ପୁଟିନ୍‌ଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ୫୦ ଅଫିସରଙ୍କ ଟିମ୍ ପହଞ୍ଚିଲା: ‘ସିକ୍ରେଟ୍ କଭର’ରେ ଆସିବେ ରୁଷୀୟ ରାଷ୍ଟ୍ରପତି

by newsroom DEC-02-2025 3:14 PM IST in ଦେଶ ବିଦେଶ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବହୁ ପ୍ରତୀକ୍ଷିତ ଭାରତ ଗସ୍ତ ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ହୋଇଛି। ଗସ୍ତର ସଠିକ୍ ତାରିଖ ଏପର୍ଯ୍ୟନ୍ତ ସରକାରୀ ଭାବେ ଘୋଷଣା ହୋଇନଥିଲେ ମଧ୍ୟ, ତାଙ୍କ ଆଗମନ ପୂର୍ବରୁ ଏକ ୫୦ ଜଣିଆ ଅଧିକାରୀଙ୍କ ଟିମ୍ ଦିଲ୍ଲୀରେ ପହଞ୍ଚି ସୁରକ୍ଷା ଓ ବ୍ୟବସ୍ଥା ଯାଞ୍ଚ କରିବାରେ ଲାଗିଛନ୍ତି।

ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ

୫୦ରୁ ଅଧିକ ରୁଷୀୟ ଅଫିସରଙ୍କ ଏହି ଟିମ୍‌ରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଜେନ୍ସି, ଲଜିଷ୍ଟିକ୍ସ ଅଧିକାରୀ ଏବଂ ଗୁଇନ୍ଦା ବିଭାଗର କର୍ମଚାରୀମାନେ ଅନ୍ତର୍ଭୁକ୍ତ ଅଛନ୍ତି। ସେମାନେ ଭାରତରେ ନିରାପତ୍ତା ବ୍ୟବସ୍ଥାକୁ ଶେଷ ରୂପ ଦେବା ପାଇଁ ଭାରତୀୟ ସୁରକ୍ଷା ଏଜେନ୍ସି ସହ ମିଶି କାମ କରୁଛନ୍ତି।

ସିକ୍ରେଟ୍ କଭର: କିଛି ଗଣମାଧ୍ୟମ ଅନୁଯାୟୀ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟସ୍ତରରେ ଚାଲିଥିବା ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପୁଟିନ୍‌ଙ୍କ ଭାରତ ଗସ୍ତକୁ ଅତ୍ୟନ୍ତ ‘ଗୋପନୀୟତା’ ସହିତ ପରିଚାଳନା କରାଯାଉଛି। ତାଙ୍କର ସମସ୍ତ ଗତିବିଧିକୁ ‘ସିକ୍ରେଟ୍ କଭର’ରେ ରଖିବାକୁ ରୁଷୀୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତାଙ୍କର କାର୍ଯ୍ୟକ୍ରମ କିଛି ସାର୍ବଜନିନ କରାଯାଉନାହିଁ ।

ପୁଟିନଙ୍କ ଗସ୍ତର ମୁଖ୍ୟ ଏଜେଣ୍ଡା

ରୁଷ ଏବଂ ଭାରତ ମଧ୍ୟରେ ଚାଲିଥିବା ବାର୍ଷିକ ଶିଖର ବୈଠକ  ଏହି ଗସ୍ତର ମୁଖ୍ୟ ଏଜେଣ୍ଡା ରହିଛି। ଏହି ସମୟରେ ଉଭୟ ଦେଶର ନେତାମାନେ ପ୍ରତିରକ୍ଷା ଚୁକ୍ତି, ବାଣିଜ୍ୟ ଏବଂ ଆଣବିକ ଶକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପୁଟିନ୍‌ଙ୍କ ଭାରତ ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କ ଆହୁରି ମଜବୁତ ହେବାର ଆଶା କରାଯାଉଛି।