ଅନ୍ୟ ଭାଷାର ଫିଲ୍ମଗୁଡିକୁ ପ୍ରାଧାନ୍ୟ ଦିଆଯାଉଛି । ଓଡ଼ିଆ ଫିଲ୍ମକୁ ପ୍ରାଧାନ୍ୟ ଦିଆଯାଉନାହିଁ । ଆଉ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପିଲ କଲେ ଓଡ଼ିଆ ସୁପରଷ୍ଟାର ତଥା ଫିଲ୍ମ ଚାରିଧାମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି | ଅନୁଭବ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅପିଲ କରି ଲେଖିଛନ୍ତି ଯେ ଏହି ଦଶହରାରେ ଓଡ଼ିଆ ସିନେମା ଏହାର ସବୁଠାରୁ ଖରାପ ସମୟକୁ ମୁକାବିଲା କରୁଛି, ଯେତେବେଳେ ହାଉସଫୁଲ ଚାଲିଥିବା ଓଡ଼ିଆ ସିନେମାକୁ ହଟାଇଦିଆଯାଇ ଅନ୍ୟ ଭାଷାର ଫିଲ୍ମ ଓ ହିନ୍ଦୀ ଫିଲ୍ମକୁ ପ୍ରାଥମିକତା ଦିଆଯାଉଛି |
ଅନ୍ୟ ଭାଷାର ଫିଲ୍ମଗୁଡିକ କିଭଳି ପ୍ରଦର୍ଶିତ କରାଯାଇପାରିବ ସେଥିପାଇଁ ଓଡ଼ିଆ ଫିଲ୍ମକୁ ହଲରୁ ହଟାଇଦିଆଯାଉଛି | ଏହା ଓଡ଼ିଶାର ନିଜସ୍ୱ କଳା, ସଂସ୍କୃତି ଓ ଲୋକଙ୍କ ପ୍ରତି ଅନ୍ୟାୟ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି | ଅନୁଭବ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅପିଲ କରିଛନ୍ତି ଯେ ଆପଣ ଓଡ଼ିଆ ସିନେମା ସହ ଛିଡ଼ାହୁଅନ୍ତୁ ଓ ଆମ ଓଡ଼ିଆ ଫିଲ୍ମ କିଭଳି ସିନେମା ହଲରେ ସମାନ ସ୍ଥାନ ପାଇବ ତାହା ପ୍ରତି ଗୁରୁତ୍ୱ ଦିଅନ୍ତୁ |