• Latest
  • Trending
ବିପ୍ଲବ କେବେ ଶାନ୍ତି ଆଣିପାରେ ନାହିଁ : ମୋହନ ଭାଗବତ

ବିପ୍ଲବ କେବେ ଶାନ୍ତି ଆଣିପାରେ ନାହିଁ : ମୋହନ ଭାଗବତ

Oct-02-2025 11:08 AM IST
ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

Mar-29-2026 10:55 PM IST
ପାକିସ୍ତାନରେ ଦୁଇଦିନ ଲକଡାଉନ!

ପାକିସ୍ତାନରେ ଦୁଇଦିନ ଲକଡାଉନ!

Mar-29-2026 10:52 PM IST
ଆମେ ରାଜତନ୍ତ୍ର ସହିବୁନୁ 

ଆମେ ରାଜତନ୍ତ୍ର ସହିବୁନୁ 

Mar-29-2026 10:50 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-29-2026 12:27 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
  • About
  • Careers
  • Contact Us
Monday, March 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିପ୍ଲବ କେବେ ଶାନ୍ତି ଆଣିପାରେ ନାହିଁ : ମୋହନ ଭାଗବତ

by M M
Oct-02-2025 11:08 AM IST
in ବଡ଼ ଖବର
0
ବିପ୍ଲବ କେବେ ଶାନ୍ତି ଆଣିପାରେ ନାହିଁ : ମୋହନ ଭାଗବତ
491
SHARES
1.4k
VIEWS
Share on FacebookShare on Twitter

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ବିଜୟାଦଶମୀ ଉତ୍ସବ ଗୁରୁବାର, ଅକ୍ଟୋବର ୨, ୨୦୨୫ରେ ନାଗପୁରର ରେଶିମବାଗରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ  ଆରଏସଏସ୍ ମୁଖ୍ୟ ମୋହନ ଭାଗବତ  କହିଛନ୍ତି ଯେ ପହଲଗାମରେ ଆତଙ୍କବାଦୀମାନେ ଧର୍ମ ପଚାରି ଭାରତୀୟଙ୍କୁ ମାରିଥିଲେ । ସେନା ଓ ସରକାର ଏଥିପାଇଁ ସେମାନଙ୍କୁ କଡ଼ା ଜବାବ ଦେଇଥିଲେ । ଆମ ସେନାର ଶୌର୍ଯ୍ୟ ସାରା ବିଶ୍ବ ଦେଖିଲା । ଆମକୁ ଶକ୍ତିବାନ ହେବାକୁ ପଡ଼ିବ । ଆମର ସୁରକ୍ଷାକୁ ଆହୁରି କଡାକଡି କରିବାକୁ ପଡ଼ିବ ।

ମୋହନ ଭାଗବତ ନେପାଳ ଏବଂ ଶ୍ରୀଲଙ୍କାରେ ହୋଇଥିବା ଜେନ-ଜେୟକୁ ନେଇ  କହିଥିଲେ, “ଆମେ ନେପାଳ ଏବଂ ଶ୍ରୀଲଙ୍କାରେ ଯାହା ଦେଖିଲୁ ତାହା ଠିକ୍ ନୁହେଁ । ଏପରି କେତେବେଳେ ଘଟେ  । ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ନବୁଝିଲେ ଏପରି ହୋଇଥାଏ ।  ଏହିପରି ଅସନ୍ତୋଷ ପ୍ରକାଶ କରିବା କାହାକୁ ଲାଭ ଦିଏ ନାହିଁ। ବାବା ସାହେବ ଏହି ପ୍ରକାରର ଆନ୍ଦୋଳନକୁ ଅରାଜକତାର ବ୍ୟାକରଣ ବୋଲି କହିଥିଲେ। ଏପରି ହିଂସାତ୍ମକ ଉପାୟରେ ପରିବର୍ତ୍ତନ ଆସେ ନାହିଁ। ଅଶାନ୍ତି ସହିତ  ବିପ୍ଳବରେ କାହାର ମଙ୍ଗଳ ହୁଏନାହିଁ ।  କୌଣସି ବିପ୍ଳବ ଏହାର ଉଦ୍ଦେଶ୍ୟ ହାସଲ କରିନଥାଏ। ଫ୍ରାନ୍ସରେ, ନେପୋଲିୟନ ସମ୍ରାଟ ହୋଇଥିଲେ, ଏବଂ ରାଜତନ୍ତ୍ର ରହିଲା। କମ୍ୟୁନିଷ୍ଟ ଦେଶଗୁଡ଼ିକ ଏକ ପୁଞ୍ଜିବାଦୀ ବ୍ୟବସ୍ଥାରେ କାର୍ଯ୍ୟ କରୁଛନ୍ତି। ଏହା ଉଦ୍ଦେଶ୍ୟ ହାସଲ କରେ ନାହିଁ।” ତେବେ ସେ ବର୍ତ୍ତମାନର ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ମଧ୍ୟ ଆହ୍ୱାନ କରିଥିଲେ।

ଜନସାଧାରଣ ଯେଉଁଠି କଷ୍ଟ ପାଇଥାନ୍ତି ସେଠି ଅସନ୍ତୋଷ ରହିଥାଏ। ଏହିପରି ଅସନ୍ତୋଷ ପ୍ରକାଶ କରିବା କାହାକୁ ଲାଭ ଦିଏ ନାହିଁ। ବାବା ସାହେବ ଏହି ପ୍ରକାରର ଆନ୍ଦୋଳନକୁ ଅରାଜକତାର ବ୍ୟାକରଣ ବୋଲି କହିଥିଲେ। ଏପରି ହିଂସାତ୍ମକ ଉପାୟରେ ପରିବର୍ତ୍ତନ ଆସେ ନାହିଁ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ଆରଏସଏସ ଚଳିତ ବର୍ଷ ନିଜ ପ୍ରତିଷ୍ଠାର ଶତବାର୍ଷିକୀ ପାଳନ କରୁଛି । କେଶବ ବଳିରାମ ହେଡଗେୱାର ୧୯୨୫ ମସିହାରେ ବିଜୟାଦଶମୀରେ ୧୭ ଜଣଙ୍କ ଉପସ୍ଥିତିରେ ଆରଏସଏସ ପ୍ରତିଷ୍ଠା କରିଥିଲେ। ୧୭ ଏପ୍ରିଲ୍ ୧୯୨୬ ମସିହାରେ ଅନୁଷ୍ଠିତ ଏକ ବୈଠକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନାମ ସ୍ଥିର କରାଯାଇଥିଲା। ୧୯୨୬ ମସିହାରେ ପ୍ରଥମ ବିଜୟାଦଶମୀ ମହୋତ୍ସବରେ ସଂଘର ପ୍ରଥମ ‘ପଥ ସଂଚାଳନ’ (ପଥ ଯାତ୍ରା) ଆରମ୍ଭ ହୋଇଥିଲା।

Share196Tweet123
M M

M M

ଆଜିର ପାଗ

Bhubaneswar
March 30, 2026, 3:39 AM
 

S
Partly cloudy
26°C
2.5 m/s
Apparent: 31°C
Pressure: 1006 mb
Humidity: 87%
Winds: 2.5 m/s S
Windgusts: 11.4 m/s
UV-Index: 0
Precip.: 0mm /5% / Rain
Sunrise: 5:41 AM
Sunset: 6:00 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom