ଆମେରିକାରେ ଜୋର ଧରିଲା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ବିରୋଧୀ ଆନ୍ଦୋଳନ

by newsroom NOV-24-2025 11:45 AM IST in ଦେଶ ବିଦେଶ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆନ୍ଦୋଳନ ଜୋର୍ ଧରିଛି। ୱାଶିଂଟନ୍ ଡିସିରେ ହୋଇଥିବା ଏକ ଜୋରଦାର ଆନ୍ଦୋଳନରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଦାବି କରାଯାଇଛି। ଗତ କିଛି ମାସ ଧରି ଟ୍ରମ୍ପ ବିରୋଧୀ ଆନ୍ଦୋଳନ ଜାରି ରହିଥିବାବେଳେ, ଏବେ ତାହା ଏକ ବଡ଼ ଆକାରର ରୂପ ନେଇଛି। ଆନ୍ଦୋଳନକାରୀମାନେ ମହାଭିଯୋଗ ପ୍ରସ୍ତାବ (Impeachment) ଜରିଆରେ ଟ୍ରମ୍ପଙ୍କୁ ତୁରନ୍ତ ପଦରୁ ହଟାଇବା ପାଇଁ ଦାବି କରିଛନ୍ତି।’ରିମୁଭ୍ ଦି ରେଜାଇମ୍’ (Remove the Regime) ବ୍ୟାନରରେ ଏହି ବୃହତ୍ ଆନ୍ଦୋଳନ ଆୟୋଜିତ ହୋଇଛି।  ଆମେରିକା ପ୍ରତିନିଧି ସଭାର ସଦସ୍ୟ ଅଲ୍ ଗ୍ରୀନ୍ (Al Green) ଏବଂ ପୂର୍ବତନ ପୋଲିସ୍ ଅଧିକାରୀ ମାଇକେଲ୍ ଫାନୋନ୍ (Michael Fanone) ଏହି ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ଏହି ଆନ୍ଦୋଳନରେ ବିଭିନ୍ନ କର୍ମୀ, କଳାକାର ଓ ରାଜନୈତିକ ନେତା ସାମିଲ ହୋଇଛନ୍ତି।ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ତାଙ୍କର ବିଭିନ୍ନ ନୀତିକୁ ନେଇ ଦେଶର ବିଭିନ୍ନ ସ୍ତରରେ ସମାଲୋଚନା କରାଯାଉଛି। ବର୍ତ୍ତମାନର ଏହି ବଡ଼ ଆନ୍ଦୋଳନ ଟ୍ରମ୍ପଙ୍କ ଉପରେ ରାଜନୈତିକ ଚାପକୁ ବଢ଼ାଇ ଦେଇଛି।