ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ

by newsroom MAR-24-2026 12:54 PM IST in ଦେଶ ବିଦେଶ

ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ପାଇଁ ଏବେ ଅଧିକ ଖର୍ଚ୍ଚ ପଡିବ। ଜୋମାଟୋ ତା’ର ପ୍ଲାଟଫର୍ମ ଫି ବଢ଼ାଇବାର କିଛି ଦିନ ପରେ ସ୍ୱିଗି ମଧ୍ୟ ସେହିପରି କରିଛି। ଏହାଫଳରେ ଗ୍ରାହକଙ୍କୁ ଏଣିକି ପ୍ରତି ଅର୍ଡରରେ ଅଧିକ ଟଙ୍କା ଦେବାକୁ ପଡ଼ିବ।ସ୍ୱିଗି ଏବେ ପ୍ରତି ଅର୍ଡରରେ ₹17.58 ପ୍ଲାଟଫର୍ମ ଫି ନେଉଛି (ଜିଏସଟି ସହିତ)। ଆଗରୁ ଏହା ₹14.99 ଥିଲା। ଏହା ପ୍ରାୟ ୧୭% ବଢ଼ିଛି।କମ୍ପାନୀ ଗ୍ରାହକଙ୍କୁ ଜଣାଇଛି ଯେ, ଏହି ଟଙ୍କା ସ୍ୱିଗି ଆପ୍‌କୁ ଚଳାଇବା ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ଲାଗିବ।

ଚେକଆଉଟ୍ ସମୟରେ ଆପ୍‌ରେ ଏହି ମେସେଜ୍ ଦେଖାଯାଉଛି।ଜୋମାଟୋ ମଧ୍ୟ କିଛି ଦିନ ଆଗରୁ ନିଜର ଫି ବଢ଼ାଇଛି। ଏହା ପ୍ରତି ଅର୍ଡରରେ ₹୨.୪୦ ବଢ଼ାଇ ପୂର୍ବ GST ଫି ₹୧୨.୫୦ ରୁ ₹୧୪.୯୦ କରିଛି। ଜିଏସଟି ସହିତ ଏହା ମଧ୍ୟ ₹୧୭.୫୮ ହୋଇଯାଇଛି।ଏବେ ଦୁଇଟା କମ୍ପାନୀ ପ୍ରାୟ ସମାନ ଟଙ୍କା ନେଉଛନ୍ତି।

କମ୍ପାନୀଗୁଡ଼ିକ କହୁଛନ୍ତି ଯେ, ଆପ୍ ଚଳାଇବା, ଟେକ୍ନୋଲୋଜି ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଏହା ଦରକାର।ଏହି ସମୟରେ ଆଉ ଏକ ନୂଆ ପ୍ରତିଯୋଗୀ ଆସିଛି — ରାପିଡୋ କମ୍ପାନୀ ବେଙ୍ଗାଳୁରୁରେ ଓନ୍‌ଲି (Ownly) ନାମକ ଖାଦ୍ୟ ଡେଲିଭରୀ ସେବା ଆରମ୍ଭ କରିଛି।

ରାପିଡୋ ଓନ୍‌ଲି କ’ଣ ଅଲଗା ?

  • ରେସ୍ତୋରାଁରୁ କୌଣସି ଅତିରିକ୍ତ ଫି ନେଉନାହିଁ
  • ଗ୍ରାହକଙ୍କୁ ଖାଦ୍ୟ ଦାମ୍ + ସାଧାରଣ ଡେଲିଭରୀ ଚାର୍ଜ ଲାଗୁଛି
  • କୌଣସି ଅଲଗା “ପ୍ଲାଟଫର୍ମ ଫି” ନାହିଁ

ଗ୍ରାହକଙ୍କ ପାଇଁ ଲାଭ କଣ ?

ପ୍ରତି ଅର୍ଡରରେ ₹୨–୩ ଅଧିକ ଲାଗିବ। ମାସରେ ୮–୧୦ ଥର ଅର୍ଡର କଲେ ଅଧିକ ଖର୍ଚ୍ଚ ହେବ। ନୂଆ ପ୍ରତିଯୋଗୀ ଆସୁଥିବାରୁ ଏବେ ଦେଖିବାର କଥା , ଏହି ଦାମ୍ ଆଗକୁ ବଢ଼ିବ ନା କମିବ। ଯଦି ଆପଣ ବେଙ୍ଗାଳୁରୁରେ ଥାନ୍ତି ତେବେ ଓନ୍‌ଲି ବ୍ୟବହାର କରିପାରନ୍ତି। ଅନ୍ୟ ସମୟରେ ଛୋଟ ଅର୍ଡର କରନ୍ତୁ କିମ୍ବା ଡିସକାଉଣ୍ଟ ଦେଖନ୍ତୁ ଯାହା ଦ୍ୱାରା କିଛି ସଞ୍ଚୟ ହୋଇପାରେ।