• Latest
  • Trending
ପ୍ରାର୍ଥୀପତ୍ର ଦାଖଲ କଲେ  ଜୟ ଢୋଲକିଆ, କହିଲେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି

ପ୍ରାର୍ଥୀପତ୍ର ଦାଖଲ କଲେ ଜୟ ଢୋଲକିଆ, କହିଲେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି

Oct-18-2025 05:16 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Monday, March 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପ୍ରାର୍ଥୀପତ୍ର ଦାଖଲ କଲେ ଜୟ ଢୋଲକିଆ, କହିଲେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି

ବସନ୍ତ ପଣ୍ଡା 2000 ଏବଂ 2014 ମସିହାରେ ବିଜେପି ଟିକେଟରେ ବିଜୟୀ ହୋଇଥିଲେ

by M M
Oct-18-2025 05:16 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ପ୍ରାର୍ଥୀପତ୍ର ଦାଖଲ କଲେ  ଜୟ ଢୋଲକିଆ, କହିଲେ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି
495
SHARES
1.4k
VIEWS
Share on FacebookShare on Twitter

ହଜାର ହଜାର ସମର୍ଥକଙ୍କ ସହ ଜୟ ଢ଼ୋଲକିଆ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଜୟଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜୟଙ୍କ ଶୋଭାଯାତ୍ରାରେ ଅନେକ ମନ୍ତ୍ରୀ, ବିଧାୟକ ଓ ପ୍ରମୁଖ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ  ।  ଏକ ବିରାଟ ଶୋଭାଯାତ୍ରାରେ ଆସି ବିଜେପି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ କହିଥିଲେ ଯେ ”ବାପା ରାଜେନ୍ଦ୍ର ଢୋଲକିଆଙ୍କ ବାକି ରହିଯାଇଥିବା ସ୍ୱପ୍ନ ସେ ପୂରଣ କରିବି । ନୂଆପଡ଼ାର ବିକାଶ ପାଇଁ କାମ କରିବି ” ନୂଆପଡ଼ାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଢ଼ିବା ତାଙ୍କର ସ୍ବପ୍ନ ବୋଲି କହିଛନ୍ତି ଜୟ ।

ସେପଟେ ନିର୍ବାଚନ ନ ସରିବା ଯାଏଁ ନେତାଙ୍କୁ ନୂଆପଡା ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଆସନରେ ପୂର୍ବରୁ ବସନ୍ତ ପଣ୍ଡା ଦୁଇଥର ନିର୍ବାଚନ ଜିତିଛନ୍ତି । ଯେତେବେଳେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା ସେତେବେଳେ ଏହି ଆସନ ବିଜେପି ଭାଗରେ ପଡ଼ିଥିଲା । 2000 ମସିହାରେ ବସନ୍ତ ପଣ୍ଡା ଜିତିବା ପରେ 2014ରେ ପୁଣି ଥରେ ଜିତିଥିଲେ । ତେଣୁ ଏଥର ପୁଣି ବିଜେପି ଏହି ଆସନରେ ଜିତିବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ଦାୟିତ୍ୱ ଦେଇଛି । ଏଥର ବୁଥ ସମ୍ଭଳିବେ ବିଧାୟକ ଏବଂ ପୂର୍ବତନ ବିଧାୟକ। ଆଉ 2 ଥର ପ୍ରଚାରରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ। ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ନୂଆପଡା ଆସି ପ୍ରଚାର କରିବେ। 40 ଷ୍ଟାର ପ୍ରଚାରକ ବିଜେପି ପାଇଁ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ଜୟଙ୍କ ପାଇଁ ପ୍ରଚାର କରିବେ। ତାଲିକାରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିହଦେଓ, ପ୍ରଭାତି ପରିଡା ମଧ୍ୟ ନୂଆପଡ଼ା ଯାଇ ପ୍ରଚାର କରିବେ ।  ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସମ୍ବିତ ପାତ୍ର, ଜୟନାରାଣ ମିଶ୍ର ପ୍ରମୁଖ ପ୍ରଚାର କରିବେ ।  ଦଳରେ ଥିବା ୩ ଅଭିନେତା ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ ଆକାଶଦାସ ନାୟକଙ୍କୁ ପ୍ରଚାରକ ତାଲିକାରେ ସାମିଲ କରାଯାଇଛି।

ଜୟ ଢ଼ୋଲକିଆ ଆଜି ସକାଳେ ଖଡ଼ିଆଳ ରୋଡ ନିକଟସ୍ଥ ବାସଭବନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ ।  ମାଆଙ୍କ ଆଶୀର୍ବାଦ ନେଇ, ଦହି ଖାଇବା ପରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ବାହାରିଥିଲେ ଜୟ । ଆଜିର ଶୋଭାଯାତ୍ରା ବିଜେପିର ଶକ୍ତି ପ୍ରଦର୍ଶନ ଥିଲା ।  ବିଜେପି ପାଇଁ ନୂଆପଡ଼ା ଉପନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଜେପି ଏହାକୁ ବଡ଼ ଆାକାରରେ ପ୍ରଚାର ପ୍ରସାର କରିବାକୁ ଯୋଜନା କରିଛି । କାରଣ ସରକାର ଗଠନ ପରେ  ବିଜେପିର ଏହା ପ୍ରଥମ ଉପନିର୍ବାଚନ । ସାଧାରଣତଃ ଉପନିର୍ବାଚନରେ ସରକାରୀ ଦଳର ପ୍ରାର୍ଥୀ ବିଜୟ ହୋଇଥାନ୍ତି । ତେଣୁ ଏଥର ମୋହନ ସରକାର ପାଇଁ ଏହା ଏସିଡ୍ ଟେଷ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ ।   ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ‌ଢୋଲକିଆ ବିଜେପିରେ ଯୋଗ ଦେବା ପରେ ବିଜେପିର ବିଜୟ ସଂଭାବନା ବଢ଼ିଛି । ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ବିଶେଷ କରି ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଏଥର ପଡ଼ା ଟକ୍କର ହେବ ବୋଲି ଆଲୋଚନା ହେଉଛି ।

Share198Tweet124
M M

M M

ଆଜିର ପାଗ

Bhubaneswar
March 9, 2026, 1:50 AM
 

S
Partly cloudy
25°C
2.1 m/s
Apparent: 30°C
Pressure: 1012 mb
Humidity: 84%
Winds: 2.1 m/s S
Windgusts: 9.1 m/s
UV-Index: 0
Precip.: 0mm /0% / Rain
Sunrise: 6:00 AM
Sunset: 5:53 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom