ନୂଆପଡ଼ାରେ ବିଜେପିର ପ୍ରଚାର

by newsroom NOV-05-2025 11:34 AM IST in ରାଜନୀତି

ନୂଆପଡ଼ା ତେଲିପଡା ଚା’ ଖଟିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ନୂଆପଡା, ୪।୧୧ : ସ୍ଵାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଆଜି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନିର୍ବାଚନ ପ୍ରଚାର ରେ ଯାଇ ନୂଆପଡ଼ା ତେଲିପଡାରେ ଏକ ଚା’ ଖଟିରେ “ଚାଏ ପେ ଚର୍ଚ୍ଚା” ମାଧ୍ୟମରେ ଭୋଟର ମାନଙ୍କୁ ବିଜେପି କୁ ଭୋଟ ଦେବାକୁ ସଚେତନ କରାଇଛନ୍ତି।
ମନ୍ତ୍ରୀ ଚା’ ଖଟିରେ ପହଞ୍ଚିବା କ୍ଷଣି ସେଠାରେ ଲୋକଙ୍କ ଭିଡ ଜମିଥିଲା। ସେମାନଙ୍କ ସାଙ୍ଗରେ ମନ୍ତ୍ରୀ ଚା ପିଇବା ସହ ରାଜ୍ୟର ବିକାଶ ସହ ନୂଆପଡ଼ା ନିର୍ବାଚନ ମଣ୍ଡଳୀକୁ ବିକଶିତ କରିବା ପାଇଁ ବିଜେପି ର ପ୍ରାର୍ଥୀ ଜୟ ଢୋଲକିଆ ଙ୍କୁ ପଦ୍ମ ଚିହ୍ନରେ ବିଜୟୀ କରାଇଵାକୁ ନିବେଦନ କରିଥିଲେ ।

ବିଭିନ୍ନ ଦଳର ନେତା ଓ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଉଛନ୍ତି

ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୋମନା ବ୍ଲକର ସିଆଲଟି ପଞ୍ଚାୟତ ବାଲିଖମାର ଗ୍ରାମ ନିବାସୀ ଧବଳେଶ୍ଵର ମାଝୀ ତାଙ୍କର ସମର୍ଥକମାନଙ୍କ ଗହଣରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ବିଜେପି ରାଜ୍ୟ ଉପସଭାପତି ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଆଜି ନୂଆପଡ଼ା ଜିଲ୍ଲା କାର୍ଯ୍ୟାଳୟ ରେ ଆନୁଷ୍ଠାନିକ ଭାଵେ ସମାଜଵାଦୀ ପାର୍ଟି ଛାଡ଼ି ବିଜେପି ରେ ଯୋଗ ଦେଇଛନ୍ତି। କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆଦର୍ଶ ଓ କାର୍ଯ୍ୟ ଶୈଳୀ ତଥା ରାଜ୍ୟ ରେ ମୋହନ ମାଝୀ ସରକାରଙ୍କ ବିକାଶ ଅଭିଯାନ ଓ ଆଦିବାସୀ ସମାଜର ହିତ ସାଧନ କଲାଭଳି କାର୍ଯ୍ୟରେ ଆକର୍ଷିତ ହୋଇ ବିଜେପି ରେ ଯୋଗ ଦେଇଥିବା ଶ୍ରୀ ଧବଳେଶ୍ଵର ମାଝୀ କହିଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ଭବାନୀପାଟଣା ନଗର ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ଆଦିବାସୀ ନେତା ଗଙ୍ଗାଧର ମାଝୀ ଉପସ୍ଥିତ ଥିଲେ।