• Latest
  • Trending
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

Sep-05-2025 11:11 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଜିଏସଟି ବନାମ ଟାରିଫ

by M M
Sep-05-2025 11:11 AM IST
in ବିଶେଷ
0
ଜିଏସଟି ବନାମ ଟାରିଫ
491
SHARES
1.4k
VIEWS
Share on FacebookShare on Twitter

ମୁଣ୍ଡଲଗା ତେଲଠାରୁ କର୍ଣ୍ଣ ଫ୍ଲେକ୍ସ ପର୍ଯ୍ୟନ୍ତ  । ଟିଭି ଠାରୁ ଜୀବନ ବୀମା ପଲିସି ପର୍ଯ୍ୟନ୍ତ  । ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ସାମଗ୍ରୀ ଉପରୁ ଜିଏସଟି କମିଛି । ଜିଏସଟି କାଉନସିଲ ପୁରା ଟିକସ ବ୍ୟବସ୍ଥାର ବଡ଼ ପରିବର୍ତ୍ତନ ଆଣିଛି । ସକାଳୁ ରାତି ପର୍ଯ୍ୟନ୍ତ ଆପଣଙ୍କ ଦୈନ୍ୟଦିନ ଜୀବନରେ ଯାହା ବ୍ୟବହାର କରନ୍ତି ତାହାର ଦର ଉପରେ ଏକ ବଡ଼ ପରିବର୍ତ୍ତନ ଆସିଛି । ସରକାର ଚାହୁଁଛନ୍ତି ଏହି ଟିକସ ହାର କମାଇ ଦରଦାମର ରେଟକୁ ଖସାଇବାକୁ । ଫଳରେ ଲୋକ ଅଧିକ ପରିମାଣରେ କିଣିବେ  । ଚାହିଦା ବଢ଼ିବ । ଆଉ ଉତ୍ପାଦନ ମଧ୍ୟ ବଢ଼ିବ । ଏବେ ଚାରିପ୍ରକାରର ଜିଏସଟି ଆଦାୟ କରାଯାଉଛି । 5 ପ୍ରତିଶତ, 12, 18,28 ପ୍ରତିଶତ । ଏବେ ମୁଖ୍ୟତ ଦୁଇଟି ସ୍ଲାବ ରହିବ । ଆପଣ କିଣୁଥିବା ପ୍ରତି ସାମଗ୍ରୀ ଉପରେ 5 ପ୍ରତିଶତ, ନହେଲେ 18 ପ୍ରତିଶତର ଜିଏସଟି ରହିବ । ଏହାଛଡ଼ା 40 ପ୍ରତିଶତର ଟିକସ ଆଦାୟ କରାଯିବ ଯଦି ଆପଣ ଟବାକୋ ଖାଉଛନ୍ତି ବା ସିଗାରେଟ ଖାଉଛନ୍ତି । ଆପଣ ଯଦି ଦାବି କାର କିଣୁଛନ୍ତି 40 ପ୍ରତିଶତର ଜିଏସଟି ଦେବାକୁ ପଡ଼ିବ । ସେପ୍ଟେମ୍ବର 22 ତାରିଖ ନବରାତ୍ରୀର ପ୍ରଥମ ଦିନ । ଯେଉଁଦିନ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ । ଏବେ ବୁଝନ୍ତୁ ଆପଣ ନିତି ଦିନିଆ ବ୍ୟବହାର କରୁଥିବା କେଉଁ କେଉଁ ଜିନିଷ ଶସ୍ତା ହେବ । ଆପଣ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ଜିଏସଟି ମୁକ୍ତ ହେବ । ଘିଅ ଏବଂ ଲହୁଣି, ମାଂସ , ଜାମ ଏବଂ ଫୁଡ ଜିଲି, ପଇଡ , ନମକିନି , 20 ଲିଟର ଥିବା ପାଣି, ଫଳ ରସ, ଆଇସକ୍ରିମ୍ ପାଷ୍ଟ୍ରି ଏବଂ ବିସ୍କୁଟ, କର୍ଣ୍ଣ ଫଡସ, 18 ପ୍ରତିଶତରୁ 5 ପ୍ରତିଶତ ଜିଏସଟି ଭିତରେ ସୀମିତ ରହିବ । ରୁଟି , ପରଟା ଉପରେ ଆଉ କୈାଣସି ଟିକସ ରହିବ ନାହିଁ । ଏବେ 5 ପ୍ରତିଶତ ଟିକସ ଏହା ଉପରେ ଲାଗିଛି । ଦାନ୍ତ ଘସା ପାଉଡର, କ୍ଷୀର ପିଇବା ବଟଲ, ଟେବୁଲ ଉପରେ ପଡ଼ୁଥିବା କପଡ଼ା, ରୋଷେଇ ସାମଗ୍ରୀ, ଛତା ବାସନ କୁସନ, ସାଇକେଲ, ବାଉଁଶର ଫରନିଚର, ପାନିଆ ଏଗୁଡ଼ିକ କିଣିଲା ବେଳେ ଆଜିର ଦିନରେ ଆପଣ 12 ପ୍ରତିଶତ ଟିକସ ଦେଉଛନ୍ତି । ସେପ୍ଟେମ୍ବର 22ଠାରୁ ଆପଣ ମାତ୍ର 5 ପ୍ରତିଶତ ଟିକସ ଦେବେ ।  ଏବେ ଆପଣ ମୁଣ୍ଡରେ ଲଗାଉଥିବା ସାମ୍ପୋ କଥା ଭାବନ୍ତୁ, ମୁହଁ ଲଗା ପାଉଡର କଥା ଭାବନ୍ତୁ, ଟ୍ରୁଥ ପେଷ୍ଟ, ବ୍ରସ, ସାବୁନ, ମୁଣ୍ଡ ଲଗା ତେଲ, ଆପଣଙ୍କ ଗାଧୁଆ ଘରର ଏସବୁ ସାମଗ୍ରୀ ପାଇଁ ଆଜିର ଦିନରେ 18 ପ୍ରତିଶତ ଟିକସ ଦେଉଛନ୍ତି ଏହା 5 ପ୍ରତିଶତକୁ ଖସିଆସିବ । ଘର କରିବା ପାଇଁ ଯେଉଁ ସିମେଣ୍ଟ ବ୍ୟବହାର କରୁଛନ୍ତି ତାହା ଶସ୍ତା ହେବ । 28 ପ୍ରତିଶତରୁ 18କୁ ଜିଏସଟି କମିଯିବ । ସେହିଭଳି ଆପଣ ବ୍ୟବହାର କରୁଥିବା ଗାଡ଼ି ଏହା ପେଟ୍ରୋଲ ହୋଇପାରେ, ଏଲପିଜି ବା ସିଏନଜି ହୋଇପାରେ । ଯଦି ଏହା 1200 ସିସିରୁ କମ ତାହେଲେ ଟିକସ କମ ପଡ଼ିବ । 28 ପ୍ରତିଶତରୁ 18ପ୍ରତିଶତ ଜିଏସଟି ଆପଣ ଦେବେ । ଯଦି ଆପଣ ଡିଜେଲ ଗାଡ଼ି ଚଢ଼ୁଛନ୍ତି ଏବଂ ଏହା 1500 ସିସିରୁ କମ୍ ତେବେ ଆପଣ 28 ବଦଳରେ 18 ପ୍ରତିଶତ ଜିଏସଟି ଦେବେ । ଆପଣ ଯଦି ମୋଟର ସାଇକେଲ ଚଢ଼ୁଛନ୍ତି , ଏୟାର କଣ୍ଡିସନ ବ୍ୟବହାର କରୁଛନ୍ତି, ଘରେ ବାସନ ମାଜିବା ପାଇଁ ଡିସଓ୍ବାସ ବ୍ୟବହାର କରୁଛନ୍ତି ଆଗକୁ ଆପଣ ଏହି ସବୁ ସାମଗ୍ରୀ ଉପରେ 18 ପ୍ରତିଶତ ଜିଏସଟି ଦେବେ । ଏବେ ଆପଣ ଏହି ସବୁ କିଣିଲେ 28 ପ୍ରତିଶତ ଦେଉଛନ୍ତି । ଅର୍ଥାତ ଯଦି ଆପଣଙ୍କ ଟିଭିର 30 ହଜାର ତେବେ ଆପଣ ଏତିକି ଟଙ୍କା ଦେବେ ।

ଜିଏସଟିର ବୋଝ ଭାରତ ବର୍ଷର ଲୋକଙ୍କୁ ଭାରାକ୍ରାନ୍ତ କରିଛି । ଏକଦା ରାହୁଲ ଗାନ୍ଧୀ ଏହାକୁ ଗବ୍ବର ସିଂ ଟ୍ୟାକ୍ସ ବୋଲି କହିଥିଲେ । ବହୁ ଚର୍ଚିତ ଫିଲ୍ମର ଗବ୍ବର ସିଂ କଥା ମନେପକାନ୍ତୁ । ଯାହାର ଅତ୍ୟାଚାରକୁ ନେଇ ସୋଲେ ଫିଲ୍ମ ତିଆରି ହୋଇଥିଲା । ଯାହାକୁ ଲୋକେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି । ରାହୁଲ ଗାନ୍ଧୀ କହୁଥିଲେ । ଏହି ଟିକସ ବ୍ୟବସ୍ଥାର ସଂଶୋଧନ କରିବା ଜରୁରୀ । ଗତ କିଛି ବର୍ଷ ଭିତରେ ଜିଏସଟି କାଉନସିଲ 56 ଥର ବସିଛି । କିନ୍ତୁ ସାଧାରଣ ଲୋକେ ବ୍ୟବହାର କରୁଥିବା ସାମଗ୍ରୀ ଉପରୁ ଟିକସ କମାଯାଇନଥିଲା । 2017 ମସିହାରେ ଏହି ଜିଏସଟି ଆରମ୍ଭ କରାଯାଇଥିଲା । ଯାହାକୁ ନେଇ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ । ଏହାକୁ ଇକୋନୋମିକସ ଇନଜଷ୍ଟିସ ବା ଅର୍ଥନୈତିକ ଅନ୍ୟାୟ ବୋଲି ବର୍ଣ୍ଣନା କରିଥିଲେ । ସେ କହୁଥିଲେ କର୍ପୋରେଟମାନଙ୍କୁ ଟିକସରେ ରିହାତି ସରକାର ଦେଉଛନ୍ତି । ଗୋଟିଏ ବର୍ଷରେ ଏକ ଲକ୍ଷ କୋଟିର ରିହାତି କଂପାନି ମାନେ ପାଉଛନ୍ତି । କିନ୍ତୁ ସରକାର ଗରିବ ମଧ୍ୟବିତଙ୍କୁ ଶୋଷିଛନ୍ତି । ଦରକାରୀ ଜିନିଷ ମହଙ୍ଗା କରୁଛନ୍ତି । ଯଦି ଖାଇବା, ପିନ୍ଧିବା ସହିତ ଗୋଟିଏ ସ୍ବାସ୍ଥ୍ୟବୀମା କଲେ ଲୋକଙ୍କୁ ଅଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଛି । ତାହେଲେ ଭାରତ ବର୍ଷରେ ବଂଚିବା ବଡ଼ କଷ୍ଟକର । ଏବେ ପ୍ରଶ୍ନ ଉଠୁଛି ହଠାତ କାହିଁକି ସରକାର ବ୍ୟାପକ ପରିବର୍ତ୍ତନ ଆଣିଲେ । ଅତି ଦରକାରୀ ସାମଗ୍ରୀରୁ ଟିକସ କମାଇବା ପାଇଁ ନିଷ୍ପତ୍ତି ନିଆଗଲା । ଜିଏସଟି କମିଗଲା । ଅଗଷ୍ଟ ମାସରେ 50 ପ୍ରତିଶତ ଟାରିଫ ଲାଗୁହେଲା । ଏହା ଫଳରେ ଭାରତ ବର୍ଷର ଟେକ୍ସାଇଲଠାରୁ  ଆରମ୍ଭ କରି ସାମୁଦ୍ରିକ ଖାଦ୍ୟ, ଅଳଙ୍କାର, ଦେଶରେ ତିଆର ହେଉଥିବା ଜୋତା ଆମେରିକାକୁ ରପ୍ତାନି ପ୍ରଭାବିତ ହେଲା ।  ଦେଶର ଅର୍ଥନୀତିକୁ ଏକ ବଡ଼ ଧକ୍କା ଲାଗିଲା । ଆଉ ଏତିକି ବେଳେ ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ସରକାର ତତ୍ପର ହେଲେ । ଅଗଷ୍ଟ 15ରେ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଏ ସଂପର୍କରେ ଘୋଷଣା କରିଥିଲେ । ମୋଦି ସରକାରଙ୍କୁ ଏହା ବିଚଳିତ କରୁଛି ଯେ ଦେଶର ଏହି ଆର୍ଥିକ ଅବସ୍‌ଥା ସୁଧାରିବା ପାଇଁ ରପ୍ତାନି ବ୍ୟବସ୍ଥାରେ ଆସିଥିବା ଆଂଚ ପାଇଁ ଜିଏସଟିରେ ପରିବର୍ତନରେ ଜରୁରୀ । ପୂର୍ବରୁ ଇନକମ ଟ୍ୟାକ୍ସରେ ସାଧାରଣ ଲୋକଙ୍କୁ ରିହାତି ମିଳିଥିଲା । ଏବେ ବଜାରକୁ ଯାଇ ଜିନିଷ କିଣିବା ବେଳେ ସେହି ରିହାତି ମିଳିବ । ଲୋକେ ଅଧିକ ସଂଖ୍ୟାରେ କିଣିବେ ଅଧିକ ପରିମାଣରେ କିଣିବେ । ଚାହିଦା ବଢ଼ିବ । ଅର୍ଥନୀତି ବଢ଼ିବ । ଏଥିପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଯେ ଏକ ବଡ଼ ଭୂମିକା ନେଲା ଏଥିରେ ସନ୍ଦେହ ନାହିଁ । ସଂକଟ ସବୁବେଳେ ସୁଯୋଗ ଦେଇଥାଏ । ଆଉ ବଡ଼ ବଡ଼ ପରିବର୍ତ୍ତନ , ବଡ଼ ବଡ଼ ସଂକଟ ପରେ ହିଁ ଆସିଥାଏ । ଭାରତ ବର୍ଷରେ ଜିଏସଟି କ୍ଷେତ୍ରରେ ପରିବର୍ତ୍ତନ ସେହି ସଂକଟ ଭିତରେ ଆସିଛି ଯେତେବେଳେ ଆମେରିକାର ଦାଦାଗିରି ଭାରତର ଅର୍ଥନୀତିକୁ ପ୍ରଭାବିତ କରିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବୁଥିଲେ ମୋଦି ତାଙ୍କ ଧମକରେ ଡରିଯିବେ । ରୁଷିଆଠାରୁ ଆଉ ତେଲ କିଣିବେ ନାହିଁ । କିନ୍ତୁ ସେପରି ଘଟିଲା ନାହିଁ ।  ଆମେରିକା ଭାରତ ପାଇଁ ଏକ ବଡ଼ ବଜାର ଥିଲା । ସେ ବଜାରକୁ ଭାରତୀୟ ସାମଗ୍ରୀ ନଯିବାରୁ ଭାରତୀୟ ବଜାରରେ ଭାରତୀୟ ସାମଗ୍ରୀ ଜମା ରହିଛି । ଏହି ସମୟରେ ଟିକସ କମାଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ।

ଟ୍ରମ୍ପ ଏହି ଟାରିଫ, ୨୭ ଅଗଷ୍ଟ ୨୦୨୫ ଠାରୁ କାର୍ଯ୍ୟକାରୀ କରିଥିଲେ । ଯାହା ଫଳରେ ଭାରତୀୟ ରପ୍ତାନି କ୍ଷେତ୍ର ବାଣିଜ୍ୟକୁ ୫୦ ବିଲିୟନ ଡଲାର ବାଣିଜ୍ୟକୁ ବିପଦରେ ପକାଇଥିଲା  ।  ଭାରତର ଜିଡିପି ବୃଦ୍ଧିକୁ ୦.୬–୦.୮% ହ୍ରାସ କରିବାର ସମ୍ଭାବନା ରହିଥିଲା। ଏହି ବାହ୍ୟ ଚାପର ସମ୍ମୁଖୀନ ହେବା ପାଇଁ, ମୋଦୀ ସରକାର ଜିଏସଟି ସଂସ୍କାର ତୁରନ୍ତ ଲାଗୁ କରିବାକୁ ଘୋଷଣା କରିଛନ୍ତି ।

ଏହି ସଂସ୍କାର, “ଜିଏସଟି ୨.୦” ନାମରେ ଏବେ ପରିଚିତ । ଯାହା ଭାରତୀୟ ବଜାରରେ  ବାର୍ଷିକ ୨୦ ବିଲିୟନ ଡଲାର ଖର୍ଚ୍ଚ କରିପାରିବାକୁ ସମର୍ଥ ହେବ  ବୋଲି ଅନୁମାନ କରାଯାଇଛି  । କେବେଳ ଖାଦ୍ୟ, ପୋଷାକ ଏବଂ ସିମେଣ୍ଟ ଭଳି ସାମଗ୍ରୀରେ ଜିଏସଟି କମାଇ  ଜିଡିପିର ୦.୬% ବୃଦ୍ଧି କରାଯାଇପାରେ । ଯାହା ଟାରିଫ ସମ୍ବନ୍ଧୀୟ କ୍ଷତିକୁ କିଛି ପରିମାଣରେ ପୂରଣ କରିପାରିବ ଆଶା କରାଯାଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 1:38 AM
 

NNW
Overcast
20°C
0.5 m/s
Apparent: 23°C
Pressure: 1017 mb
Humidity: 90%
Winds: 0.5 m/s NNW
Windgusts: 6.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom