ମହମ୍ମଦ ୟୁନୁସଙ୍କୁ କଣ କହିଲେ ମୋଦି ?

by nwradmin APR-04-2025 11:48 AM IST in ଦେଶ ବିଦେଶ

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ମଧ୍ୟରେ, ବ୍ୟାଙ୍କକ ମାଟିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ଥାଇଲ୍ୟାଣ୍ଡରେ ଅନୁଷ୍ଠିତ BIMSTEC ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା।  ଦୁଇ ଦେଶ ମଧ୍ୟରେ ତିକ୍ତତା ଯୋଗୁଁ ଏହି ବୈଠକକୁ ନେଇ ସସପେନ୍ସ ରହିଥିଲା।

ଗତ ବର୍ଷ ଅଗଷ୍ଟ ମାସରେ ବ୍ୟାପକ ସରକାର ବିରୋଧୀ ଆନ୍ଦୋଳନ ହେତୁ ବାଙ୍ଗ୍ଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନା ବାଂଲାଦେଶ ଛାଡ଼ିଦେବା ପରେ ଭାରତ ସହ ବାଂଲାଦେଶର ସଂପର୍କ ଖରାପ ହୋଇଥିଲା । ପରସ୍ପର ସମ୍ପର୍କ ତାହାଠୁ ଆହୁରି ଖରାପ ହୋଇଗଲା ଯେତେବେଳେ  ବିବାଦିତ ଭାବରେ ଭାରତର କିଛି ଅଂଶକୁ ଉଲ୍ଲେଖ କଲେ ଯେ ଏହା ତାଙ୍କ ଦେଶର । ତେଣୁ ଭାରତ ତାରବାଡ଼ କରିବା ଉଚିତ ନୁହେଁ ।

ତେବେ ଏସବୁ ଭିତରେ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କର ସମର୍ଥନ କରୁଥିବା ଭାରତ ବାଂଲାଦେଶର ମତକୁ ଗ୍ରହଣ କରି ଦ୍ୱିପାକ୍ଷିକ ବୈଠକ ପାଇଁ ରାଜି ହୋଇଥିଲା। ଏହି କାରଣରୁ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ BIMSTEC ଶିଖର ସମ୍ମିଳନୀ ସମୟରେ ୟୁନୁସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ହୋଇଛି । ଅଗଷ୍ଟ ୨୦୨୪ରେ ଶେଖ ହସିନା କ୍ଷମତାରୁ ଓହରି ଭାରତରେ ଆଶ୍ରୟ ନେବା ପରେ ଏହି ସାକ୍ଷାତ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା।

ଏହି ବୈଠକକୁ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଶେଖ୍ ହାସିନାଙ୍କ ସରକାର ବାଂଲାଦେଶ ଛାଡିବା ପରଠାରୁ, ଭାରତ ସହିତ ବାଂଲାଦେଶର ସମ୍ପର୍କ ଭଲ ନାହିଁ। ମହମ୍ମଦ ୟୁନୁସଙ୍କ ନୀତି ଯୋଗୁଁ ସମ୍ପର୍କ ତିକ୍ତ ହୋଇଯାଇଥିଲା। କାରଣ ଲଗାତାର ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିଲା । ଏହି ଆକ୍ରମଣ ଉପରେ ନଜର ରଖିବା ଏବଂ ଦୋଷୀଙ୍କୁ ଦଣ୍ଡ ଦେବାସହ ସଂଖ୍ୟାଲଗୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବାକୁ ମୋଦି କହିଥିବା ଆଲୋଚନା ହେଉଛି ।