• Latest
  • Trending
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

Oct-30-2025 04:20 PM IST
ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

ପେଟ୍ରୋଲ-ଡିଜେଲ ସଙ୍କଟ ମଧ୍ୟରେ PM ମୋଦୀ ନେଲେ ବଡ଼ ନିଷ୍ପତ୍ତି, SPGକୁ ଦେଲେ ଏହି ଆଦେଶ…

May-13-2026 09:42 AM IST
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗୋଟିଏ ଭୋଟରେ ବିଜୟୀ ହୋଇଥିବା TVK ବିଧାୟକ, ଜାଣନ୍ତୁ କାହିଁକି?

May-13-2026 09:22 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?

ବଡ଼ ସହରର ଗୁମର କଥା

by M M
Oct-30-2025 04:20 PM IST
in ଦେଶ ବିଦେଶ
0
ଝିଅଙ୍କ ମୃତ୍ୟୁ ପରେ ବାପାଙ୍କୁ କେମିତି ଲାଞ୍ଚ ମାଗିଲା ପୁଲିସ ?
491
SHARES
1.4k
VIEWS
Share on FacebookShare on Twitter

ବେଙ୍ଗାଲୁରୁ : ବେଙ୍ଗାଲୁରୁରୁ ଆସିଛି ଏମିତି ଏକ ଲାଂଚ ଖବର ଯାହା ସମସ୍ତଙ୍କ  ହୃଦୟକୁ ଦୁଃଖ ଦେଇଛି । ନିଜର ଗୋଟିଏ ବୋଲି ଝିଅକୁ ହରାଇଥିବା ବାପାଙ୍କୁ କିଭଳି ଶେଷକୃତ କରିବା ପାଇଁ ହଟହଟା ହେବାକୁ ପଡ଼ିଥିଲା ଏବଂ ସମସ୍ତେ ଲାଂଚ ମାଗିଥିଲେ ତାହା ମୃତ ଝିଅର ବାପା ସୋସିଆଲ ମିଡିଆରେ ବର୍ଣ୍ଣନା କରିଛନ୍ତି । ଯାହା କି ହଜାର ହଜାର ଲୋକଙ୍କୁ ଚକିତ କରିଛି। ବେଙ୍ଗାଲୁର ଭଳି ସହରରେ ଯେ ଲାଂଚ କିପରି ସବୁ ବିଭାଗକୁ ଗ୍ରାସ କରିଛି ତାହା ସ୍ପଷ୍ଟ ହୋଇଛି ।  ଜଣେ ଅବସରପ୍ରାପ୍ତ ଅଫିସର ନିଜର ଏକମାତ୍ର କନ୍ୟାକୁ ହରାଇବା ପରେ ଭାଙ୍ଗିପଡ଼ିଥିଲେ । ସେ ଶୋକରେ ଥିବା ସମୟରେ, ଝିଅର ମୃତ୍ୟୁ ସମ୍ପର୍କିତ କାଗଜପତ୍ର ପାଇଁ ତାଙ୍କୁ ପ୍ରତି ପଦକ୍ଷେପରେ ଲାଞ୍ଚ ଦେବାକୁ ପଡ଼ିଥିଲା। ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ନେଇ ହଜାର ହଜାର ଲୋକ କର୍ଣ୍ଣାଟକ ସରକାରଙ୍କୁ ପ୍ରଶ୍ନ ପଚାରୁଛନ୍ତି ।

ଘଟଣା ଅନୁସାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (BPCL) ର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ (CFO) ଥିବା କେ ଶିବକୁମାର ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଦୁର୍ନୀତି ଏବଂ ସରକାରୀ କର୍ମଚାରୀମାନେ କେତେ ନିର୍ଦ୍ଦୟ ହୋଇପାରନ୍ତି । ଏପରିକି ସେମାନଙ୍କଠାରେ ମାନବିକତାର ଟିକିଏ ବି ଝଲକ ଦେଖିବାକୁ ମିଳେନାହିଁ ।

ଶିବକୁମାର ଲେଖିଛନ୍ତି ତାଙ୍କର ୩୪ ବର୍ଷୀୟା ଏକମାତ୍ର ଝିଅ ଅକ୍ଷୟାଙ୍କ ଅକାଳ ବିୟୋଗ ଘଟିଥିଲା ।  ଯିଏକି ଆଇଆଇଏମ୍ ଅହମ୍ମଦାବାଦରୁ ଏମବିଏ କରିଥିଲେ ଏବଂ ଗୋଲ୍ଡମ୍ୟାନ୍ ସାକ୍ସରେ ୮ ବର୍ଷ ଧରି କାର୍ଯ୍ୟ କରିଥିଲେ ।  ସେପ୍ଟେମ୍ବର ୧୮, ୨୦୨୫ ରେ ବ୍ରେନ୍ ହାମରେଜ୍ (Brain Hemorrhage) ଯୋଗୁଁ ଅକ୍ଷୟା ଘରେ ହିଁ ମୃତ୍ୟୁବରଣ କରିଥିଲେ। ଘରେ ମୃତ୍ୟୁବରଣ କରିଥିବାରୁ ଶିବକୁମାର ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିଥିଲା । ଆମ୍ବୁଲାନସ ଆସିଥିଲା ।

ଶିବକୁମାର ଲେଖିଥିଲେ ଯେ ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଡ୍ରାଇଭର ମୃତଦେହ ନେବା ପାଇଁ ₹ ୩,୦୦୦ ଟଙ୍କା ଦାବି କରିଥିଲା। ସେ ମଧ୍ୟ ଟଙ୍କା ଦେଲେ । ଏହା ପରେ ପୋଲିସ୍ ଠାରୁ FIR (ପ୍ରଥମ ସୂଚନା ରିପୋର୍ଟ) ପାଇଁ ଟଙ୍କା ଦେବାକୁ ପଡ଼ିଲା । ଥାନାରେ ଖୋଲାଖୋଲି ଭାବେ ଟଙ୍କା ନେଲେ ପୋଲିସ ବାବୁ ।  ପୋଷ୍ଟମର୍ଟମ ରିପୋର୍ଟ ପାଇବା ପାଇଁ ମଧ୍ୟ ତାଙ୍କୁ 5 ଦିନ ଦୈାଡ଼ିବାକୁ ପଡ଼ିଲା ।  ଖୋଲାଖୋଲି ଭାବରେ ଟଙ୍କା ମଗାଗଲା। ସେହିପରି ଶ୍ମଶାନରେ ରସିଦ ପାଇଁ ଟଙ୍କା ସେ ଦେଲେ । ଶେଷରେ  Bruhat Bengaluru Mahanagara Palike (BBMP) ଅଫିସରେ ମୃତ୍ୟୁ ପ୍ରମାଣପତ୍ର (Death Certificate) ପାଇଁ ମଧ୍ୟ ଲାଞ୍ଚ ଦେବାକୁ ପଡ଼ିଥିଲା। ଏତେସବୁ ଘଟଣାକୁ ସେ ସହିଯାଉଥିଲେ କାରଣ ତାଙ୍କ ଝିଅକୁ ହରାଇ ସେ କଷ୍ଟରେ ଥିଲେ । ପୋଲିସଙ୍କ ରୁକ୍ଷ ବ୍ୟବହାର ମଧ୍ୟ ଅସହ୍ୟ ଥିଲା । ତେଣୁ ସେ ଲାଞ୍ଚ ଦେବାକୁ ବାଧ୍ୟ ହୋଇଥିବା ଶିବକୁମାର ଲେଖିଥିଲେ, “ମୋ ପାଖରେ ଟଙ୍କା ଥିଲା, ମୁଁ ଦେଲି। କିନ୍ତୁ ଗରିବ ଲୋକ କ’ଣ କରିବେ?” ବାସ୍ତବିକ ସେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ଯେ ଗରିବ ଲୋକ କିପରି ଟଙ୍କା ଆଣି ଦେବ ।

ମୃତ୍ୟୁ ପ୍ରମାଣପତ୍ର ପାଇଁ ତାଙ୍କୁ କିପରି ଲଗାତାର ପାଞ୍ଚ ଦିନ BBMP ଅଫିସ୍ ଯିବାକୁ ପଡ଼ିଥିଲା ତାହା ସେ ଲେଖିଛନ୍ତି ।  ‘ଜାତିଗତ ସର୍ବେକ୍ଷଣ’ (caste survey) ଚାଲିଥିବାରୁ କେହି ଉପଲବ୍ଧ ନଥିବା ସେଠାରେ କୁହାଯାଇଥିଲା। ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ହିଁ ତାଙ୍କୁ ଚାର୍ଜଠାରୁ ଅଧିକ ଟଙ୍କା ଦେବାକୁ ପଡ଼ିଥିଲା।

ଶିବକୁମାରଙ୍କ ଏହି ପୋଷ୍ଟ ଭାଇରାଲ୍ ହେବା ପରେ ବ୍ୟାପକ ବିରୋଧ ଦେଖାଦେଇଥିଲା। ଏହା ପରେ ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ପୋଷ୍ଟ କରିଥିଲା ।  ଶିବକୁମାର ଶେଷରେ ଆବେଗଭରା ଆହ୍ୱାନ କରିଥିଲେ, “କ’ଣ ନାରାୟଣ ମୂର୍ତ୍ତି, ଅଜିମ ପ୍ରେମଜୀ ଏବଂ ମଜୁମଦାରଙ୍କ ପରି କୋଟିପତି. ବଡ଼ବଡ଼ିଆ ଲୋକମାନେ ଏହି ସହରକୁ ବଞ୍ଚାଇ ପାରିବେ?”

ଏହି ଘଟଣାରେ  ପୋଲିସ୍ ଷ୍ଟେସନର ଜଣେ PSI ଏବଂ ଜଣେ କନଷ୍ଟେବଳଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ପୋଲିସ୍ ବିଭାଗ ଏଭଳି ଅଶାଳୀନ ଆଚରଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରିବ ନାହିଁ ବୋଲି କହିଛି।  ବିଜେପି ଏନେଇ କଂଗ୍ରେସ ସରକାରକୁ ଟାର୍ଗେଟ କରିଛି । ଦୁଇ ବର୍ଷ ଭିତରେ ରାଜ୍ୟରେ କଂଗ୍ରେସ ସରକାର ବିନା ଲାଂଚରେ ଲୋକଙ୍କୁ କିଛି ସେବା ଦେଉନଥିବା ବିଜେପି ଅଭିଯୋଗ କରିଛି ।  ବିଜେପିର ରାଜ୍ୟ ଉପାଧ୍ୟକ୍ଷା ମାଳବିକା ଅବିନାଶ କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କୁ ଦାୟୀ କରି ଏହି ବ୍ୟବସ୍ଥାକୁ “ଦୋଷପୂର୍ଣ୍ଣ ବ୍ୟବସ୍ଥା” (defunct system) ବୋଲି କହିଛନ୍ତି  । ଦୁର୍ନୀତିରେ ବୁଡ଼ି ରହିଥିବା କଂଗ୍ରେସ ସରକାର ଲୋକଙ୍କୁ କିପରି ଦୁର୍ନୀତିମୁକ୍ତ ଶାସନ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 10:01 AM
 

S
Clear sky
32°C
2.1 m/s
Apparent: 39°C
Pressure: 1006 mb
Humidity: 59%
Winds: 2.1 m/s S
Windgusts: 11.3 m/s
UV-Index: 8
Precip.: 0mm /27% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom