ପୂର୍ବତଟ ରେଳ ପଥ ଚଳିତ ଆର୍ଥିକ ବର୍ଷ 2025-26 ର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର)ରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଏକ ପ୍ରଭାବଶାଳୀ ପ୍ରଦର୍ଶନ ପଞ୍ଜିକୃତ କରିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।
ଏପ୍ରିଲ-ସେପ୍ଟେମ୍ବର 2025 ମଧ୍ୟରେ, ପୂର୍ବତଟ ରେଳ ପଥ ଗତ ବର୍ଷ ସମାନ ଅବଧିରେ 123.6 ନିୟୁତ ଟନ ତୁଳନାରେ 137.6 ନିୟୁତ ଟନ ମାଲ ପରିବହନ କରିଛି, ଯାହାକି 11.33% ର ଅଭିବୃଦ୍ଧିକୁ ଦର୍ଶାଉଛି।
ମାଲ ପରିବହନ ମଧ୍ୟ ରାଜସ୍ୱ ବୃଦ୍ଧିରେ ଯଥେଷ୍ଟ ଅବଦାନ ରଖିଛି। ପୂର୍ବତଟ ରେଳ ପଥ ସାମଗ୍ରୀ ପରିବହନରୁ ₹14,162.58 କୋଟି ଆୟ କରିଛି , ଯାହା ଗତ ବର୍ଷର ସମାନ ଅବଧିରେ ₹12,808.30 କୋଟି ଥିଲା – ଯାହା 10.57% ବୃଦ୍ଧି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଜୋନର ମୋଟ ରାଜସ୍ୱ ଆୟ ₹15,571.08 କୋଟି ରେ ପହଂଚିଛି , ଯାହା ଗତ ବର୍ଷ ସମାନ ଅବଧିରେ ₹14,227.18 କୋଟି ଥିଲା, ଯାହା 9.45% ବୃଦ୍ଧିକୁ ପ୍ରତିଫଳିତ କରେ।
ଯାତ୍ରୀ ପରିବହନ କ୍ଷେତ୍ରରେ , ପୂର୍ବତଟ ରେଳ ପଥ ଏପ୍ରିଲ-ସେପ୍ଟେମ୍ବର 2025 ମଧ୍ୟରେ 48.21 ନିୟୁତ ଯାତ୍ରୀ ପରିବହନ କରିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ 45.56 ନିୟୁତ ଯାତ୍ରୀ ପରିବହନ କରିଥିଲା - ଯାହା 5.81% ବୃଦ୍ଧିକୁ ସୂଚିତ କରୁଛି ।
ମାଲ ପରିବହନ ଏବଂ ଯାତ୍ରୀ କ୍ଷେତ୍ରରେ ଏହି ନିରନ୍ତର ଅଭିବୃଦ୍ଧି ଦକ୍ଷ ଯୋଜନା, ବର୍ଦ୍ଧିତ ପରିଚାଳନା ସହିତ କୋଇଲା, ଲୁହାପଥର, ସିମେଣ୍ଟ ଏବଂ ସାର ଭଳି ପ୍ରମୁଖ ଶିଳ୍ପରେ ମାଲ ପରିବହନ ଗ୍ରାହକଙ୍କ ସହ ସକ୍ରିୟ ସମନ୍ୱୟର ପରିଣାମ।
ପୂର୍ବତଟ ରେଳ ପଥ ଭାରତର ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ନେଟୱାର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି, ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗତିଶୀଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।









/odishatv/media/media_files/2026/04/14/moquim-2026-04-14-16-04-29.jpg?w=607&resize=607,430&ssl=1)