶାଳୀ ନେତା” ବାରମ୍ବାର କହିଛନ୍ତି । ଭାରତର ଅର୍ଥନୈତିକ ସଂସ୍କାର ଓ ବିକାଶକୁ ପ୍ରଶଂସା କରିଛନ୍ତି ।  ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ୨୦୧୭ ଜୁନ୍‌ରେ ମୋଦୀ ଆମେରିକା ଗସ୍ତ କରିଥିଲେ। ଟ୍ରମ୍ପ ମୋଦୀଙ୍କୁ true friend ବୋଲି ସମ୍ବୋଧନ କରିଥିଲେ  ।  ଭାରତର ଅର୍ଥନୀତିକୁ ପ୍ରଶଂସା କରିଥିଲେ ।

2019ରେ ଆମେରିକାରେ ମୋଦିଙ୍କ ପାଇଁ ହାଉଡି ମୋଦୀ’ ଇଭେଣ୍ଟ  ହୋଇଥିଲା ।  ଟେକ୍ସାସର ହ୍ୟୁଷ୍ଟନରେ ଆୟୋଜିତ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମରେ ଟ୍ରମ୍ପ ମୋଦୀଙ୍କ ସହ ମଞ୍ଚ ସେୟାର କରିଥିଲେ।  ଟ୍ରମ୍ପ ଭାରତକୁ ମହାନ ଦେଶ କହିବା ସହ  ମୋଦୀଙ୍କୁ “ଜଣେ ଲୋକପ୍ରିୟ ନେତା କହି ସଂବୋଧନ କରିଥିଲେ । ମୋଦୀଙ୍କ ନେତୃତ୍ୱରେ ଭାରତର ଅଗ୍ରଗତି ଏବଂ ବିଶ୍ୱ ମଞ୍ଚରେ ତା’ର ମଜବୁତ ଉପସ୍ଥିତିକୁ ପ୍ରଶଂସା କରିଥିଲେ। ଏବେ ସେହି ମୋଦି ଭାରତର ପ୍ରଧାନମନ୍ତ୍ରୀ ଅଛନ୍ତି । ଲଗାତାର ତୃତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ରହିଛନ୍ତି । ଭାରତର ଅର୍ଥନୀତି ବିଶ୍ବର ଚତୁର୍ଥ ଅର୍ଥନୀତି ହୋଇଛି । କିନ୍ତୁ ଟ୍ରମ୍ପଙ୍କ ଦେହରେ ଏହା ଯାଉନାହିଁ । ସେ ମୋଦିଙ୍କୁ ତ ନିନ୍ଦା କରିନାହାଁନ୍ତି । କିନ୍ତୁ ଭାରତର ଅର୍ଥନୀତିକୁ ଡେଡ ଇକୋନୋମି କହିବା ସହ 50 ପ୍ରତିଶତ ତାରିଫ ଲଗାଇଛନ୍ତି ।

କେବଳ ସେତିକୁ ନୁହେଁ  ୨୦୨୦ରେ ଟ୍ରମ୍ପ ଭାରତ ଆସିଥିଲେ । ଗୁଜରାଟରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ସେ ମୋଦୀଙ୍କୁ “ଅସାଧାରଣ ନେତା” ଏବଂ ଭାରତର ବିକାଶକୁ ଉଚ୍ଚ ପ୍ରଶଂସା କରିଥିଲେ । ଭାରତର ଅର୍ଥନୈତିକ ସଂସ୍କାର ପାଇଁ ସେ ମୋଦିଙ୍କୁ କ୍ରେଡିଟ ଦେଇଥିଲେ । , ଏକାଧିକ ଥର କହିଥିଲେ ଯେ ମୋଦୀଙ୍କ ସହ କାମ କରିବା ତାଙ୍କୁ “ଆନନ୍ଦଦାୟକ” ଲାଗୁଛି । ଭାରତ ସହ ଆମେରିକା ସବୁ କ୍ଷେତ୍ରରେ ମିଳିମିଶି କାମ କରୁଥିବା ସେ କହିଥିଲେ । ଟ୍ରମ୍ପ ଭାରତକୁ ଏକ “ଉଦୀୟମାନ ଅର୍ଥନୀତି” କହିଥିଲେ । ଭାରତ  “ବିଶ୍ୱରେ ଏକ ପ୍ରମୁଖ ଶକ୍ତି” ବୋଲି ବର୍ଣ୍ଣନା କରିଥିଲେ। ୨୦୨୦ରେ ତାଙ୍କ ଭାରତ ଗସ୍ତ ସମୟରେ ସେ କହିଥିଲେ, “ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ହେବା ପଥରେ ଆଗେଇ ଚାଲିଛି, ଏବଂ ମୋଦୀଙ୍କ ନେତୃତ୍ୱରେ ଏହା ଅଭୂତପୂର୍ବ ବିକାଶ କରୁଛି।” ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କକୁ “ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଥିଲେ । ଟ୍ରମ୍ପ କହିଥିଲେ ଉଭୟ ଦେଶ ମିଳିତ ଭାବେ ବାଣିଜ୍ୟ, ପ୍ରତିରକ୍ଷା, ଏବଂ ଆତଙ୍କବାଦ ବିରୋଧରେ କାମ କରୁଛନ୍ତି।  “ଭାରତ ଏବଂ ଆମେରିକା ମିଳିତ ଭାବେ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ କାମ କରୁଛନ୍ତି।” ଟ୍ରମ୍ପଙ୍କ ପ୍ରଶାସନ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ଚୁକ୍ତି, ବାଣିଜ୍ୟ ଆଲୋଚନା, ଏବଂ ଇଣ୍ଡୋ-ପାସିଫିକ ଅଞ୍ଚଳରେ ସହଯୋଗ ବୃଦ୍ଧି ପାଇଥିବା କହିଥିଲେ ଟ୍ରମ୍ପ ।

ଏବେ 5 ବର୍ଷ ପରେ ଟ୍ରମ୍ପ କିନ୍ତୁ କାହିଁକି ଶତ୍ରୁ ଭଳି ଆଚରଣ କରୁଛନ୍ତି । 50 ପ୍ରତିଶତ ତାରିଫ ସହ ଶତ ପ୍ରତିଶତ ଭାରତ ବିରୋଧୀ କାର୍ଯ୍ୟ କରୁଛନ୍ତି । ତାହା ବୁଝାପଡ଼ୁନାହିଁ ।

ଖାଲି ସେତିକି ନୁହେଁ 2024 ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ ଭାରତୀୟ ସମୂଦାୟଙ୍କ ଭୋଟ ପାଇବା ପାଇଁ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଭାରତର ସାଂସ୍କୃତିକ ବିବିଧତା ଏବଂ ଐତିହ୍ୟକୁ ମଧ୍ୟ ବାରମ୍ବାର ପ୍ରଶଂସା କରିଛନ୍ତି ।  “ଭାରତ ହେଉଛି ଏକ ଜୀବନ୍ତ ଗଣତନ୍ତ୍ର ଯାହାର ସଂସ୍କୃତି ଏବଂ ଲୋକମାନେ ବିଶ୍ୱକୁ ପ୍ରେରଣା ଦେଉଛନ୍ତି।” ବୋଲି ଟ୍ରମ୍ପ ଗତ ନିର୍ବାଚନ ବେଳେ କହିଛନ୍ତି । ୨୦୨୫ରେ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମୋଦୀଙ୍କ ଶାନ୍ତି ଓ ଆଲୋଚନା ମାଧ୍ୟମରେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବାର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ “ଶାନ୍ତିର ଦୂତ” ଭାବେ ଉଭାହୋଇଛି ।

ଏସବୁ ଭିତରେ ଚଳିତ ବର୍ଷ ଫେବୃଆରୀରୁ ଟ୍ରମ୍ପଙ୍କ ମତିଗତି ବଦଳିଯାଇଛି । ସେ ଭାରତ ଅପେକ୍ଷା ଅଧିକ ପାକିସ୍ତାନ ପ୍ରତି ଢ଼ଳିଥିବା ଦେଖାଯାଉଛି ।

ଏବେ ଦେଖିବା ଟ୍ରମ୍ପଙ୍କ ଉଚ୍ଚ ଟ୍ୟାକ୍ସ ଫଳରେ ଭାରତର କଣ କ୍ଷତି ହେବାକୁ ଯାଉଛି ।  ୫୦% ଶୁଳ୍କ ଲାଗୁ ହେଲେ  ରପ୍ତାନି ହେଉଥିବା ସାମଗ୍ରୀ ଉପରେ ପ୍ରଭାବ ପଡ଼ିବ ।

ବିଶେଷ କରି ଓଡ଼ିଶାରୁ ଚିଙ୍ଗୁଡ଼ି ରପ୍ତାନି ହେଉଥିବା କଂପାନିମାନେ କ୍ଷତିରେ ପଡ଼ିବେ ।  2024-25 ମସିହାରେ, ଆମେରିକାକୁ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ରପ୍ତାନି $170 ନିୟୁତ ଡଲାର ଥିଲା । ଯେଉଁଥିରେ 99.5% ଫ୍ରୋଜେନ୍  ଚିଙ୍ଗୁଡ଼ି ଥିଲା । 50% ଶୁଳ୍କ ଏହି ରପ୍ତାନି ଉପରେ ଖରାପ ପ୍ରଭାବ ପକାଇବ । ଅଧିକ ଟ୍ୟାକ୍ସ ଲାଗୁ ଫଳରେ ଭିଏତନାମ, ଥାଇଲ୍ୟାଣ୍ଡ ଚିଙ୍ଗୁଡ଼ି-ରପ୍ତାନିକାରୀ ଦେଶ ଲାଭ ପାଇବେ ।  ବଜାରରେ ସେମାନଙ୍କର ଚିଙ୍ଗୁଡି କମ ଦର ରହିବ । ଓଡ଼ିଶା ଚିଙ୍ଗୁଡି ଦର ବଢ଼ିଯିବ । ଏହାଦ୍ବାରା ଓଡ଼ିଶା ଚିଙ୍ଗୁଡି ରପ୍ତାନି ହ୍ରାସ ପାଇବାର ସଂଭାବନା ରହିଛି ।

ଓଡ଼ିଶାରୁ ଆମେରିକା ଯାଉଥିବା ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ ଉପରେ ମଧ୍ୟ ବଡ଼ ପ୍ରଭାବ ପଡ଼ିବ ।  ଟାଟା ଷ୍ଟିଲ୍ ଏବଂ ବେଦାନ୍ତ ଭଳି କମ୍ପାନୀଗୁଡ଼ିକର ବଜାର ଆମେରିକାରେ ଚାହିଦା ରହିଛି । ଇସ୍ପାତ ଏବଂ ଆଲୁମିନିୟମ ଉପରେ ଆମେରିକା  ଏକ ପୃଥକ 50% ଶୁଳ୍କ ଲାଗୁ କରିଛି । ଯାହା ଅନ୍ୟ ସାମଗ୍ରୀ ଉପରେ 50% ପାରସ୍ପରିକ ଶୁଳ୍କକୁ ମିଶ୍ରିତ କରିବ। ଏହା ଆମେରିକାକୁ ଓଡ଼ିଶାର ଧାତୁ ରପ୍ତାନିକୁ ଯଥେଷ୍ଟ ମହଙ୍ଗା କରିବ । ଯାହା କମ ଶୁଳ୍କ ଥିବା ଦେଶଗୁଡ଼ିକ ବିରୁଦ୍ଧରେ ପ୍ରତିଯୋଗିତା କରିବା କଷ୍ଟକର ହେବ ।

ସେହିପରି ଓଡ଼ିଶାରୁ ଆମେରିକା ରପ୍ତାନୀ କରୁଥିବା ବୟନଶିଳ୍ପ ବେପାରୀମାନେ  କ୍ଷତି ସହିବେ । ଓଡ଼ିଶାର ବୟନଶିଳ୍ପ ଉତ୍ପାଦଗୁଡ଼ିକୁ ଆମେରିକାରେ ଯଥେଷ୍ଟ ମହଙ୍ଗା ହେବ ।  ଭାରତୀୟ ବୟନଶିଳ୍ପ ଶିଳ୍ପ ମହାସଂଘ ଉଲ୍ଲେଖ କରିଛି ଯେ ଏପରି ଶୁଳ୍କ ରପ୍ତାନିକାରୀଙ୍କ ପାଇଁ ଏକ “କଠିନ ଚ୍ୟାଲେଞ୍ଜ” ସୃଷ୍ଟି କରିବ । କାରଣ ଓଡ଼ିଶାର ବୟନଶିଳ୍ପ ବାଂଲାଦେଶ (20% ଶୁଳ୍କ) କିମ୍ବା ଭିଏତନାମ (20% ଶୁଳ୍କ)ଠୁ ଅଧିକ ଟିକସ ଦେବାକୁ ପଡ଼ିବ । ତେଣୁ ସେଠାରେ ଦର ବୃଦ୍ଧି ପାଇବ ।

ଓଡ଼ିଶାର ରତ୍ନ ଏବଂ ଅଳଙ୍କାର ରପ୍ତାନି କରୁଥିବା ବ୍ୟବସାୟୀମାନେ ମଧ୍ୟ କ୍ଷତିରେ ରହିବେ । ଆମେରିକାକୁ ଯେଉଁ ବ୍ୟବସାୟୀମାନେ ରପ୍ତାନୀ କରୁଛନ୍ତି ତାଙ୍କୁ ଅଧିକ ଶୁଳ୍କ ଦେବାକୁ ପଡ଼ିବ ।  ଭାରତରୁ ଯାଉଥିବା  ଅଳଙ୍କାର ଆମେରିକା ଲୋକଙ୍କ ଅଧିକ ପସନ୍ଦ ।   50% ଶୁଳ୍କ ଓଡ଼ିଶାର ରପ୍ତାନିକାରୀଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି କରିବ । ଭାରତର  ହୀରା ବ୍ୟବାସୀୟମାନେ କ୍ଷତିରେ ପଡ଼ିବେ ।  ତେଣୁ ଆଗାମୀ ଦିନରେ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଗୁଡିକ ଅଧିକା ଦରବୃଦ୍ଧି ଯୋଗୁଁ ଚାହିଦା କମିବାର ଯଥେଷ୍ଟ ସଂଭାବନା ରହିଛି ।

ତେଣୁ  ଟ୍ରମ୍ପଙ୍କ ୫୦% ଶୁଳ୍କ ଲାଗୁ କୁ ଭାରତ କେବେ ସହଜରେ ଗ୍ରହଣ କରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାର ଜବାବ ନିଶ୍ଚୟ ଦେବେ ।  ଫେବ୍ରୁଆରି ମାସରୁ ଟ୍ରମ୍ପ ଭାରତ ଉପରେ ଚାପ ପକାଉଛନ୍ତି । ଶହେଟି ଦେଶ ଟ୍ରମ୍ପଙ୍କ ବ୍ୟବସାୟ ଚୁକ୍ତି କୁ ଗ୍ରହଣ କରିସାରିଲେଣି । ଭାରତ ଟ୍ରମ୍ପଙ୍କ ଧମକକୁ ଗ୍ରହଣ କରୁନାହିଁ । କାରଣ ଏଠାକାର କ୍ଷୁଦ୍ର ଚାଷୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଆମେରିକା ଦ୍ରବ୍ୟ ଆମଦାନୀ ହେଲେ କ୍ଷତିରେ ରହିବେ ।   ଟ୍ରମ୍ପ ଏବେ ଆମେରିକା ଫାଷ୍ଟ ନୀତିରେ ଚାଲୁଛନ୍ତି । ତେଣୁ ଭାରତ ଆମେରିକାର ଧମକ ଉପରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

ମନୋରଞ୍ଜନ ମିଶ୍ର

–

 

Share196Tweet123
M M

M M

ଆଜିର ପାଗ

Bhubaneswar
March 19, 2026, 11:35 PM
 

SSW
Overcast
25°C
2 m/s
Apparent: 30°C
Pressure: 1011 mb
Humidity: 93%
Winds: 2 m/s SSW
Windgusts: 5.8 m/s
UV-Index: 0
Precip.: 7.6mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom