ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

by newsroom OCT-16-2025 10:01 AM IST in ବଡ଼ ଖବର

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ ସଂଘର ମଞ୍ଜୁରୀ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି।

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, “ଭାରତ ପାଇଁ ଏହା ଏକ ଅପାର ଆନନ୍ଦ ଏବଂ ଗର୍ବର ଦିନ। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ କ୍ରୀଡା ସଂଘ ଅନୁମୋଦନ କରିଥିବାରୁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସର ଏହା ଏକ ବିଶାଳ ସମର୍ଥନ। ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଦେଶବ୍ୟାପୀ କ୍ରୀଡ଼ା ପ୍ରତିଭାର ଭଣ୍ଡାର ସୃଷ୍ଟି କରିବା, ମୋଦିଜୀ ଭାରତକୁ ଏକ ଚମତ୍କାର କ୍ରୀଡ଼ା ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି ।’’