ଏୟାରପୋର୍ଟ ଭିଡିଓ ପରେ; ନବୀନ ଜିତିପାରିବେ କି ନୂଆପଡ଼ାର ମନ

by newsroom NOV-08-2025 10:25 AM IST in ବଡ଼ ଖବର

ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ଶାସକ ଦଳ କେବଳ ପ୍ରଚାରରେ ସମୟ ବିତାଉଛି, କିନ୍ତୁ ପ୍ରକୃତ ବିକାଶ କାର୍ଯ୍ୟ ହେଉନାହିଁ। ସେ ସାଧାରଣ ନିର୍ବାଚନ ୨୦୨୪ ସମୟରେ ବିଜେପି ଦେଇଥିବା ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକ ଉପରେ ପ୍ରଶ୍ନ ଉଠାଇଛନ୍ତି: ମାଗଣା ବିଦ୍ୟୁତ୍: “ପରିବାର ପିଛା ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ମିଳିଲା କି?” ବରିଷ୍ଠ ପେନ୍‌ସନ୍: “ବରିଷ୍ଠ ନାଗରିକଙ୍କୁ ୩୫୦୦ ଟଙ୍କା ପେନ୍‌ସନ ମିଳିଲା କି?” “ଚାଷୀଭାଇମାନଙ୍କୁ ୟୁରିଆ ସାର ମିଳିଲା କି? ମଣ୍ଡିରେ କଟନି ଛଟନି ବନ୍ଦ ହେଲା କି?” “ମିସନ ଶକ୍ତି ମା’ମାନଙ୍କୁ ଋଣ ମିଳୁଛି କି?” ନବୀନ କହିଛନ୍ତି ଯେ ନୂଆ ସରକାରରେ ଲୋକଙ୍କୁ କେବଳ “ଧୋକ୍କା” ମିଳିଛି ଏବଂ ରାଜ୍ୟବାସୀଙ୍କୁ ଡବଲ୍ ଧୋକା ମିଳିଛି।