ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ଆଜି କ୍ରାଇମ୍ସିନ୍ ରିକ୍ରିଏସନ୍ କରିଛି ପୁଲିସ । ସାର୍ପସୁଟର କୁରୁପତି ଓ ବାଇକ୍ ଚାଳକ ଚିଣ୍ଟୁକୁ ନିଆଯାଇଥିଲା କ୍ରାଇମ୍ସ୍ପଟ୍ । ପୁଲିସ ଆଗରେ ହତ୍ୟାକାଣ୍ଡର ପୂରା କାହାଣୀ କହିଥିଲେ ଏହି ଦୁଇ ଅଭିଯୁକ୍ତ । ପୀତବାସଙ୍କ ପାଖକୁ ଯାଇ କିପରି ନମସ୍କାର କରିଥିଲେ ? ପୀତବାସ କିଏ ବୋଲି ପଚାରିବା ପରେ କେମିତି ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ, ତାହାର ଡିମୋ ଦେଖାଇଛି ସାର୍ପସୁଟର କୁରୁପତି ।ଆଉ ଏସବୁର ଭିଡିଓଗ୍ରାଫି କରିଛି ପୁଲିସ ।ସେପଟେ ପୀତବାସଙ୍କ ଭାଇ ଆଣିଛନ୍ତି ଆଉ ଏକ ବଡ଼ ଅଭିଯୋଗ ।
ହତ୍ୟାକାଣ୍ଡର ୭ରୁ ୮ ଦିନ ପୂର୍ବରୁ ପୀତବାସଙ୍କ ପୁଅକୁ ଆସିଥିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ । କିଏ କାହାର ରାଜନୈତିକ ଶତ୍ରୁ ହୋଇପାରେ, ହେଲେ କ’ଣ ମଣିଷ ମାରିଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ମୋଟ୍ ୧୬ ଜଣଙ୍କୁ ଗିରଫ କରାଯାଇଛି । ସାର୍ପସୁଟର କୁରୁପତିଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇଛି ପୁଲିସ ।



















