ୱକଫ ବିଲ୍‌କୁ ନେଇ ବଦଳିଲା ନବୀନଙ୍କ ନିଷ୍ପତ୍ତି

by nwradmin APR-02-2025 1:23 PM IST in ବଡ଼ ଖବର

ବିଜୁ ଜନତା ଦଳ  କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି।  ବିଜେଡି ନେତା ତଥା ରାଜ୍ୟ ସଭା ଏମପି ମୁନା ଖାନ କହିଛନ୍ତି ଯେ, ଓ୍ବକଫ ସମ୍ପତ୍ତି ମୁସଲିମ ସମାଜର କଲ୍ୟାଣ ଓ ବିକାଶ ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏହି ବିଲ ତାହାକୁ ଦୁର୍ବଳ କରିବ।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟ ସଭାରେ ବିଲକୁ ବିରୋଧ କରିବ BJD। ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିରୋଧ କରିବ। ବିଲ ବିରୋଧରେ ଭୋଟ ଦେବେ ବିଜେଡି ଏମପି। ଏନେଇ ସୂଚନା ଦେଇଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର।

ଓ୍ବକଫ ବୋର୍ଡରେ ଅଣ-ମୁସଲିମଙ୍କୁ ସାମିଲ କରିବା ଓ ସରକାରଙ୍କ ହସ୍ତକ୍ଷେପ ବଢ଼ାଇବା ଭଳି ପ୍ରସ୍ତାବକୁ ଦଳ ବିରୋଧ କରିଛି। ବିଜେଡିର ମାଇନରିଟି ସେଲ ରାଜ୍ୟରେ ବିକ୍ଷୋଭ କରିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଛି।

ଆଜି ଲୋକ ସଭାରେ ଏହି ବିଲ ଉପରେ ଆଲୋଚନା ହେଉଛି । ନବୀନ ପଟ୍ଟନାୟକ ମୁସଲିମ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟି ସମ୍ବିଧାନର ମୂଲ୍ୟବୋଧ ଓ ସାମ୍ପ୍ରଦାୟିକ ସଦଭାବନା ରକ୍ଷା ପାଇଁ ଦଳର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି।