• Latest
  • Trending
ହୀରାକୁଦରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟିତ

ହୀରାକୁଦରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟିତ

Oct-03-2025 02:33 PM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ହୀରାକୁଦରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟିତ

by M M
Oct-03-2025 02:33 PM IST
in ବଡ଼ ଖବର
0
ହୀରାକୁଦରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟିତ
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳୀ ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ୩୭ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ରତ୍ନଗର୍ଭା ହୀରାକୁଦ ଜଳଭଣ୍ଡାରର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁରର ହୀରାକୁଦ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ ଓ ବାଲେଶ୍ୱର ପରେ ମାଛ ଉତ୍ପାଦନରେ ସମ୍ବଲପୁର ଜିଲ୍ଲା ଅଗ୍ରଣୀ ରହିଛି । ହୀରାକୁଦ ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହେଉଛି, ଯାହା ପ୍ରଶଂସନୀୟ । ଏଠାରେ ମାଛ ଉତ୍ପାଦନକୁ ଆହୁରି ବଢାଇବା ପାଇଁ ପଦକ୍ଷେପ ନିଆଯିବ । ମାଛକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଶୀତଳ ଭଣ୍ଡାର, ବରଫ କାରଖାନା ଭଳି ଆଧୁନିକ ସୁବିଧା ଉପଲବ୍ଧ ହେବ । ଉନ୍ନତ ପ୍ରକ୍ରିୟାକରଣ ଯୋଗୁଁ ଆମ ମାଛର ମାନ ବୃଦ୍ଧି ପାଇବ । ଫଳରେ ଏହାକୁ କେବଳ ଓଡ଼ିଶା ନୁହେଁ, ଦେଶର ବଡ଼ ବଡ଼ ବଜାର ଏବଂ ଅନ୍ତର୍ଜାତୀୟ ବଜାରକୁ ପଠାଇବା ସହଜ ହେବ ।

ଓଡ଼ିଶାର ଅର୍ଥନୀତି ପାଇଁ ମତ୍ସ୍ୟଚାଷ ଓ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ରାଜ୍ୟରେ ପ୍ରାୟ ୧୨ ଲକ୍ଷ ମେଟ୍ରିକ୍ ଟନ ମାଛ ଉତ୍ପାଦନ ହେଉଛି । ଏହାକୁ ଦୁଇ ତିନି ଗୁଣା କରାଇଲେ ହିଁ ମତ୍ସ୍ୟଚାଷୀଙ୍କ ବିକାଶ ସହ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ । ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ହେଉଛି ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ । ସେହି କଳ୍ପନାକୁ ସାକାର କରିବା ଦିଗରେ ସମ୍ବଲପୁର ଗୋଶାଳା ବସନ୍ତପୁରରେ ଏକ ଅତ୍ୟାଧୁନିକ ମାଛ ଚାଷ ଓ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୋଦୀ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି । ଡବଲ ଇଞ୍ଜିନ ସରକାରର ସହଯୋଗରେ ଏଠାରେ ସମୟୋପଯୋଗୀ ତାଲିମ ଶିବିର ଆୟୋଜନ କରାଯିବ । ଏଠାରେ ମାଛ ଧରିବାର ନୂଆ ଉପାୟ, ସ୍ୱଚ୍ଛତା ଓ ପ୍ରକ୍ରିୟାକରଣର ଆଧୁନିକ ଜ୍ଞାନକୌଶଳ ଶିଖିପାରିବେ । ଏହା କେବଳ ମତ୍ସ୍ୟଜୀବୀଙ୍କ ଆୟ ବଢାଇବ ନାହିଁ, ବରଂ ଏହି ଅଞ୍ଚଳରେ ଅନେକ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତବର୍ଷ ସମ୍ବଲପୁର ଜିଲ୍ଲାରେ ୩୨ ଲକ୍ଷ କ୍ୱିଣ୍ଟାଲ ଧାନ କିଣାହୋଇଛି, ଯାହାର ମୂଲ୍ୟ ପାଖାପାଖି ୧୦୦୦ କୋଟି ହେବ । ସମ୍ବଲପୁର ଜିଲ୍ଲାରେ ମତ୍ସ୍ୟ ଚାଷ ସମେତ ପଶୁପାଳନ, ଦୁଗ୍ଧ ଚାଷ, ପନିପରିବା ଚାଷ ଭଳି ଆନୁଷଙ୍ଗିକ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଚାଷ ଓ ଚାଷୀ ସମୃଦ୍ଧ ହେଲେ ହିଁ ସମାଜ ସମୃଦ୍ଧ ହେବ । ଜୈବିକ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 5:22 PM
 

ENE
Clear sky
28°C
1.2 m/s
Apparent: 22°C
Pressure: 1017 mb
Humidity: 87%
Winds: 1.2 m/s ENE
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

February 3, 2026
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom