୨୭ ଏପ୍ରିଲ ୨୦୨୬, ସୋମବାର। ତିଥି: ବୈଶାଖ ଶୁକ୍ଳ ଏକାଦଶୀ। ନକ୍ଷତ୍ର: ପୂର୍ବାଫାଲ୍ଗୁନୀ। ଚନ୍ଦ୍ର: ସିଂହ। ଶମ୍ଭୁ / ମୋହିନୀ ଏକାଦଶୀ (ସର୍ବସମ୍ମତ)। ସୂର୍ଯ୍ୟୋଦୟ: ୫ଟା୨୪, ସୂର୍ଯ୍ୟାସ୍ତ: ୬ଟା୪। ଘାତଚନ୍ଦ୍ର: କର୍କଟ ଓ ମକର। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୨୪ରୁ ୬ଟା୫୯, ଦିବା ୧୦ଟା୨୮ରୁ ୧ଟା, ଦିବା ୪ଟା୨୯ରୁ ୫ଟା୧୪, ସନ୍ଧ୍ୟା ୬ଟା୫୦ରୁ ୯ଟା୫, ରାତ୍ରି ୧୧ଟା୪୪ରୁ ୨ଟା୨୨ ପର୍ଯ୍ୟନ୍ତ।
ମେଷ: ବ୍ୟବସାୟ ବଢ଼ାଇବାର ଯୋଜନା ପ୍ରସ୍ତୁତି ପାଇଁ ଅନୁକୂଳ ସମୟ। ସରକାରୀ ଚାକିରିଆଙ୍କ ଉପରେ କାମର ବୋଝ ଅଧିକ ରହିବ। ଛାତ୍ରଛାତ୍ରୀଙ୍କର ପଢ଼ାରେ ମନ ଲାଗିବ।
ବୃଷ: ପରିବାର ପାଇଁ କିଛି ସମୟ ଦେଇ ବାତାବରଣକୁ ମଧୁର ରଖନ୍ତୁ। କାର୍ଯ୍ୟର ସଫଳତା ଆପଣଙ୍କ କ୍ଳାନ୍ତି ଦୂର କରିଦେବ। ଛାତ୍ରଛାତ୍ରୀ କ୍ୟାରିଅରରେ ମନମୁତବାକ ପରିଣାମ ପାଇବେ।
ମିଥୁନ: ଭାବପ୍ରବଣ ହୋଇ କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବିକାଶ ଲାଗି ବ୍ୟବସାୟରେ ପରିବର୍ତ୍ତନ ଆଣିବା ଜରୁରି। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ପାଠପଢ଼ାରେ ବିଶେଷ ଧ୍ୟାନ ଦେବେ।
ସିଂହ: ଦିନଟି ଶାନ୍ତିପୂର୍ଣ୍ଣ ରହିବ। ନିଜ କାମରେ ସୁଧାର ଆଣିବାରେ ଆପଣଙ୍କର ପୂରା ଧ୍ୟାନ ରହିବ। ବ୍ୟବହାର କୁଶଳତା ଆର୍ଥିକ ଓ ବ୍ୟାବସାୟିକ ସଫଳତା ପ୍ରଦାନ କରିବ।
କନ୍ୟା: କିଛି ସମୟ ଆଧ୍ୟାତ୍ମିକ ଗତିବିଧିରେ ବିତାଇ ମାନସିକ ଶାନ୍ତି ପାଇବେ। ଶୁଭ ଖବର ମିଳିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ତୁଳା: କୌଣସି ବ୍ୟକ୍ତିଙ୍କ ସଂପର୍କରେ ଭାବି ରୋମାଞ୍ଚିତ ହେବେ। କର୍ତ୍ତୃପକ୍ଷଙ୍କ କଥାକୁ ଗମ୍ଭୀରତାର ସହ ନିଅନ୍ତୁ। ବ୍ୟକ୍ତିଗତ ସମସ୍ୟା ଯୋଗୁଁ ବ୍ୟବସାୟକୁ ସମୟ ଦେଇ ପାରିବେ ନାହିଁ।
ବିଛା: ଆଖପାଖର ଲୋକଙ୍କ ସହିତ ବ୍ୟବହାର ଭଲ ରହିବ। ଧାର୍ମିକ ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ନୂଆ କାମ ଆରମ୍ଭ କରିବାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ।
ଧନୁ: ବଡ଼ଙ୍କର ଆଶୀର୍ବାଦ ଯୋଗୁଁ ଆପଣଙ୍କର ସକାରାତ୍ମକ ଶକ୍ତି ବଢ଼ିବ। କୌଣସି ବିଷମ ପରିସ୍ଥିତିରେ ଭୟଭୀତ ନହୋଇ ତା’ର ସମାଧାନ ପାଇଁ ପ୍ରୟାସ କରନ୍ତୁ, ସବୁ ଠିକ୍ ହୋଇଯିବ।
ମକର: ବ୍ୟାବସାୟିକ ଯୋଜନାରେ ପରିବର୍ତ୍ତନ କରିବା ଜରୁରି। ଆପଣଙ୍କର ଆୟ ପୂର୍ବ ଭଳି ରହିବ। ଚାକିରିଆଙ୍କ ବଦଳିର ଯୋଗ ରହିଛି। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ।
କୁମ୍ଭ: ଅତ୍ୟଧିକ କାର୍ଯ୍ୟଭାର ରହିବ। ସଂପର୍କକୁ ଅଧିକ ସୁଦୃଢ଼ କରନ୍ତୁ। କାହାରି ପରାମର୍ଶ ମିଳିବା ଯୋଗୁଁ ଆପଣଙ୍କର ସାହସ ବଢ଼ିବ। ବେପାରରେ ଲାଭ ହେବ।
ମୀନ: ପାରିବାରିକ ସଂପତ୍ତି ବିବାଦର ସମାଧାନ ହୋଇପାରେ। ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ହୋଇଯିବ। ଭାଇ ଭଉଣୀର ସହଯୋଗ ପାଇବେ। ଅଫିସରେ କିଛି ନୂଆ କାମ କରିପାରନ୍ତି।






:max_bytes(150000):strip_icc()/Health-Stocksy_txp3d0ecc80Mrw300_Medium_663260-32aabbea1b5746eb860666d69a624204.jpg?w=1920&resize=1920,1295&ssl=1)

/odishatv/media/media_files/2026/04/28/puri-2026-04-28-08-47-54.jpg?w=1200&resize=1200,601&ssl=1)


