ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

by nwradmin APR-30-2025 12:25 PM IST in ବଡ଼ ଖବର

ଆଜି ହେଉଛି ଅକ୍ଷୟ ତୃତୀୟା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଷାନର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ| ଭୁବନେଶ୍ୱର ଓୟୁଏଟିର ଶୈକ୍ଷିକ କୃଷି ଫାର୍ମ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି, ସରକାର ସବୁ ବେଳେ ଚାଷୀଙ୍କ ହିତସାଧନ ଲାଗି ପ୍ରୟାସରତ।

ଅକ୍ଷୟ ତୃତୀୟା ଉପଲକ୍ଷେ ଅଖୀ ମୁଠି ଅନୁକୂଳ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର, କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି। ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ଏକାମ୍ର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ।