• Latest
  • Trending
ମନମୋହନଙ୍କ ନୂଆ ଟିମ୍ ବିଜେଡିକୁ ଟକ୍କର ଦେଇପାରିବ ତ ?

ମନମୋହନଙ୍କ ନୂଆ ଟିମ୍ ବିଜେଡିକୁ ଟକ୍କର ଦେଇପାରିବ ତ ?

Oct-18-2025 10:25 AM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

ସମୁଦ୍ର ଭିତରେ ହଜିଗଲା ଓଡ଼ିଆ ପୁଅ, ସମୁଦ୍ରରେ ସର୍ଚ୍ଚ ଅପରେସନରୁ ମିଳିଲା କି ସୁରାକ ?

Feb-06-2026 09:12 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ମନମୋହନଙ୍କ ନୂଆ ଟିମ୍ ବିଜେଡିକୁ ଟକ୍କର ଦେଇପାରିବ ତ ?

by M M
Oct-18-2025 10:25 AM IST
in ରାଜନୀତି, ରାଜ୍ୟ
0
ମନମୋହନଙ୍କ ନୂଆ ଟିମ୍ ବିଜେଡିକୁ ଟକ୍କର ଦେଇପାରିବ ତ ?
494
SHARES
1.4k
VIEWS
Share on FacebookShare on Twitter

ରାଜ୍ୟ ସଭାପତି  ମନମୋହନ ସାମଲ ସଭାପତି ହେବାର ୩ମାସ ପରେ ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମନମୋହନଙ୍କ ଏହି ଟିମ୍ ବିଜେଡିକୁ ଆଗାମୀ ଦିନରେ କିଭଳି ଟକ୍କର ଦେବ ଆଉ ପଂଚାୟତ ନିର୍ବାଚନ ଏବଂ ପୈାର ନିର୍ବାଚନରେ ବାଜିମାତ କରିବ । ରାଜ୍ୟରେ  ବିଜେପି ସରକାରକୁ ଦେଢ଼ ବର୍ଷ ହେଲାଣି । କିନ୍ତୁ ବିଜେପି ସରକାରରେ କଣ ସବୁ ଚାଲିଛି ତାକୁ ନେଇ ରାଜନୀତି ସମୀକ୍ଷକମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । କାରଣ ହେଉଛି ନେତାଙ୍କ ଗୋଷ୍ଠୀ କନ୍ଦଳ । ବିଜେପିରେ କିଛି ଗୋଷ୍ଠୀ କ୍ଷମତା ଚାହୁଁଥିବା ବେଳେ କିଛି ଗୋଷ୍ଠୀଙ୍କୁ କ୍ଷମତା ମିଳୁନାହିଁ । ଏତେ ଦିନ ବିତିଯାଇଥିଲେ ମଧ୍ୟ ମୋହନ ମାଝୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇପାରୁନାହିଁ । ସେପଟେ ନିଗମ, ବୋର୍ଡରେ କାହାକୁ ଥଇଥାନ କରାଯାଇପାରୁନାହିଁ । ଏସବୁ ଭିତରେ ମନମୋହନ ସାମଲ ତାଙ୍କ ନୂଆ ଟିମ ଗଠନ ଘୋଷଣା କରିଛନ୍ତି । ଏହି ଟିମ୍ ଆଗାମୀ ଦିନରେ ରାଜ୍ୟରେ ବିଜେପିର ସଂଗଠନକୁ ସୁଦୃଢ଼ କରିବା ପାଇଁ କାମ କରିବ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟିମରେ ଯେଉଁମାନେ ରହିଛନ୍ତି ସେମାନଙ୍କ ନାମକୁ ନେଇ ମଧ୍ୟ ଚର୍ଚା  ଆରମ୍ଭ ହେଲାଣି । ମନମୋହନଙ୍କ ଟିମରେ  ୧୦ଜଣଙ୍କୁ ଉପସଭାପତି, ୪ଜଣଙ୍କୁ ସାଧାରଣ ସମ୍ପାଦକ, ୧୦ଜଣଙ୍କୁ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ଜଣେ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏହାପରେ ଦଳର ବିଭିନ୍ନ ମୋର୍ଚ୍ଚା ଯଥା ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଓବିସି ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଏସ୍‌ଟି ମୋର୍ଚ୍ଚା, ଏସ୍‌ସି ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା ସମେତ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ପଦବି ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି। ଏହାସହ ଖୁବ୍‌ ଶୀଘ୍ର ବିଭିନ୍ନ ନିଗମ, ବୋର୍ଡ ଓ ଜିଲ୍ଲା ଯୋଜନା ବୋର୍ଡର ପଦପଦବି ପୂରଣ ହେବ ବୋଲି ଦଳୀୟ ନେତାଙ୍କୁ କୁହାଯାଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ ଜଣେ ନେତାଙ୍କୁ ଗୋଟିଏ ପଦବି ମିଳିଛି। ତେଣୁ ଯେଉଁମାନେ କିଛି ପଦବୀ ପାଇନାହାଁନ୍ତି ସେମାନଙ୍କୁ ଆଗକୁ ବିଭିନ୍ନ ନିଗମ, ବୋର୍ଡ ଏବଂ ଜିଲ୍ଲା ଯୋଜନା ବୋର୍ଡ‌ରେ ଥଇଥାନ କରାଯିବ।  ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ବିଜେପିର ତଳସ୍ତରରେ ବିଜେଡି ଭଳି ସଂଗଠନ ନାହିଁ । ବର୍ଷ ବର୍ଷ ଧରି ବିଜେପି କାର୍ଯ୍ୟକର୍ତ୍ତାମାନେ ଆର୍ଥିକ ଏବଂ ମାନସିକସ୍ତରରେ ବହୁ ତଳେ ଅଛନ୍ତି । ବିଜେଡିର ସଂଗଠନ ବିଜେପିଠାରୁ ଅଧିକ ମଜବୁତ ରହିଛି । ଗାଁ ଗାଁରେ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ଦବଦବା ଏବେ ବି ରହିଛି । ଗତ ମେଂଟ ସରକାର ସମୟରେ ବିଜେପିର ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାମାନେ ଅବହେଳାର ଶିକାର ହୋଇଥିଲେ । ଏବେ ସରକାର ଆସିବା ସମୟରେ ମଧ୍ୟ ସେମାନଙ୍କୁ ପଚରା ଯାଉନଥିବା ଅଭିଯୋଗ ହେଉଛି ।

ଏଥର ମଧ୍ୟ ମନମୋହନ ସାମଲ ୧୦ଜଣଙ୍କୁ ଉପସଭାପତି  କରିଛନ୍ତି ।  ସେମାନେ ହେଲେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର କୁମାର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ ଗୋଏଲ, ବିଷ୍ଣୁ ଦାସ ପ୍ରମୁଖ। ଦଳର ୧୦ଟି ସାଙ୍ଗଠନିକ ଜିଲ୍ଲାରୁ ଜଣେ ଲେଖାଏ ବରିଷ୍ଠ ନେତାଙ୍କୁ ଉପସଭାପତି କରାଯାଇଛି। ‌ଏହାସହ ୪ଜଣ ବରିଷ୍ଠ ନେତାଙ୍କୁ ସାଧାରଣ ସମ୍ପାଦକ କରାଯାଇଛି। ପୂର୍ବରୁ ଉପସଭାପତି ଥିବା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ସାଧାରଣ ସମ୍ପାଦକ ପଦ ମିଳିଛି। ପୂର୍ବରୁ ସାଧାରଣ ସମ୍ପାଦକ ଥିବା ସାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇଙ୍କୁ ଏଥର ବି ସାଧାରଣ ସମ୍ପାଦକ ପଦବି ମିଳିଛି। ଏଥିରେ ନୂଆ ସଦସ୍ୟ ଭାବେ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକଙ୍କୁ ସାମିଲ୍ କରାଯାଇଛି। ଏହା ବି ୪ଟି ସାଙ୍ଗଠନିକ ଜିଲ୍ଲାରୁ ୪ଜଣଙ୍କୁ କରାଯାଇଛି। ସାଧାରଣ ସମ୍ପାଦକ (ସଂଗଠନ) ଥିବା ମାନସ କୁମାର ମହାନ୍ତି ବି ଏଥର ସମାନ ପଦବିରେ ରହିଛନ୍ତି।

ସେହିପରି ୧୦ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ପ୍ରୀତିପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଁସଦା, ମମତା ସିଂହ, ପୃଥ୍ବୀରାଜ ମହାପାତ୍ର, ସ୍ମିତା ପ୍ରଧାନ। ଅଜୟ କୁମାର ଅଗ୍ରୱାଲଙ୍କୁ କୋଷାଧ୍ୟକ୍ଷ ଏବଂ ଦିବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ନିଯୁକ୍ତି ମିଳିଛି।

ସବୁଠୁ ବଡ଼ କଥା ହେଉଛି  ଏହି ଟିମ୍‌ରେ କୌଣସି ସାଂସଦ, ବିଧାୟକଙ୍କୁ ପଦପଦବି ଦିଆଯାଇନି। ଏପରିକି ପୂର୍ବରୁ ଦଳର ଉପସଭାପତି ଥିବା ଗୋଲକ ମହାପାତ୍ର, ନାଉରୀ ନାଏକ,  ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ କୌଣସି ପଦପଦବି ମିଳିନି। ଆଗକୁ ନୂଆପଡ଼ା ଉପନିର୍ବାଚନ ଅଛି । ହୁଏତ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଏଠାରେ ବିଜୟୀ ହୋଇପାରନ୍ତି । କିନ୍ତୁ ଆଗକୁ ବଢ଼ ଲଢ଼େଇ ଦେଖିବାକୁ ମିଳିବ । ପଂଚାୟତ ନିର୍ବାଚନ ଆଉ ପୈାର ନିର୍ବାଚନରେ ଜଣାପଡ଼ିବ ବିଜେପି କେତେ ବାଟ ଆଗେଇଛି । ନିଜ କାର୍ଯ୍ୟକର୍ତ୍ତାଙ୍କୁ ସନ୍ତୁଷ୍ଟ କରି ବିଜେଡି, କଂଗ୍ରେସକୁ କିଭଳି ଟକ୍କର ଦେଉଛି ତାହା ସମୟ କହିବ ।

Share198Tweet124
M M

M M

ଆଜିର ପାଗ

Bhubaneswar
February 8, 2026, 1:00 AM
 

E
Partly cloudy
20°C
0.8 m/s
Apparent: 23°C
Pressure: 1015 mb
Humidity: 95%
Winds: 0.8 m/s E
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom