କଟକ ଐତିହାସିକ ବାଲିଯାତ୍ରାରେ ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ରାତି ୧୦ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ନିର୍ଦେଶ ଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଇଥିଲା।
ବାଲିଯାତ୍ରା ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କର କାର୍ଯ୍ୟକ୍ରମ ଅଧାରେ ରହିଲା | ଅସୀମା ପଣ୍ଡାଙ୍କର ଏକ ଘଣ୍ଟାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଡେରିରେ କାର୍ଯ୍ୟକ୍ରମ ଆରମ୍ଭ ହେବାରୁ ରାତି ୧୦ଟା ସୁଦ୍ଧା କାର୍ଯ୍ୟକ୍ରମ ସରିପାରିଲା ନାହିଁ । ତେଣୁ ବାଧ୍ୟ ହୋଇ ପୋଲିସ ପହଁଚି କାର୍ଯ୍ୟକ୍ରମ ବନ୍ଦ କରିଥିଲା ।ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ହୋଇଯାଇଥିବାରୁ କମିଶନରେଟ୍ ପୁଲିସ ପହଂଚି ସାଉଣ୍ଡ ବକ୍ସ ବନ୍ଦ୍ କରିବା ସହ ଅସୀମାଙ୍କୁ ମଞ୍ଚରୁ ଓହ୍ଲାଇଦେଇଥିଲା





:max_bytes(150000):strip_icc()/Health-Stocksy_txp3d0ecc80Mrw300_Medium_663260-32aabbea1b5746eb860666d69a624204.jpg?w=1920&resize=1920,1295&ssl=1)

/odishatv/media/media_files/2026/04/28/puri-2026-04-28-08-47-54.jpg?w=1200&resize=1200,601&ssl=1)

