• Latest
  • Trending
ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ

ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ

Oct-15-2025 07:10 PM IST
ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

ପ୍ରତିବର୍ଷ ବାହାର ଦେଶରୁ କେତେ ସୁନା ଆମଦାନି କରେ ଭାରତ? କେଉଁ ଦେଶରୁ ଆସେ ଅଧିକ ସୁନା?

May-12-2026 07:35 PM IST
ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ, ଯଥେଷ୍ଟ ମହଜୁଦ ରହିଛି: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

May-12-2026 07:05 PM IST
ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

ପେଟ୍ରୋଲ କାର୍ କୁ ବି କରିପାରିବେ CNG କାର; ଜାଣନ୍ତୁ କେମିତି କରିବେ ଓ କେତେ ଟଙ୍କା ଖର୍ଚ୍ଚ ହେବ?

May-12-2026 06:55 PM IST
NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

NEET UG 2026 ପରୀକ୍ଷା ବାତିଲ, ପେପର ଲିକ୍ ଘଟଣାର ତଦନ୍ତ କରିବ CBI

May-12-2026 12:40 PM IST
ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

ତାମିଲନାଡୁ ରାଜନୀତିରେ ଝଡ଼, ବିଜୟଙ୍କୁ ସମର୍ଥନ ଜଣାଇଲା ଏଆଇଏଡିଏମକେ

May-12-2026 12:31 PM IST
୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

୧୮ ତାରିଖରେ ଓଡ଼ିଶା ଆସିବେ ନୀତିନ ନବୀନ

May-12-2026 12:23 PM IST
ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାଵେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା, ୪ ବିଧାୟକ ବି ନେଲେ ମନ୍ତ୍ରୀ ପଦର ଶପଥ

May-12-2026 12:04 PM IST
ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଆକ୍ସନ, ମଦ ଦୋକାନ ବନ୍ଦ କରିବାକୁ…

May-12-2026 11:48 AM IST
ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ମଙ୍ଗଳବାର ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

May-12-2026 09:07 AM IST
ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

ମୁଖ୍ୟମନ୍ତ୍ରୀ ହେବା ପରେ ଏମକେ ଷ୍ଟାଲିନଙ୍କୁ ଭେଟିଲେ ବିଜୟ, ତାମିଲନାଡୁ ରାଜନୀତିରେ ହଇଚଇ

May-11-2026 07:19 PM IST
  • About
  • Careers
  • Contact Us
Wednesday, May 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ

ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

by M M
Oct-15-2025 07:10 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ଜୟ ଢୋଲକିଆ
491
SHARES
1.4k
VIEWS
Share on FacebookShare on Twitter

ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୋର୍ଡ ତରଫରୁ ଆଜି ନୂଆପଡା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କ ନାମ ଘୋଷଣା କରାଯାଇଛି । ଦଳୀୟ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ।

ଆସନ୍ତା କାଲି ସକାଳ ୧୦.୩୦ ଘଟିକାରେ ନୂଆପଡାସ୍ଥିତ ‘ଗୋତମା’ ଏୟାରଷ୍ଟ୍ରିପଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ଏବଂ ଏଥିରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ସରପଂଚ, ସମିତି ସଭ୍ୟ, ୱାର୍ଡମେମ୍ବରଙ୍କ ସମେତ ପୂର୍ବତନ ଜନପ୍ରତିନିଧି ଓ ସମର୍ଥକମାନେ ସାମିଲ ହେବେ । ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ଢୋଲକିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ ।

ଏହି ଅବସରରେ ହଜାର ହଜାର କାର୍ଯ୍ୟକର୍ତା ଓ ସାଧାରଣ ଜନତାଙ୍କ ଗହଣରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ ଓ ବିଧାୟକ ଏବଂ ଦଳୀୟ ପଦାଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୁଚନା ଦେଇଛନ୍ତି ।

୧୬ ତାରିଖରେ ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ । ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେହିଦିନ ଦୁଇ ହଜାରରୁ ଅଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୁଜିତ କୁମାର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ରହିଛି ।

ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ଉପନିର୍ବାଚନକୁ ସାମ୍ନା କରୁଛି । ଏମିତିରେ ନୂଆପଡ଼ା ଦଖଲ ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ମଣ୍ଡଳ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ ଜଗିବେ ବିଜେପି ବିଧାୟକ, ମନ୍ତ୍ରୀ, ସାଂସଦ । ପ୍ରତି ମଣ୍ଡଳ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ । ମନ୍ତ୍ରୀଙ୍କ ଅଧୀନରେ ରହିବ ୬ ରୁ ୮ ପଞ୍ଚାୟତ । ପ୍ରତି ପଞ୍ଚାୟତ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ବିଧାୟକ ଓ ପୂର୍ବତନ ବିଧାୟକ । ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ବିଧାୟକଙ୍କୁ ଦିଆଯାଇଛି ଦାୟିତ୍ବ । ଏମିତିକି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ାରେ ମାରାଥନ  ପ୍ରଚାରକୁ ଓହ୍ଲାଇବାକୁ ପ୍ଲାନ୍‌ ପ୍ରସ୍ତୁତ ହୋଇଛି ।

ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ପଡିବ ।  ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 13, 2026, 12:22 AM
 
S
Clear sky
27°C
2.5 m/s
Apparent: 32°C
Pressure: 1008 mb
Humidity: 82%
Winds: 2.5 m/s S
Windgusts: 10.4 m/s
UV-Index: 0
Precip.: 0mm /32% / Rain
Sunrise: 5:11 AM
Sunset: 6:14 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom