• Latest
  • Trending
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

Sep-10-2025 05:41 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ମନ୍ମଥଙ୍କ ପ୍ରଶ୍ନ ବାଣ ଆଗକୁ ଫୁଟିବ

by M M
Sep-10-2025 05:41 AM IST
in ବଡ଼ ଖବର, ରାଜନୀତି
0
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା
492
SHARES
1.4k
VIEWS
Share on FacebookShare on Twitter

ରାମାୟଣ ଓ ମହାଭାରତ ଆମର ଜୀବନର ଅଂଶ। ସେଠାରୁ କିଛି ନେତା ଦଳର ନେତାଙ୍କୁ ନକାରାତ୍ମକ ଚରିତ୍ର ସହ ତୁଳନା କରି ଟାର୍ଗେଟ୍ କରୁଛନ୍ତି। ଏମିତି ବୁଲେଇ ନକରି ସିଧାସଳଖ ନାଁ ନେଇ କରନ୍ତୁ : ମନ୍ମଥ

ଓଡ଼ିଶାରେ ରାଜନୈତିକ ଦୃଶ୍ୟ ବଦଳିଛି । ଏବେ କ୍ଷମତାରେ ନାହିଁ ବିଜୁ ଜନତା ଦଳ (ବିଜେଡି) । ବିଜେଡି ଏବେ ବିରୋଧୀ ଆସନରେ  । ୨୦୨୪ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ, ଏବେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଗଣମାଧ୍ୟମରେ ବେଶ ପ୍ରଚାରିତ ହେଉଛି । ନେତାମାନେ  ବୟାନବାଜି କରୁଛନ୍ତି ।  କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ କଥା ବହୁ ଆଲୋଚନା ସୃଷ୍ଟି କରିଛି ।

ମନ୍ମଥ, ଗତ କିଛି ବର୍ଷ ହେଲା ରାଜନୀତି କରୁଛନ୍ତି । ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ  ଦେଇ ଭୁବନେଶ୍ୱର ଲୋକସଭା ଆସନର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ସେ ଏବେ ଦଳ ପାଇଁ ବାହାରି ବିଜେଡିର ଅସନ୍ତୁଷ୍ଟ ବରିଷ୍ଠ ନେତାମାନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଏହା ରାଜନୀତି ମହଲରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି।

ମନ୍ମଥ ସମାଲୋଚନା କରିଛନ୍ତି ଶ୍ରୀମୟୀ ମିଶ୍ରଙ୍କୁ, ଅରୁଣ ସାହୁଙ୍କୁ, ଅଶୋକ ପଣ୍ଡାଙ୍କୁ ।  ସେମାନଙ୍କ ନାଁ ନନେଇ ମନ୍ମଥ କହିଛନ୍ତି, ” କିଛି ନେତା ଦଳ ବିରୋଧରେ ଏଣୁତେଣୁ ମନ୍ତବ୍ୟ ଦେଇ ଦେଉଛନ୍ତି।  ଗୁରୁଦିବସ ଦିନ ନେତା ଗୁରୁଙ୍କ ଉପରେ ନକହି ଦଳ ବିରୋଧରେ କହୁଛନ୍ତି । ଦଳରେ ଶୃଙ୍ଖଳାଗତ କମିଟି ଅଛି, ସେଠାରେ ମତ ରଖୁନାହାଁନ୍ତି। ଯଦି କେହି ଶୁଣୁନାହାନ୍ତି, ତେବେ ଉପରେ କୁହନ୍ତୁ। ସର୍ବୋପରି, ଜନସେବା ହିଁ ମୂଳ ଉଦ୍ଦେଶ୍ୟ। ଯଦି ଦଳର ବିଚାରାଧାରା ସହ ମେଳ ନ ଖାଏ, ତେବେ ଅନ୍ୟଠାରେ ରାଜନୀତି କରନ୍ତୁ। କାହାକୁ ଆକ୍ଷେପ କରି ଅଭଦ୍ର ମତମନ୍ତବ୍ୟ ଦେବା ଠିକ୍ ନୁହେଁ, ଏହା ନିଜର କ୍ଷତି ଓ ସମାଜରେ ଅସମ୍ମାନ ଆଣେ। ଏହା ସେ ଅରୁଣ ସାହୁଙ୍କୁ କହିଛନ୍ତି । ଗୁରୁଦିବସ ଦିନ ଅରୁଣ ସାହୁ ଦଳର ନେତୃତ୍ବକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଏହା ଅରୁଣ ସାହୁଙ୍କ ଉପରେ ସିଧାସଳଖ ଆକ୍ରମଣ ଭାବେ ଦେଖାଯାଉଛି, ଯିଏ ଦଳରେ ବରିଷ୍ଠ ନେତା ଅଛନ୍ତି ।  ମନ୍ମଥଙ୍କ ଏହି ମନ୍ତବ୍ୟ ଦଳରେ ଶୃଙ୍ଖଳା ଓ ଏକତାର ପ୍ରଶ୍ନ ଉଠାଇଛି।

ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ପଣ୍ଡାଙ୍କୁ ମନ୍ମଥ ସିଧାସଳଖ ଆକ୍ଷେପ କରିଛନ୍ତି। ସେ ପଚାରିଛନ୍ତି, “ଅଶୋକ ପଣ୍ଡା ସେତେବେଳେ କ’ଣ ଦଳ ଚଳାଉଥିଲେ କି? ଦଳ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବୋଲି ଅଶୋକ ପଣ୍ଡାଙ୍କ ପାଖରେ କିଛି ଚିଠି ଅଛି କି। ଆନୁଷ୍ଠାନିକ ଘୋଷଣା କିଛି ହୋଇଥିଲା କି?” ଆହୁରି ଆଗକୁ ଯାଇ ସେ ଅଶୋକଙ୍କୁ ‘ରାସ୍ତାରେ ଥିବା ଅଭଦ୍ର ବ୍ୟକ୍ତି’ ସହ ତୁଳନା କରିଛନ୍ତି। ସେ କହିଛନ୍ତି, “ଅଭଦ୍ର ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରିବେ ନା ସଭ୍ୟ ଦଳର ଚିଠିରେ ବିଶ୍ୱାସ କରିବେ। ଯିଏ ଯାହା କହିଦେବ ତାହା କ’ଣ ହୋଇଯିବ କି?”

ଏହା ଅଶୋକ ପଣ୍ଡାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ ଭାବେ ଦେଖାଯାଉଛି, ଯାହା ଦଳରେ ପ୍ରାର୍ଥୀ ଚୟନ ଓ ଆଭ୍ୟନ୍ତରୀଣ ନିଷ୍ପତ୍ତି ଉପରେ ପ୍ରଶ୍ନବାଚୀ ଉଠାଇଛି। ଏହା ଦଳର ୨୦୨୪ ନିର୍ବାଚନୀ କ୍ଷୟକ୍ଷତିର ପରେ ଆହୁରି ଗଭୀର ହୋଇପଡ଼ୁଛି।

ବିଜେଡିର  ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ମନ୍ମଥ ନାଁ ନନେଇ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯେତେବେଳେ ଅନୁକୂଳ ସମୟ ଥିଲା, ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ପିତାଙ୍କଠୁ ବଡ଼ ବୋଲି କହୁଥିଲେ। ମହିଳାଙ୍କୁ ନବୀନ ପଟ୍ଟନାୟକ କେତେ ଭଲ ପାଆନ୍ତି ବୋଲି କହୁଥିଲେ। କିନ୍ତୁ ପ୍ରତିକୂଳ ସମୟରେ ନିଜର ସ୍ୱାର୍ଥ ପାଇଁ ନିଜର ଅସଲ ଚିତ୍ର ପ୍ରକାଶ ପାଇଛି।” ସେ ଆହୁରି କହିଛନ୍ତି ଯେ, ଅନୁକୂଳ ସମୟରେ ଶ୍ରୀମୟୀଙ୍କୁ ମହିଳା ସମବାୟ ନିଗମ, ଓଟିଡିସି ଓ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଭଳି ପଦବୀ ଦିଆଯାଇଥିଲା । ପ୍ରତିକୂଳ ସମୟରେ ସେ ଧୃତରାଷ୍ଟ୍ର ଓ ଦୁର୍ଯ୍ୟୋଧନ ଭଳି ନକାରାତ୍ମକ ଚରିତ୍ର ସହ କାହାକୁ ତୁଳନା କରୁଛନ୍ତି।

ମନ୍ମଥ କହିଛନ୍ତି, “ରାମାୟଣ ଓ ମହାଭାରତ ଆମର ଜୀବନର ଅଂଶ। ସେଠାରୁ କିଛି ନେତା ଦଳର ନେତାଙ୍କୁ ନକାରାତ୍ମକ ଚରିତ୍ର ସହ ତୁଳନା କରି ଟାର୍ଗେଟ୍ କରୁଛନ୍ତି। ଏମିତି ବୁଲେଇ ନକରି ସିଧାସଳଖ ନାଁ ନେଇ କରନ୍ତୁ।” ସେ ଆହୁରି କହିଛନ୍ତି ଯେ, ଦଳରେ ଶୃଙ୍ଖଳାଗତ କମିଟିରେ ମତ ରଖନ୍ତୁ। ଶ୍ରୀମୟୀ ଏବେ ଦଳର ମୁଖପାତ୍ର, ସାଧାରଣ ସମ୍ପାଦକ ଅଛନ୍ତି । “ଏହି ମହିଳା ଏବେ ଦଳରେ ଅଛନ୍ତି କି ନାହାନ୍ତି, ସେ ଜାଣନ୍ତି ନାହିଁ।” ବୋଲି କହିଛନ୍ତି ମନ୍ମଥ । ମନ୍ମଥଙ୍କ ଏହି ମନ୍ତବ୍ୟ ବିଜେଡିରେ ନେତାଙ୍କ ଅସନ୍ତୋଷର ସ୍ପଷ୍ଟ ସୂଚନା ପ୍ରଦାନ କରୁଛି। ୨୦୨୪ ନିର୍ବାଚନରେ ଦଳର ପରାଜୟ ପରେ ଦଳର ଆଭ୍ୟନ୍ତରୀଣ ବିବାଦ ବଢ଼ିବଢ଼ି ଚାଲିଛି । ମନ୍ମଥଙ୍କ ଭଳି ନେତା ଅନ୍ୟ ନେତାକୁ ପ୍ରଶ୍ନ କରିବାକୁ ନେଇ ଦଳରେ ଦୁଇ ଗୋଷ୍ଠୀ ନିଜ ନିଜର ପ୍ରଭାବ ଦେଖାଉଥିବା ଚର୍ଚା ହେଉଛି । ବାସ୍ତବିକ କହିବାକୁ ଗଲେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ନେତାମାନେ  ପ୍ରଶ୍ନ ଉଠାଉଛନ୍ତି । ଆଗାମୀ ଦିନରେ ନବୀନ କଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା ।

 

ଏହି ପରିସ୍ଥିତିରେ ବିଜେଡିର ଭବିଷ୍ୟତ୍ ଉପରେ ପ୍ରଶ୍ନବାଚୀ ଉଠିଛି। ଦଳ ଯଦି ଆଭ୍ୟନ୍ତରୀଣ କନ୍ଦଳ ନିୟନ୍ତ୍ରଣ ନକରିପାରେ, ତେବେ ଆଗାମୀ ସ୍ଥାନୀୟ ନିର୍ବାଚନରେ ଆହୁରି କ୍ଷତି ହୋଇପାରେ। ମନ୍ମଥଙ୍କ ମତମନ୍ତବ୍ୟ ଦ୍ୱାରା ଦଳର ଶୃଙ୍ଖଳାଗତ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଏହା ଓଡ଼ିଶା ରାଜନୀତିରେ ଏକ ନୂତନ ବିତର୍କର ବିଷୟ ହୋଇଛି।

Share197Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 4:42 AM
 

NNW
Mainly clear
17°C
0.9 m/s
Apparent: 22°C
Pressure: 1017 mb
Humidity: 87%
Winds: 0.9 m/s NNW
Windgusts: 5.7 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom