• Latest
  • Trending
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବାରୁ ବିଜେପି ହତାଶ : ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବାରୁ ବିଜେପି ହତାଶ : ବିଜେଡି

Oct-19-2025 06:52 PM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-13-2026 08:23 AM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବାରୁ ବିଜେପି ହତାଶ : ବିଜେଡି

ବିଷାକ୍ତ ଖାଦ୍ୟ ଖାଇ ୨୦ଟି ଗୋମାତା ମୃତ୍ୟୁବରଣ କରିଥିବା ଅଭିଯୋଗ

by M M
Oct-19-2025 06:52 PM IST
in ରାଜନୀତି, ରାଜ୍ୟ
0
ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବାରୁ ବିଜେପି ହତାଶ : ବିଜେଡି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର:  ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ବ୍ୟାପକ ଆୟୋଜନ ହୋଇଥିଲେ ମଧ୍ୟ ଲୋକ ନ ହେବାରୁ ହତାଶ ହୋଇ ବିଜେପି ଦଳ ଲୋକଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ଫୋପାଡ଼ି ଦେଇଥିଲା ବୋଲି ବିଜେଡି ଅଭିଯୋଗ କରିଛି ।  ଏହି ଖାଦ୍ୟ ଖାଇ ୨୦ଟି ଗୋମାତା ମୃତ୍ୟୁବରଣ କରିଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ, କମ୍ ସଂଖ୍ୟକ ଲୋକଙ୍କ ଉପସ୍ଥିତି ବିଜେପି ଦଳକୁ ନିରାଶ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସଭା ଚାଲିଥିବା ବେଳେ ଲୋକମାନେ ଉଠି ଚାଲିଯିବା ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ଯେ, ବିଜେପି ଉପରେ ନୂଆପଡ଼ାବାସୀଙ୍କ ଭରସା ନାହିଁ । ତେଣୁ ହତାଶ ହୋଇ ବିଜେପି ଦଳ ବଳକା ଖାଦ୍ୟକୁ ପୋତିବା ପରିବର୍ତ୍ତେ ଫୋପାଡ଼ି ଦେଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ଗୃହପାଳିତ ପଶୁ ଏହାକୁ ଖାଇ ଅସୁସ୍ଥ ହୋଇପଡ଼ିଥିଲେ, ପରିଣାମ ସ୍ୱରୂପ ୨୦ଟି ଅମୂଲ୍ୟ ପଶୁ ସମ୍ପଦ ମୃତୁ୍ୟବରଣ କଲେ । ଏହି ପଶୁ ସମ୍ପଦ ଦ୍ୱାରା ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ଚାଲିଯାଇଛି । ଗୋମାତାଙ୍କୁ ନେଇ ରାଜନୀତି କରୁଥିବା ବିଜେପି ଦଳର ଅସଲ ସ୍ୱରୂପ ନୂଆପଡ଼ାବାସୀ ଦେଖିଲେ । ଏହି ଅମାନବୀୟ ଘଟଣା ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରାଜନୀତି ଭିତରେ ମାନବିକତା ରହିବା ଦରକାର । ବିଜେପି ଦଳର ଦାୟିତ୍ୱହୀନତା ଲାଗି ଯେଉଁ ବହୁମୂଲ୍ୟ ପଶୁ ସମ୍ପଦ ହାନୀ ଘଟିଲା, ତାହା ନୂଆପଡ଼ାବାସୀଙ୍କ ମନକୁ ଗଭୀର ଆଘାତ ଦେଇଛି । ତାହା କେବେ ବି କ୍ଷତିଭରଣା ହୋଇପାରିବ ନାହିଁ । ଭବିଷ୍ୟତରେ ଏହିଭଳି ଅମାନବୀୟ ଘଟଣାର ପୁନରାବୃତ୍ତି ଯେଭଳି ନ ହେବ, ସେଥିପ୍ରତି ବିଜେପି ଦଳ ସମ୍ବେଦନଶୀଳ ହେବା ଆବଶ୍ୟକ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 8:55 AM
 
SW
Clear sky
30°C
2 m/s
Apparent: 32°C
Pressure: 1006 mb
Humidity: 85%
Winds: 2 m/s SW
Windgusts: 11.3 m/s
UV-Index: 0
Precip.: 0mm /8% / Rain
Sunrise: 5:11 AM
Sunset: 6:15 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom