• Latest
  • Trending
ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ

ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ

Nov-12-2024 08:11 AM IST

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

Jan-14-2026 06:07 AM IST
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

Jan-14-2026 06:05 AM IST
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

Jan-14-2026 05:59 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-14-2026 05:53 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Jan-11-2026 04:51 AM IST
  • About
  • Careers
  • Contact Us
Wednesday, January 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ

by M M
Nov-12-2024 08:11 AM IST
in ଦେଶ ବିଦେଶ
0
ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ
491
SHARES
1.4k
VIEWS
Share on FacebookShare on Twitter

ଝାଡ଼ଖଣ୍ଡରେ ଓଡ଼ିଶା ନେତାମାନେ ଘନ ଘନ ପ୍ରଚାର କରି ବିଜେପି ପାଇଁ ଭୋଟ ମାଗିଛନ୍ତି । ଆସନ୍ତାକାଲି ନିର୍ବାଚନ । ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ  ଶେଷ ହୋଇଛି। ଆସନ୍ତା ୧୩ ତାରିଖରେ ୪୩ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ପ୍ରଚାରର  ଶେଷ ଦିନରେ ଏନ୍‍.ଡି.ଏ ଏବଂ ଇଣ୍ଡି ମେଣ୍ଟର ଷ୍ଟାର୍‍ ପ୍ରଚାରକ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।
ସେଥିପାଇଁ ଷଢ଼େଇକଳା ରାଜନଗରଠାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଓଡ଼ିଶାର ବିଧାୟକମାନେ ନିର୍ବାଚନ ପ୍ରଚାର କରିଛନ୍ତି। ଏଥର ବିଜେପି ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ସର୍ବାଙ୍ଗୀନ ଉନ୍ନତି ହେବାପାଇଁ ବିଜେପି କାର୍ଯ୍ୟ କରୁଛି । ଏଠାରେ କ୍ରୋମାଇଟଠୁ ଆରମ୍ଭ କରି ବକ୍ସାଇଟ୍‌, ଲୁହାପଥର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଏହି ତିନି ରାଜ୍ୟ ବିନା ବିକଶିତ ଭାରତ ଅସମ୍ଭବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଛତିଶଗଡ଼ରେ ଗତ କଂଗ୍ରେସ ସରକାର ସମୟରେ ଖଣି ଲୁଟ୍‌ ହେଉଥିଲା। ଲୋକେ କଂଗ୍ରେସକୁ ପରାଜିତ କରିଛନ୍ତି । ଏବେ ଜେଏମଏମ ଖଣି ଲୁଟ କରୁଛି , ଯେପରି ଗତ ନିର୍ବାଚନରେ ଲୋକେ କଂଗ୍ରେସର ଏହି ଲୁଟ୍‌କୁ ପ୍ରଶ୍ରୟ ଦେଲେନାହିଁ। ଏଥର ଜେଏମଏମ ହାରିବ ବିଜେପି ସରକାରକୁ ଆସିବ କହିଥିଳେ ।

ସେମିତି ଓଡ଼ିଶାରେ ମଧ୍ୟ ଗତ ୨୪ ବର୍ଷର ଖଣି ଦୁର୍ନୀତିରେ ଜଡ଼ିତ ଥିବା ବିଜେଡି ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ଝାଡ଼ଖଣ୍ଡର ପାଳି ଆସିଛି। ଏଠାକାର ଖଣି ଓ ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ଜେଏମ୍‌ଏମ୍‌ ସରକାରକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ।

ଯୁବଗୋଷ୍ଠୀଙ୍କୁ ଜେଏମ୍‌ଏମ୍‌ ସରକାର ଧୋକା‌ ଦେଇଛି।  ଝାଡ଼ଖଣ୍ଡରେ ମଧ୍ୟ ବିଜେପି ସରକାର ଆସିଲେ ଯୁବକଯୁବତୀଙ୍କୁ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯିବ ଏବଂ ଆଦିବାସୀଙ୍କ ଜମିକୁ ସେମାନଙ୍କୁ ଫେରାଇ ଦିଆଯିବ।

କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓଡ଼ିଶାରେ ବିଜେପି ସରକାରର ସଫଳତା ବର୍ଣ୍ଣନା କରିଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦା ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ।‌

ସଭାରେ ଷଢ଼େଇକଳାର ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନ ଉପସ୍ଥିତ ଥିଲେ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଆ ଭାଷାଭାଷୀବହୁଳ ମୋଟ ୪୩ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ହେଉଛି।

Share196Tweet123
M M

M M

ଆଜିର ପାଗ

Bhubaneswar
January 14, 2026, 10:37 AM
 
N
Clear sky
23°C
1.3 m/s
Apparent: 15°C
Pressure: 1016 mb
Humidity: 88%
Winds: 1.3 m/s N
Windgusts: 5.1 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଶୁଭାରମ୍ଭ ହେଲା ମାତୃଭାଷାରେ ଶିକ୍ଷା: ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନା

January 14, 2026
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଭାରୀ କ୍ଷତିପୂରଣ ଦାୟୀ ରହିବେ ‘ଖାଦ୍ୟଦାତା’

January 14, 2026
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୧୮ ତାରିଖ ସୁଦ୍ଧା ମିଳିବ ଟଙ୍କା

January 14, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom