ଆଜିର ରାଶିଫଳ (୩୦ ଜାନୁୟାରୀ ୨୦୨୬)
ମେଷ: କର୍ମକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ। ଦୂର ଯାତ୍ରାର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ବ୍ୟବସାୟରେ ଉନ୍ନତି ହେବ ଏବଂ ନୂତନ ବନ୍ଧୁତା ସ୍ଥାପନ ହେବ। ପରିବାରରେ ହସଖୁସିର ବାତାବରଣ ରହିବ।
ମିଥୁନ: ଆର୍ଥିକ ଦିଗରୁ ଦିନଟି ଭଲ। କିନ୍ତୁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଯଥା ବିବାଦରେ ପଡ଼ିପାରନ୍ତି। ମହିଳାମାନେ କର୍ମତତ୍ପର ହେବେ।
କର୍କଟ: କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିପାରେ। ଶତ୍ରୁମାନେ ପରାଜିତ ହେବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।
ସିଂହ: ଦିନଟି ମଧ୍ୟମ ଧରଣର ରହିବ। ଅଟକି ରହିଥିବା କାମ ପୂରଣ ହେବାରେ ବିଳମ୍ବ ହୋଇପାରେ। ସନ୍ତାନମାନଙ୍କ ସଫଳତା ଦେଖି ଖୁସି ହେବେ।
କନ୍ୟା: ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୁଳା: କଠିନ ପରିଶ୍ରମ କରିବାକୁ ପଡ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଗୁପ୍ତଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ।
ବିଛା: ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ। ଭ୍ରମଣ ଯୋଗ ରହିଛି। ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
ଧନୁ: ମାନ-ସମ୍ମାନ ପ୍ରାପ୍ତି ହେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ଅଛି। ଜମିବାଡ଼ି ମାମଲାରେ ସଫଳତା ମିଳିବ।
ମକର: ମାନସିକ ଶାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ପାଇବ। ପରିବାରରେ ମଙ୍ଗଳ କାର୍ଯ୍ୟ ପାଇଁ ପ୍ଲାନିଂ କରିପାରନ୍ତି।
କୁମ୍ଭ: ଆଜି କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନ: ଆର୍ଥିକ ଉନ୍ନତି ହେବ। ପ୍ରେମୀଜନଙ୍କ ସହ ସମୟ ଅତିବାହିତ କରିବେ। ଶୁଭ ଖବର ଶୁଣିବାକୁ ମିଳିବ।



















