• Latest
  • Trending

୫୭ରୁ ଅଧିକ ବ୍ୟକ୍ତି ଏବଂ ସଙ୍ଗଠନକୁ ଆତଙ୍କବାଦୀ ସଙ୍ଗଠନ ଏବଂ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି

Oct-15-2025 11:07 AM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Monday, March 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

୫୭ରୁ ଅଧିକ ବ୍ୟକ୍ତି ଏବଂ ସଙ୍ଗଠନକୁ ଆତଙ୍କବାଦୀ ସଙ୍ଗଠନ ଏବଂ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି

by M M
Oct-15-2025 11:07 AM IST
in ଦେଶ ବିଦେଶ, ବଡ଼ ଖବର
0
492
SHARES
1.4k
VIEWS
Share on FacebookShare on Twitter

୫୭ରୁ ଅଧିକ ବ୍ୟକ୍ତି ଏବଂ ସଙ୍ଗଠନକୁ ଆତଙ୍କବାଦୀ ସଙ୍ଗଠନ ଏବଂ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଛି । ଯାହାଦ୍ୱାରା ସେମାନଙ୍କ କାର୍ଯ୍ୟକଳାପ ଉପରେ ସଫଳ ନିୟନ୍ତ୍ରଣ ସମ୍ଭବ ହୋଇପାରିଛି। ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ, ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୁର ଭଳି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଆତଙ୍କବାଦୀ ନେଟୱାର୍କର ମୂଳରେ ଗୁରୁତର ପ୍ରହାର କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ସେ କହିଥିଲେ ଯେ, ଆମର ସୁରକ୍ଷା ସଂସ୍ଥାଗୁଡ଼ିକ ପ୍ରମାଣିତ କରିଛନ୍ତି ଯେ ସେମାନେ ଆତଙ୍କବାଦୀମାନଙ୍କୁ ପାତାଳରୁ ମଧ୍ୟ ଖୋଜି ବାହାର କରିବେ ଏବଂ ଦଣ୍ଡିତ କରିବେ। ଏବେ ଆତଙ୍କବାଦୀମାନେ ବିଶ୍ୱର କୌଣସି ସ୍ଥାନରେ ଲୁଚି ରହିପାରିବେ ନାହିଁ। ଅପରେସନ ସିନ୍ଦୁର ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ମୁଖ୍ୟାଳୟକୁ ସେମାନଙ୍କ ପ୍ରଶିକ୍ଷଣ ଶିବିର ଏବଂ ଲଞ୍ଚ ପ୍ୟାଡ ସହିତ ଧ୍ୱଂସ କରିଦେଇଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ, ଅପରେସନ ମହାଦେବ ପହଲଗାମ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ନିଶ୍ଚିହ୍ନ କରିଥିଲା, ଯାହାଦ୍ୱାରା ଆମ ସୁରକ୍ଷା ବାହିନୀ ଉପରେ ଦେଶର ବିଶ୍ୱାସ ବୃଦ୍ଧି ପାଇଥିଲା।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଗତ ଚାରି ଦଶନ୍ଧି ମଧ୍ୟରେ ଏନ୍. ଏସ୍. ଜି. କମାଣ୍ଡୋମାନେ ସାରା ଦେଶରେ ୭୭୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଅନୁସନ୍ଧାନ କରିଛନ୍ତି ଏବଂ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ରଣନୈତିକ ଯୋଜନା ସହିତ ଏକ ଡାଟା ବ୍ୟାଙ୍କ ସୃଷ୍ଟି କରିଛନ୍ତି। ଅଧିକନ୍ତୁ, ଏନ୍. ଏସ୍. ଜି. ଡାକ୍ତରଖାନା, ଧାର୍ମିକ ସ୍ଥଳ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ, ଜଳପଥ ଏବଂ ଭାରତର ସଂସଦର ସୁରକ୍ଷା ପାଇଁ ସୂକ୍ଷ୍ମ ଭାବରେ ଯୋଜନା କରିଛି। ମହାକୁମ୍ଭ ହେଉ, ପୁରୀର ରଥଯାତ୍ରା ହେଉ, କିମ୍ବା କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଉ, ଏନ୍. ଏସ୍. ଜି. ସାହସ, ସମର୍ପଣ ଏବଂ ସୁରକ୍ଷାର ପ୍ରତୀକ ପାଲଟିଛି। ସେ କହିଥିଲେ ଯେ, ଆଗାମୀ ଦିନରେ ମୋଦୀ ସରକାର ଏନ୍. ଏସ୍. ଜି. କୁ କେବଳ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ କରିବେ ନାହିଁ, ବରଂ ଏହାର କାର୍ଯ୍ୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବେ। ଏନ୍. ଏସ୍. ଜି. ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ନିଜର ଚାରି ଦଶନ୍ଧି ପୁରୁଣା ପରମ୍ପରାକୁ ବଜାୟ ରଖିବ।

ଶ୍ରୀ ଅମିତ ଶାହ ଏହା ମଧ୍ୟ କହିଥିଲେ ଯେ, ୨୦୧୯ ପରଠାରୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସି.ଏ.ପି.ଏଫ୍.)ର କର୍ମଚାରୀମାନେ ବୃକ୍ଷରୋପଣ ଅଭିଯାନର ଅଂଶବିଶେଷ ଭାବେ ୬.୫ କୋଟିରୁ ଅଧିକ ଚାରା ରୋପଣ କରିଛନ୍ତି, ଯାହା ଦେଶର ସବୁଜିମା ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ସେ କହିଥିଲେ ଯେ, ସି. ଏ. ପି. ଏଫ୍. କର୍ମଚାରୀମାନେ ଏହି ଗଛଗୁଡ଼ିକୁ ନିଜ ପିଲାମାନଙ୍କ ଭଳି ଲାଳନପାଳନ କରିଛନ୍ତି ଏବଂ ପରିବେଶ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଅମିତ ଶାହ କହିଥିଲେ, ୧୯୮୪ ମସିହାରୁ ଏନ୍. ଏସ୍. ଜି. ସର୍ବତ୍ର, ସର୍ବୋତ୍ତମ ଏବଂ ସୁରକ୍ଷା ଭଳି ତିନୋଟି ନୀତିକୁ ପ୍ରତିଫଳିତ କରି ଅପରେସନ୍ ଅଶ୍ୱମେଧ, ଅପରେସନ୍ ବଜ୍ର ଶକ୍ତି ଏବଂ ଅପରେସନ୍ ଧଙ୍ଗୁ ଭଳି ଅଭିଯାନ ତଥା ଅକ୍ଷରଧାମ ଆକ୍ରମଣ ଏବଂ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ସାହସିକତା ଏବଂ ସାମର୍ଥ୍ୟ ସହିତ ଦେଶକୁ ସୁରକ୍ଷା ପ୍ରଦାନ କରିଆସିଛି।

ଏନ୍. ଏସ୍. ଜି. ର ସାହସ ଏବଂ ସମର୍ପଣ ପାଇଁ ସମଗ୍ର ଦେଶ ଗର୍ବିତ। ଶ୍ରୀ ଶାହ ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ମୋଦୀ ସରକାର ଏନ୍. ଏସ୍. ଜି. ର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବେ। ସେ କହିଥିଲେ ଯେ ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ ଜାମ୍ମୁରେ ଛଅଟି ଏନ୍. ଏସ୍. ଜି. ହବ୍ ପ୍ରତିଷ୍ଠା ହୋଇସାରିଛି, ଯେଉଁଠାରେ ଏନ୍. ଏସ୍. ଜି. କମାଣ୍ଡୋମାନେ ବର୍ଷର ୩୬୫ ଦିନ ପାଇଁ ଦିନରାତି ନିୟୋଜିତ ରହିଥାନ୍ତି। ବର୍ତ୍ତମାନ ଅଯୋଧ୍ୟାରେ ଏକ ନୂତନ ଏନ୍. ଏସ୍. ଜି. ହବ୍ ପ୍ରତିଷ୍ଠା କରାଯାଉଛି। ଏହି ହବ୍ ରେ କମାଣ୍ଡୋମାନେ ସର୍ବଦା ପ୍ରସ୍ତୁତ ରହିବେ ଏବଂ ସେମାନଙ୍କ ଜୋନରେ କୌଣସି ହଠାତ୍ ଆତଙ୍କବାଦୀ ଆକ୍ରମଣର ଦୃଢ଼ ଜବାବ ଦେବାକୁ ଉପଲବ୍ଧ ରହିବେ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ, ଏନ୍. ଏସ୍. ଜି. ମୁଖ୍ୟାଳୟ ସାରା ଦେଶରେ ଏନ୍. ଏସ୍. ଜି. କମାଣ୍ଡୋ ଏବଂ ରାଜ୍ୟ ପୁଲିସ ବାହିନୀର ଆତଙ୍କବାଦ ନିରୋଧୀ ୟୁନିଟଗୁଡ଼ିକୁ ତାଲିମ ଦେବା, ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଏବଂ ବାହିନୀର ଉପଯୁକ୍ତତା ସୁନିଶ୍ଚିତ କରିବା ଉପରେ ନିରନ୍ତର ଧ୍ୟାନ ଦେବ।

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ୨୦୧୯ ମସିହାରୁ ମୋଦୀ ସରକାର ଦେଶକୁ ଆତଙ୍କବାଦୀ ବିପଦରୁ ରକ୍ଷା କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି।  ମୋଦୀ ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁ.ଏ.ପି.ଏ.) ଏବଂ ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନ୍.ଆଇ.ଏ.) ଆଇନରେ ସଂଶୋଧନ କରିଛନ୍ତି, ମନି ଲଣ୍ଡରିଂ ନିବାରଣ ଆଇନ (ପି.ଏମ୍.ଏଲ୍.ଏ.) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇ.ଡି.) କୁ ସକ୍ରିୟ କରିଛନ୍ତି, ଯାହାଦ୍ୱାରା ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ପାଣ୍ଠି ଯୋଗାଣକୁ ରୋକାଯାଇପାରିବ ଏବଂ ଆତଙ୍କବାଦୀ ପାଣ୍ଠି ଯୋଗାଣର ବୈଜ୍ଞାନିକ ତଦନ୍ତ ପାଇଁ ଏକ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇପାରିବ।

ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପି.ଏଫ୍.ଆଇ.) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ମଲ୍ଟି ଏଜେନ୍ସି ସେଣ୍ଟର (ଏମ୍.ଏ.ସି.) କୁ ସୁଦୃଢ଼ କରିଛନ୍ତି, କ୍ରାଇମ୍ ଆଣ୍ଡ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମ୍ (ସି.ସି.ଟି.ଏନ୍.ଏସ୍.) ଏବଂ ନ୍ୟାସନାଲ ଇଣ୍ଟେଲିଜେନ୍ସ ଗ୍ରିଡ୍ (ନାଟ୍‍ ଗ୍ରିଡ୍‍) ମାଧ୍ୟମରେ ସାରା ଦେଶର ଅନୁସନ୍ଧାନକାରୀ ସଂସ୍ଥା ସହିତ ତଥ୍ୟ ଆଦାନପ୍ରଦାନ ଆରମ୍ଭ କରିଛନ୍ତି  ।

 

Share197Tweet123
M M

M M

ଆଜିର ପାଗ

Bhubaneswar
March 9, 2026, 2:37 AM
 

S
Partly cloudy
25°C
1.8 m/s
Apparent: 30°C
Pressure: 1012 mb
Humidity: 84%
Winds: 1.8 m/s S
Windgusts: 9.1 m/s
UV-Index: 0
Precip.: 0mm /0% / Rain
Sunrise: 6:00 AM
Sunset: 5:53 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom